Indus Valley Times

ଜନ୍ମଦିନରେ ଦୃଷ୍ଟିବାଧିତ ପିଲାଙ୍କ ଗୀତ ଶୁଣି କାନ୍ଦି ପକାଇଲେ ରାଷ୍ଟ୍ରପତି

 Breaking News

ଜନ୍ମଦିନରେ ଦୃଷ୍ଟିବାଧିତ ପିଲାଙ୍କ ଗୀତ ଶୁଣି କାନ୍ଦି ପକାଇଲେ ରାଷ୍ଟ୍ରପତି

ଜନ୍ମଦିନରେ ଦୃଷ୍ଟିବାଧିତ ପିଲାଙ୍କ ଗୀତ ଶୁଣି କାନ୍ଦି ପକାଇଲେ ରାଷ୍ଟ୍ରପତି
June 20
20:25 2025

ନୂଆଦିଲ୍ଲୀ, ୨୦/୬ : ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ୬୬ତମ ଜନ୍ମ ଦିବସ । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଅନ୍ୟପକ୍ଷରେ ରାଷ୍ଟ୍ରପତି ମୁର୍ମୁ ଉତ୍ତରାଖଣ୍ଡର ଡେରାଡୁନରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ଜନ୍ମ ଦିନର ଶୁଭେଚ୍ଛା ଗୀତ ଶୁଣି ରାଷ୍ଟ୍ରପତିଙ୍କ ଆଖିରେ ଲୁହ ଆସିଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଉତ୍ତରାଖଣ୍ଡର ଡେରାଡୁନରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦ ଏମପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲଟି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଛନ୍ତି । ଏହି ଅବସରରେ ଦୃଷ୍ଟିବାଧିତ କୁନି କୁନି ପିଲାମାନେ ମହାମହିମଙ୍କ ପାଇଁ ଜନ୍ମ ଦିନର ଶୁଭେଚ୍ଛା ଗୀତ ଗାନ କରିଥିଲେ । ରାଷ୍ଟ୍ରପତି କୁନି ପିଲାଙ୍କ ଶୁଭେଚ୍ଛାରେ ଭାବବିହ୍ୱଳ ହୋଇପଡ଼ିଥିଲେ । ରାଷ୍ଟ୍ରପତିଙ୍କ ଆଖିରେ ଲୁହ ଜକେଇ ଆସିଥିଲା ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031