Indus Valley Times

ଗଜପତି : ବିକଶିତ ଭାରତ ଯୁବ ନେତୃତ୍ୱ ସଂକଳ୍ପ-୨୦୨୭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଯୁବୋତ୍ସବ ଅନୁଷ୍ଠିତ

 Breaking News

ଗଜପତି : ବିକଶିତ ଭାରତ ଯୁବ ନେତୃତ୍ୱ ସଂକଳ୍ପ-୨୦୨୭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଯୁବୋତ୍ସବ ଅନୁଷ୍ଠିତ

ଗଜପତି : ବିକଶିତ ଭାରତ ଯୁବ ନେତୃତ୍ୱ ସଂକଳ୍ପ-୨୦୨୭ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଯୁବୋତ୍ସବ ଅନୁଷ୍ଠିତ
November 12
11:58 2026

ଗଣେଣ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୨/୧୧ : ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂକଳ୍ପ-୨୦୨୭’ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଯୁବୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ଆଜିର ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କ ମଧ୍ୟରେ ଥିବା ପ୍ରତିଭା ଓ ସୃଜନଶୀଳତାର ବିକାଶ ପାଇଁ ଏଭଳି ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପାରଳାଖେମୁଣ୍ଡି ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲ୍‌ଗୁନୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ମୁନୀନ୍ଦ୍ର ହୋନନଗା, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ, ବରିଷ୍ଠ କ୍ରୀଡ଼ାବିତ୍ କିଶୋର ରଥ, ସାମଜିକ କର୍ମୀ ଶ୍ରୀ ହୃଷିକେଶ ଗୌଡ଼ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ତ୍ରିନାଥ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରି ଉପସ୍ଥିତ ଯୁବ ପ୍ରତିଯୋଗୀ ମାନଙ୍କୁ ସ୍ୱାଗତ କରିବା ସହ ଯୁବୋତ୍ସବର ଉଦ୍ଦେଶ୍ୟ ଓ କାର‌୍ୟ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଯୁବୋତ୍ସବରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳର ମହାବିଦ୍ୟାଳୟ ଗୁଡ଼ିକରୁ ଆସିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏଥିରେ ଗୋଷ୍ଠୀଗତ ଲୋକନୃତ୍ୟ, ଗୋଷ୍ଠୀଗତ ଲୋକଗୀତ, କାହାଣୀ ଲିଖନ, ଚିତ୍ରକଳା, କବିତା ଲିଖନ ଓ ବକ୍ତୃତା ପ୍ରଭୃତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସେବା, ଜନଭାଗିଦାରୀ ଓ ସାମାଜିକ ଦାୟିତ୍ୱବୋଧର ଭାବନାକୁ ଜନସାଧାରଣଙ୍କ ମଧ୍ୟରେ ପହଞ୍ଚାଇବା ସହ- ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସମସ୍ତଙ୍କୁ ଏକ ସାମୂହିକ ସଂକଳ୍ପ ନେବାକୁ ପ୍ରେରିତ କରିବା ।
ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ବିଜେତାମାନେ ଆଗାମୀ ରାଜ୍ୟସ୍ତରୀୟ ଯୁବୋତ୍ସବରେ ଗଜପତି ଜିଲ୍ଲାର ପ୍ରତିନିଧିତ୍ୱ କରିବେ। ଏହି ଯୁବୋତ୍ସବ ଯୁବପିଢ଼ିଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ସହ ନେତୃତ୍ୱ ଦକ୍ଷତା, ସୃଜନଶୀଳତା ଓ ସାଂସ୍କୃତିକ ଚେତନାକୁ ପ୍ରୋତ୍ସାହିତ କରିବାରେ ସହାୟକ ହୋଇପାରିବ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30