Indus Valley Times

ଗଜପତି : ମହେନ୍ଦ୍ରଗିରିରେ ୨୩ତମ ଜାତୀୟ ଏମ:ଟି:ବି ଚାମ୍ପିଅନସିପ୍‌ର ଦ୍ୱିତୀୟ ଦିନର କୃତି ପ୍ରତିଯୋଗୀ

 Breaking News

ଗଜପତି : ମହେନ୍ଦ୍ରଗିରିରେ ୨୩ତମ ଜାତୀୟ ଏମ:ଟି:ବି ଚାମ୍ପିଅନସିପ୍‌ର ଦ୍ୱିତୀୟ ଦିନର କୃତି ପ୍ରତିଯୋଗୀ

ଗଜପତି : ମହେନ୍ଦ୍ରଗିରିରେ ୨୩ତମ ଜାତୀୟ ଏମ:ଟି:ବି ଚାମ୍ପିଅନସିପ୍‌ର ଦ୍ୱିତୀୟ ଦିନର କୃତି ପ୍ରତିଯୋଗୀ
October 02
19:36 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୧୦ : ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ପଞ୍ଚାୟତରେ ଥିବା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପାହାଡ଼ ସ୍ଥିତ କୋଇନପୁର ଗ୍ରାମରେ ଚାଲିଥିବା ୨୩ତମ ଜାତୀୟ ଏମ:ଟି:ବି ସାଇକ୍ଲିଂ ଚାମ୍ପିଅନସିପ୍‌ର ଦ୍ୱିତୀୟ ଦିନ ଉତ୍ସାହ ଓ ରୋମାଞ୍ଚ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଛି।
ଏହି ଦ୍ୱିତୀୟ ଦିନ ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ଥିଲା ଏକ୍ସ:ସି:ଇ (କ୍ରସ କଣ୍ଟ୍ରି ଏଲିମିନେଟର) ପ୍ରତିଯୋଗିତା। ଏହା ପ୍ରାୟ ୮୦୦ ମିଟରର ଏକ ସ୍ୱଳ୍ପ ଦୂରତା ଓ ଦ୍ରୁତଗତିର ପ୍ରତିଯୋଗିତା, ଯେଉଁଥିରେ ରାଇଡର ମାନେ ନିଜର ଗତି, କୌଶଳ ଓ ତତ୍ପରତାର ପ୍ରତିଭାର ଦକ୍ଷତା ପ୍ରଦର୍ଶନ କରିଥିଲେ।
ଆଜି ବିଭିନ୍ନ ବୟସ ଓ ଲିଙ୍ଗ ବର୍ଗକୁ ନେଇ ମୋଟ ୬ଟି ଏକସ୍:ସି:ଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଇଡର ମାନେ ମୋଟ ୧୮ଟି ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କଠିନ ମହେନ୍ଦ୍ରଗିରି ଟ୍ରାକ୍‌ରେ ଅଳ୍ପ ସମୟ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇଡର ମାନଙ୍କ ମଧ୍ୟରେ ଜୋରଦାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା।
ଦିନର ପ୍ରତିଯୋଗିତା ଶେଷରେ ଆୟୋଜିତ ପଦକ ବିତରଣ ସମାରୋହରେ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଯୁଗ୍ମ ସମ୍ପାଦକ ଶ୍ରୀ ନୀରଜ ତନୱାର, ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‌ର ଉପସଭାପତି ଶ୍ରୀ ନୃସିଂହ ଚରଣ ସାହୁ, ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‌ର ବରିଷ୍ଠ ସଦସ୍ୟ ଶ୍ରୀ ଆର୍.କେ. ଦାସ, ଭାରତୀୟ ବାୟୁସେନାର ଆଡଭେଞ୍ଚର ସେଲ୍‌ର ଗ୍ରୁପ୍ କ୍ୟାପ୍ଟେନ୍ ଶ୍ରୀ ନମିତ ରାୱତ ଏବଂ କଇଁପୁର ଏସ:ଏସ:ଡି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଜଗନ୍ନାଥ ରାଓ, ଓଡ଼ିଶା ଶିକ୍ଷା ସେବା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ରାଇଡର ମାନଙ୍କୁ ପଦକ ପ୍ରଦାନ କରିଥିଲେ।
ଦ୍ୱିତୀୟ ଦିନର ପ୍ରତିଯୋଗିତା ସଫଳ ଭାବେ ସମ୍ପନ୍ନ ହେବା ସହ ମହେନ୍ଦ୍ରଗିରି ଏବେ ଚାମ୍ପିଅନସିପ୍‌ର ତୃତୀୟ ଦିନକୁ ଅପେକ୍ଷା କରୁଛି।
ଆସନ୍ତାକାଲି ୩ ତାରିଖ ଦିନ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରେଷ୍ଠ ସାଇକ୍ଲିଷ୍ଟ ମାନେ ମହେନ୍ଦ୍ରଗିରିର ଚ୍ୟାଲେଞ୍ଜିଂ ଟ୍ରାକ୍‌ରେ ନିଜର ଦକ୍ଷତା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031