Indus Valley Times

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ସହ ଦୃବ୍ୟବହାର ଅଭିଯୋଗ: ସୁରକ୍ଷା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

 Breaking News

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ସହ ଦୃବ୍ୟବହାର ଅଭିଯୋଗ: ସୁରକ୍ଷା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ସହ ଦୃବ୍ୟବହାର ଅଭିଯୋଗ: ସୁରକ୍ଷା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
July 11
22:09 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୧/୭ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ଜଣେ ନିୟମିତ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ସହ ନିୟୋଜିତ ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଶନିବାର ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ସ୍ୱେଚ୍ଛାକୃତ ରକ୍ତଦାତା ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ, ଅଭିଯୁକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ଉଠିଛି।
ଅଭିଯୋଗ ଅନୁଯାୟୀ, ଖୋରଧା ର ନିୟମିତ ସ୍ୱେଚ୍ଛାକୃତ ରକ୍ତଦାତା ତଥା ସାମ୍ବାଦିକ ଦିଲ୍ଲୀପ କୁମାର ପଟ୍ଟନାୟକ ଜଣେ ପ୍ରସୂତୀଙ୍କ ପାଇଁ ଜରୁରୀ ରକ୍ତର ଆବଶ୍ୟକତା ଥିବା ଖବର ପାଇ ଶନିବାର ସ୍ୱଇଚ୍ଛାରେ ରକ୍ତଦାନ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତଭଣ୍ଡାରକୁ ଯାଇଥିଲେ।
ସେହି ସମୟରେ ତରବରିଆ ଭାବେ ଭିତରକୁ ପ୍ରବେଶ କରୁଥିବାବେଳେ ଅନ୍ୟମନସ୍କତା କାରଣରୁ ସେ ଜୋତା ଖୋଲିବାକୁ ଭୁଲିଯାଇଥିଲେ।
ଏହାକୁ ନେଇ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା ସହ କଥିତ ଭାବେ ଅସଦାଚରଣ କରିଥିଲେ ଏବଂ ତାଙ୍କ ସହ ଅପମାନଜନକ ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗକାରୀଙ୍କ କହିବା ଅନୁସାରେ, ସୁରକ୍ଷାକର୍ମୀଙ୍କ ବ୍ୟବହାର ଏପରି ଥିଲା ଯେପରି ସେ ଜଣେ ଅସାମାଜିକ ବ୍ୟକ୍ତି।
ରକ୍ତଦାନ ଭଳି ଏକ ମାନବିକ ଓ ମହତ୍ କାର୍ଯ୍ୟରେ ସ୍ୱଇଚ୍ଛାରେ ସହଯୋଗ କରିବାକୁ ଯାଇଥିବା ଜଣେ ରକ୍ତଦାତାଙ୍କ ସହ ଏଭଳି ବ୍ୟବହାର ଅତ୍ୟନ୍ତ ଦୁଃଖଦ ଏବଂ ନିନ୍ଦନୀୟ ବୋଲି ସେ କହିଛନ୍ତି।
ଘଟଣା ପରେ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।
ଏହା ସହିତ ଖୋରଧା ଆଦର୍ଶ ଥାନାରେ ମଧ୍ୟ ସେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗ ପାଇବା ପରେ ପୁଲିସ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସେମାନଙ୍କ ମତରେ, ରକ୍ତଭଣ୍ଡାରକୁ ପ୍ରତିଦିନ ଅନେକ ସ୍ୱେଚ୍ଛାକୃତ ରକ୍ତଦାତା ଜୀବନ ବଞ୍ଚାଇବାର ଉଦ୍ଦେଶ୍ୟରେ ଆସିଥାନ୍ତି।
ଏପରି ସମୟରେ ସେମାନଙ୍କ ସହ ମର୍ଯ୍ୟାଦାପୂର୍ଣ୍ଣ, ସୌଜନ୍ୟମୂଳକ ଓ ମାନବିକ ବ୍ୟବହାର କରାଯିବା ଉଚିତ। ଯଦି କୌଣସି ନିୟମ ଉଲ୍ଲଂଘନ ହୁଏ, ତେବେ ତାହାକୁ ଭଦ୍ର ଓ ଶାଳୀନ ଭାବରେ ବୁଝାଇ କୁହାଯାଇପାରେ।
କିନ୍ତୁ ଦୁର୍ବ୍ୟବହାର କିମ୍ବା ଅପମାନଜନକ ଆଚରଣ କେବଳ ଜଣେ ରକ୍ତଦାତାଙ୍କୁ ନୁହେଁ, ବରଂ ସମଗ୍ର ସ୍ୱେଚ୍ଛାକୃତ ରକ୍ତଦାନ ଆନ୍ଦୋଳନକୁ ନିରୁତ୍ସାହିତ କରିପାରେ। ସମ୍ପୃକ୍ତ ରକ୍ତଦାତା କହିଛନ୍ତି ଯେ, ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ଏବଂ ରକ୍ତଦାନ ପାଇଁ ଆସୁଥିବା ପ୍ରତ୍ୟେକ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ମାନ ଓ ସୌଜନ୍ୟର ସହ ବ୍ୟବହାର କରାଯାଏ, ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930