Indus Valley Times

ଜିଲ୍ଲାସ୍ତରୀୟ କଳା ଉତ୍ସବ ପାଳିତ

 Breaking News

ଜିଲ୍ଲାସ୍ତରୀୟ କଳା ଉତ୍ସବ ପାଳିତ

October 20
10:40 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୧୦ : ସ୍ଥାନୀୟ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ସେଣ୍ଟିନାରୀ ହଲ ଠାରେ ଆଜି ଜିଲ୍ଲାସ୍ତରୀୟ କଳା ଉତ୍ସବ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୁବେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୁଡାମଣି ବାରିକ, ଜିଲ୍ଲା ବିଜ୍ଞାନ ସୁପର ଭାଇଜର୍ ଜୟନ୍ତ କୁମାର ପ୍ରଧାନ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ କମଳାକାନ୍ତ ଦଳ ବେହେରା, ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରୀ, ଶିବଶଙ୍କର ଶତପଥୀ ମଞ୍ଚାସୀନ ଥିଲେ । ସନ୍ତୋଷ କୁମାର କର୍ଣ୍ଣ ସଭାକୁ ସଂଯୋଜନା କରିଥିଲେ ।
ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚିତ୍ରାଙ୍କନ, ଶିଳ୍ପ କଳା, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଜୀବନକୁ ସରସ, ସୁନ୍ଦର ଓ ଦିପ୍ତିମନ୍ତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣାଙ୍ଗ ବିକାଶ ଏବଂ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବାରେ କଳା ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ ।
ଜିଲ୍ଲା ସ୍ତରୀୟ କଳା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ନିଜ ବକ୍ତବ୍ୟରେ ଏଭଳି ମନ୍ତବ୍ୟ ପ୍ରଦାନ କରି ସମସ୍ତ ପ୍ରତିଯୋଗୀଙ୍କୁ ନିଜର କଳାକୁ ନିଖୁଣ କରିବା ନିମନ୍ତେ ପ୍ରତ୍ୟେକ ଦିନ ଅଭ୍ୟାସ କରିବା ପାଇଁ ଉତ୍ସାହିତ କରିଥିଲେ ।
ଏବଂ ସମସ୍ତଙ୍କୁ ଜିଲ୍ଳା ସ୍ତରୀୟ ଓ ଜୋନାଲ୍ ସ୍ତରୀୟ କଳା ଉତ୍ସବ ୨୦୨୫ ରେ ଜିଲ୍ଲାର ସଫଳତା ପାଇଁ ଶୁଭକାମନା ଜଣାଇଥିଲେ । ଜିଲ୍ଲା ସ୍ତରୀୟ କଳା ଉତ୍ସବରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ବଲାଙ୍ଗୀର ଠାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ୍‌ସ୍ତରୀୟ କଳା ଉତ୍ସବରେ ଭାଗ ନେବାର ସୁଯୋଗ ପାଇବେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031