Indus Valley Times

ଗଜପତି : ପ୍ରସିଦ୍ଧ ତାରାତାରିଣୀ ଯାତ୍ରାରେ ସାମିଲ ହେବେ ପାରଳାଖେମୁଣ୍ଡି ସ୍ବେଚ୍ଛାସେବୀ

 Breaking News

ଗଜପତି : ପ୍ରସିଦ୍ଧ ତାରାତାରିଣୀ ଯାତ୍ରାରେ ସାମିଲ ହେବେ ପାରଳାଖେମୁଣ୍ଡି ସ୍ବେଚ୍ଛାସେବୀ

ଗଜପତି : ପ୍ରସିଦ୍ଧ ତାରାତାରିଣୀ ଯାତ୍ରାରେ ସାମିଲ ହେବେ ପାରଳାଖେମୁଣ୍ଡି ସ୍ବେଚ୍ଛାସେବୀ
March 16
21:10 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୩ : ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ତଥା ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ଋଷିକୂଲ୍ୟା ନଦୀକୂଳରେ ଅବସ୍ଥିତ ମା’ ତାରାତାରିଣୀଙ୍କ ଚଇତି-ଯାତ୍ରା ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି।
ଏହି ଯାତ୍ରାର ପ୍ରଥମ ପାଳି ମଙ୍ଗଳବାର ଦିନରେ ଯେତିକି ଭକ୍ତ ସମାଗମ ହୋଇଥିଲା ଦ୍ୱିତୀୟ ପାଳିରେ ବାରୁଣୀ ସ୍ନାନ ପଡ଼ୁଥିବାରୁ ତଥା ଦଣ୍ଡୁଆ ମାନେ ମାନସିକ କରି ୨୧ଦିନିଆ ଦଣ୍ଡଯାତ୍ରା ଆରମ୍ଭକୁ ନଜରରେ ରଖି ପ୍ରବଳ ଭକ୍ତ’ଙ୍କ ସମାଗମ ହେବାର ସମ୍ଭାବନା ରହିଛି।
ସେହି କଥାକୁ ନଜରରେ ରଖି ବିଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ଯାତ୍ରାରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସ୍ଥିତ ଜିଲ୍ଳା ନ୍ୟାୟାଳୟର ପଦସ୍ଥ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର\’ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାରଳାଖେମୁଣ୍ଡି , ଛତ୍ରପୁର , ଭୁବନେଶ୍ୱର ଏବଂ ଅନୁଗୁଳ ଭଳି ବିଭିନ୍ନ ସାହାରାଞ୍ଚଳର ଶତାଧିକ ସ୍ବେଚ୍ଛାସେବୀ ଉକ୍ତ ଯାତ୍ରାରେ ଯୋଗ ଦେଇ ସେବା କାର‌୍ୟ୍ୟ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ।
ଏହି କ୍ରମରେ ଆଜି ଏକ ଦଳ ପାରଳାଖେମୁଣ୍ଡିରୁ ଯୁବ ସମାଜସେବୀ ଶ୍ରୀ ଏନ: ବସନ୍ତ ଓ ଟି: ୟସବନ୍ତ , ଭୁବନେଶ୍ୱରରୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ମୁଖ୍ୟ ଶ୍ରୀ ନୀଳମଣି ମିଶ୍ର , ଅନୁଗୁଳରୁ ଶ୍ରୀ ସମୀର ପ୍ରଧାନ ଓ ଛତ୍ରପୁରରୁ ଶ୍ରୀ ମନୋରଞ୍ଜନ ବେହେରା , ମନୋଜ ମିଶ୍ର ଏବଂ ଟୁଟୁ ନାୟକ’ଙ୍କ ନେତୃତ୍ବରେ ଏକ ଦଳ ମିଳିତ ଭାବେ ମାଆ ତାରାତାରିଣୀ ଶକ୍ତିପୀଠ ଅଭିମୁଖେ ଯାତ୍ରା କରିଛନ୍ତି।
ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଏହି ସମସ୍ତ ସ୍ବେଚ୍ଛାସେବୀ ଭୋର ୪ଟା ସମୟରେ ମା’ଙ୍କ ପବିତ୍ର ପୀଠରେ ପହଞ୍ଚି ଭକ୍ତଙ୍କୁ ଧାଡିରେ ଛିଡା କରାଇବା ସହିତ ଶୃଙ୍ଖଳିତ ଦର୍ଶନ କରାଇବାରେ ପ୍ରଶାସନକୁ ସହାୟତା କରିବେ , ଅସହାୟ ତଥା ଦିବ୍ୟାଙ୍ଗ ମାନଙ୍କୁ ମାଙ୍କ ସୁଚାରୁ ଦର୍ଶନ କରାଇବା ଆଦି କାର୍ଯ୍ୟ ସମ୍ପାଦନ କରିବା ସହ ପ୍ରବଳ ଖରାକୁ ନଜରରେ ରଖି ଲିଓରା ଫାଉଣ୍ଡେସନର ସହାୟତାରେ ଶ୍ରଦ୍ଧାଳୁ’ଙ୍କୁ ପାଣି ଛିଞ୍ଚନ କରିବା ସହ ଗ୍ଲୁକୋଜ ତଥା ପାନୀୟ ଜଳ ବଣ୍ଟନ କରିବେ ବୋଲି ସୂଚନା ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031