Indus Valley Times

ଗର୍ଜ୍ଜିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ଗୋଲେଇ ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶଃପୁତଳିକା ଦାହ ; ବିଜେପି ସରକାର ବିରୁଦ୍ଧରେ ନାରାବାଜି,ନୟାଗଡ଼ ଏସପିଙ୍କୁ ସ୍ମାରକ ପତ୍ର ପ୍ରଦାନ

 Breaking News

ଗର୍ଜ୍ଜିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ଗୋଲେଇ ଛକରେ ମୁଖ୍ୟମନ୍ତ୍ରୀଙ୍କ କୁଶଃପୁତଳିକା ଦାହ ; ବିଜେପି ସରକାର ବିରୁଦ୍ଧରେ ନାରାବାଜି,ନୟାଗଡ଼ ଏସପିଙ୍କୁ ସ୍ମାରକ ପତ୍ର ପ୍ରଦାନ

August 09
14:25 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୯/୮: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାରକୁ ଦାୟୀ କରିଛି ନୟାଗଡ଼ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଆଜି ଦଳ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ସରକାର ବିରୁଦ୍ଧରେ ନାରାବାଜି କରାଯାଇଛି । ରାଜ୍ୟରେ ଛାତ୍ର ଓ ନାରୀ ଅସୁରକ୍ଷିତ ।
ଦିନକୁ ଦିନ ଛାତ୍ରୀ ଓ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି । ଯାହାକୁ ନେଇ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରରୁ ଏକ ଶୋଭାଯାତ୍ରା ବାହାରି ନୟାଗଡ଼ ଟାଉନଥାନାଠାରେ ନୟାଗଡ଼ ଏସ୍‌ଡିପିଓ ଜ୍ୟୋତିରଞ୍ଜନ ସାମନ୍ତରାୟ ଓ ଥାନା ଅଧିକାରୀ ବିଜୟା ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ସେଠାରୁ ବିକ୍ଷୋଭକାରୀ ଯୁବ ଓ ଛାତ୍ରମାନେ ନୟାଗଡ଼ ଗୋଲେଇ ଛକଠାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରୁଜଙ୍କ କୁଶ ପୁତଃଳିକା ଦାହ କରିଛନ୍ତି । ବିଜେପି ସରକାର ନାରୀ ସୁରକ୍ଷା ଦେବାରେ ବିଫଳ ହୋଇଛି ।
ଯେଉଁ କାରଣରୁ ଏଫ୍‌ଏମ କଲେଜ ଛାତ୍ରୀ ମୃତ୍ୟୁ, ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏହା ପୂର୍ବରୁ ଘଟିଥିବା ଗୋପାଳପୁର ଗଣଦୁଷ୍କର୍ମ ଘଟଣାଠାରୁ ଆରମ୍ଭ କରି ଅନେକ ନାରକୀୟ କାଣ୍ଡ ରାଜ୍ୟବାସୀଙ୍କୁ ଅତିଷ୍ଠ କରିଛି ।
ଏହି ଅବସରରେ ବିଜୁ ଯୁବ ଛାତ୍ର ଜନତା ଦଳ କର୍ମକର୍ତ୍ତମାନେ ନୟାଗଡ଼ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଦୁର‌୍ୟ୍ୟୋଧନ ବେହେରା, ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା, ରବୀନ୍ଦ୍ର କୁମାର ଜେନା, ଅନୱାଲ ଅଲ୍ଲୀ, ଅମୁଲ୍ୟ ସାହୁ, ସଞ୍ଜିବ ମିଶ୍ର, ପ୍ରଶାନ୍ତ ପରିଡ଼ା, ନୀରଞ୍ଜନ ବେହେରା, ଉମେଶ ମାର୍ଥା, ସରୋଜ ବିଶ୍ୱାଳ, ବଂଶୀଧର ପରିଡ଼ା, ପ୍ରତାପ ପ୍ରଧାନ, ଜ୍ୟୋତି ଶଙ୍କର ମିଶ୍ର ପ୍ରମୂଖ ନେତୃତ୍ୱ ନେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31