Indus Valley Times

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ସଚେତନତା ସମ୍ପର୍କିତ ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ସଚେତନତା ସମ୍ପର୍କିତ ବୈଠକ ଅନୁଷ୍ଠିତ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ସଚେତନତା ସମ୍ପର୍କିତ ବୈଠକ ଅନୁଷ୍ଠିତ
May 23
22:22 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୫: ଗୁରୁବାର ଦିନ ଦିବା ଘ.୯.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ସଚେତନତା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଦେଶର ବିଭିନ୍ନ ସ୍ଥାନରେ କରୋନା ଭଳି ମହାମାରୀ ଚିନ୍ହଟ ହେଉଥିବା ବେଳେ, ଜନସାଧାରଣ କିଭଳି ସତର୍କତା ଅବଲମ୍ବନ କରିବେ ଏବଂ ଜଳ ଜନିତ ବିଭିନ୍ନ ରୋଗ ରୁ ଉପଶମ ପାଇବା ଉଦ୍ଦେଶ୍ୟ ରେ ସମସ୍ତ କାର୍ଯ୍ୟାଳୟ ରେ ସଚେତନତା ସଭା ମାନ ଆୟୋଜନ କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ସେଥିପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ତା ସହିତ ମୌସୁମୀ ଋତୁରେ ଜଳବାହିତ ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ଓ ବିଭିନ୍ନ ପ୍ରତିଷେଧ ମୁଳକ ପଦକ୍ଷେପ ଗ୍ରହଣ ପାଇଁ ସଚେତନତା କରାଯିବାକୁ କହିଥିଲେ ।
ଖାଇବକ୍ଷ ପୂର୍ବରୁ ହାତ କୁ ଭଲ ଭାବରେ ପରିଷ୍କାର କରି ଧୋଇବା, ଲାଇଫବଏ ସାବୁନରେ ହାତ ଧୋଇବା,ନିଜକୁ ସାନିଟାଇଜ୍ କରିବା ସହ ଘରକୁ କିଏ ଆସିଲେ, ଆମେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷ କୁ ସାନିଟାଇଜ କରିବା, ନିଜ ଘର, ପାଇଖାନାକୁ ସଫା ସୁତରା ରଖିବା,ନିଜ ପାଖରେ ସବୁବେଳେ ସାନିଟାଇଜର, ମାସ୍କ ରଖିବା, ଟିଉସନ ଶିକ୍ଷକ ମାନଙ୍କ ମାଧ୍ୟମରେ ପିଲାଙ୍କୁ ସଚେତନ କରିବା, ଯୋଗ, ପ୍ରାଣାୟାମ କରିବା, ଓମ ଚାଁଟିଙ୍ଗ କରିବା,ସଜାଗ ହେବା, ସତର୍କ ହେବା,ସତର୍କ ପ୍ରହରୀ ଭଳି ଭାଇରସ କୁ ବଢିବାକୁ ନ ଦେବା, ତଟକା ପନିପରିବା ବ୍ୟବହାର, ଗରମ ଖାଦ୍ୟ ଖାଇ ବାସୀ ଖାଦ୍ୟ କୁ ନ ଖାଇବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ ଉପସ୍ଥିତ ରହିବା ପୂର୍ବକ ଥଣ୍ଡା, କାଶ, ଛିଙ୍କ ହେଲେ ମାକ୍ସ ବ୍ୟବହାର କରିବା ଏବଂ ୩ ଦିନ ଭିତ ରେ ଏହା ଭଲ ନ ହେଲେ ପୁରୁଣା ଆଇ.ଟି. ଆଇ ପାଖରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା, ସମସ୍ତେ ସଚେତନ ହେବା ସହ ଏହି ସଚେତନତା ର ବାର୍ତ୍ତା ସମସ୍ତ ଙ୍କୁ ଦେବା, ଯାହାର କୌଣସି କ୍ରୋନିକ ରୋଗ, ବ୍ଲଡ଼ ପ୍ରେସର, ଡାଇବେଟିସ ଥିବ, ସେମାନେ ବେଶୀ ସତର୍କ ହେବା ପାଇଁ ଅନୁରୋଧ କରିଥିଲେ ଏବଂଦୈନନ୍ଦିନ ଜୀବନରେ ନିଜ କୁ ସୁସ୍ଥ ରଖିବା ର
ସମସ୍ତ ପ୍ରକାର ଉପାୟ ଅବଲମ୍ବନ କରିବା ସହ ନିଜେ ଭୟଭୀତ ନ ହେବା ଏବଂ ଅନ୍ୟ ମାନଙ୍କୁ ଭୟଭୀତ ନ କରିବା,ନିଜ ପାଇଁ ସମୟ ବାହାର କରି ସକାଳେ, ସନ୍ଧ୍ୟା ରେ ଚାଲିବା, ଯୋଗ, ପ୍ରାଣାୟାମ କରିବା, ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଥିବା ଜିମ କୁ ଯାଇ ଅଧିକାରୀ ଏବଂ କର୍ମଚାରୀ ମାନେ କିଛି ସମୟ ଜିମ କରିବା ପାଇଁ ଅନୁରୋଧ କରିଥିଲେ ।
ସମସ୍ତେ କରୋନା ସମୟରେ ଆମ୍ବାସାଡର ଭାବେ କାମ କରି କରୋନା କୁ ପରାଜୟ କରି ମଣିଷ ସମାଜ କୁ ରକ୍ଷା କରି କରୋନା ଯୋଦ୍ଧା ହୋଇଥିବାରୁ ଆଗାମୀ ଦିନରେ କିଛି ସମସ୍ୟା ଆସିଲେ, କେହି ଡରି ନ ଯାଇ ତାର ସାମ୍ନା କରିବା ପାଇଁ ଡ. ପ୍ରଧାନ ମତବ୍ୟକ୍ତ କରିଥିଲେ ।
ଏଥିସହ ଜୁନ ମାସ ୩ ତାରିଖ ରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ସକାଳ ୭ ଘଟିକା ସମୟରେ ସଚେତନତା କର୍ମଶାଳା ରେ ସମସ୍ତେ ଉପସ୍ଥିତ ରହିବା ପାଇଁ ଜ଼ିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ କନକ ଲତା ନାୟକ ଏହି ଅବସରରେ ଏକ ସଚେତନତା ଧର୍ମୀ କବିତା ପାଠ କରିଥିଲେ । ଏଥିସହ ବୌଦ୍ଧ ଜ଼ିଲ୍ଲା କୁ ଓସ୍ୱାସ ରେ ରାଜ୍ୟ ସରକାର ପାଇଲଟ ଜ଼ିଲ୍ଲା ଭାବେ ନେଇଥିବାରୁ ମଇ ମାସ ୨୬ ତାରିଖ ସୁଦ୍ଧା ସମସ୍ତ ଅଧିକାରୀ ଓସ୍ଵାସ ରେ ଫାଇଲ ଦେବାକୁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଆହ୍ୱାନ କରିଥିଲେ ।
ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜ଼ିଲ୍ଲାପାଳ, ସମସ୍ତ ସେକ୍ସନ ଅଫିସର, ବରିଷ୍ଠ ରାଜସ୍ବ ସହାୟକ, କନିଷ୍ଠ ରାଜସ୍ବ ସହାୟକ ଙ୍କ ସମେତ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930