Indus Valley Times

ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍ ପକ୍ଷରୁ ଏକ କାର୍ଯ୍ୟକ୍ରମ ଇଟାମାଟି ଲଡ଼ୁ ପାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବଡ଼ପଣ୍ଡୁସର ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ

 Breaking News

ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍ ପକ୍ଷରୁ ଏକ କାର୍ଯ୍ୟକ୍ରମ ଇଟାମାଟି ଲଡ଼ୁ ପାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବଡ଼ପଣ୍ଡୁସର ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ

ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍ ପକ୍ଷରୁ ଏକ କାର୍ଯ୍ୟକ୍ରମ ଇଟାମାଟି ଲଡ଼ୁ ପାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବଡ଼ପଣ୍ଡୁସର ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ
July 01
22:15 2025

ବିିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧/୭ : ମଙ୍ଗଳବାର ଦିନ ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଗିଭ୍ ବ୍ଲଡ୍ ସେଭ୍ ଲାଇଫ୍ ପକ୍ଷରୁ ଏକ କାର୍ଯ୍ୟକ୍ରମ ଇଟାମାଟି ଲଡ଼ୁ ପାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବଡ଼ପଣ୍ଡୁସର ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ ହୋଇଯାଇଅଛି।
ଅନୁଷ୍ଠାନର ସଭାପତି ବିଶିଷ୍ଠ ସମାଜ ସେବୀ ଭାଗିରଥି ବାଇ ପ୍ରଥମେ ଇଟାମାଟି ଉପ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତିଷ୍ଠାତା ସ୍ବର୍ଗତ ଲଡ଼ୁ ପାତ୍ରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ନିକୁଲ୍ ର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିବା ସହିତ ଅନୁଷ୍ଠାନର ଉପଦେଷ୍ଟା କ୍ରିଷ୍ଣା କୁମାର ଅଗ୍ରୱାଲ ବିଶେଷ ସହଯୋଗ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଇଟାମାଟି ଗ୍ରାମର ବରିଷ୍ଠ ଡାକ୍ତର ଡ. ରାଜକିଶୋର ବରାଡ଼ଙ୍କ ସମେତ ଉପସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବିଦତ୍ତ ଦିବ୍ୟରଞ୍ଜନ ମିଶ୍ର ଡାକ୍ତର ମନ୍ଦାକିନୀ ତ୍ରିପାଠୀ ଏବଂ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।
ବଡ଼ ପଣ୍ଡୁସର ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ନର୍ମଦା ଦାସ, ଡାକ୍ତର ଦିଲ୍ଲୀପ ସିଂ, ଡାକ୍ତର ପ୍ରସନ୍ନ କୁମାର ପୃଷ୍ଟି, ଡାକ୍ତର ସୁଜିତ କୁମାର ସାହୁ, ଡାକ୍ତର ସ୍ବର୍ଣ୍ଣଲତା ପରିଡ଼ା ଙ୍କ ସମେତ ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ପ୍ରାକ୍ତନ ସରପଞ୍ଚ ଶ୍ରବଣ ରାମ, ସଚ୍ଚିଦାନନ୍ଦ ସାଥୁଆ,ପ୍ରଦୀପ୍ତ ପଟ୍ଟନାୟକ, ପ୍ରଶାନ୍ତ କୁମାର ସାହୁ, ରଶ୍ମି ରଞ୍ଜନ ମହାପାତ୍ର,ସୁକାନ୍ତ ମହାନ୍ତି, ସଞ୍ଜୟ କୁମାର ସାହୁ, ବବୁଲ ଦାଶ, ସନ୍ତୋଷ ପ୍ରଧାନ, ସୁବାଶିଷ ନାୟକ, ରମେଶ ମଲ୍ଲ, ମାନସ ବଳବନ୍ତ ରାୟ, ସରସ୍ବତ ବିଭୁପଦ ପ୍ରଧାନ, ବିଶ୍ୱଜିତ ଦାଶ, ରଞ୍ଜନ ବସନ୍ତରା, ରାକେଶଶର୍ମା ଦାସ, ରାମକୃଷ୍ଣ ଦାସ ପ୍ରମୁଖ ଯୋଗଦେଇ କାର‌୍ୟ୍ୟକ୍ରମକୁ ସଫଳ କରିଥିଲେ।
ଏହି ଅବସରରେ ସମସ୍ତ ଡାକ୍ତର ମାନଙ୍କୁ ଆଜିର ଦିବସ ପାଇଁ ସମସ୍ତେ ଶୁଭେଚ୍ଛା ଜଣେଇବା ସହ ସମ୍ବର୍ଦ୍ଧିତ କରା ଯାଇଥିଲା। ଡାକ୍ତର ମାନେ ଦ୍ୱିତୀୟ ଭଗବାନ ବୋଲି ମତ ପ୍ରକାଶ ପାଇଥିଲା। ଡାକ୍ତର ମାନେ ତାଙ୍କର କର୍ମ ପ୍ରତି ଅଙ୍ଗୀକାର ବଦ୍ଧ ବୋଲିମଧ୍ୟ ପ୍ରକାଶ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31