Indus Valley Times

ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ

 Breaking News

ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ

ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭, ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ
June 18
12:31 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୮/୬ : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପେକ୍ଷାଳୟ ରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭,ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି।
ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶୀୱାଜୀ ଈସାଲୱାର ଯୋଗଦେଇ ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ସହ ଜିଲ୍ଲା ର ବିକାଶ ଘଟୁଛି ଏବଂ ବୁଦ୍ଧିଜୀବୀ ଙ୍କ ଉପଦେଶରେ ଅଧିକ ଆକାରରେ ଭିଜନ କୁ ସାକାର କରିହେବବୋଲି କହିଥିଲେ।ତୃଣମୂଳ ସ୍ତରରୁ ବିକାଶ ହେଲେ ଯାଇ ସାମଗ୍ରିକ ବିକାଶ ସମ୍ଭବ ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜ଼ିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର ବିକାଶ ର ମୂଳଦୁଆ ଗ୍ରାମୀଣ କ୍ଷେତ୍ର ରୁ ହୋଇଥାଏ ବୋଲି ମନ୍ତବ୍ୟ ଦେଇଥିଲେ।ଗ୍ରାମ ରେ କୃଷି,ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ ବ୍ୟବସ୍ଥା ଆଦିର ଉନ୍ନତି ହେଲେ ଜିଲ୍ଲା ର ଉନ୍ନତି ସମ୍ଭବ ବୋଲି କହିଥିଲେ।
ସଭାରେ ଉପସ୍ଥିତ ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠି ଜିଲ୍ଲା ରେ କୃଷି,ଶିଳ୍ପ,ମତ୍ସ୍ୟ ଆଦି କ୍ଷେତ୍ର ରେ ଥିବା ସମ୍ଭାବ୍ୟ ଉନ୍ନତି ବିଷୟରେ ଆଲୋକପାତ କରିଥିଲେ।ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲ୍ଲା ତଥା ବିକଶିତ ଗ୍ରାମ ର ଭାଗିଦାରୀ ବିଷୟ ରେ ମତ ପ୍ରକାଶ କରିଥିଲେ।
ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗ ଜିଲ୍ଲାର ବିକାଶ ପାଇଁ ଶିକ୍ଷା ବିଭାଗ ଅଧିକ ତତ୍ପର ଏବଂ ଆଗକୁ ଶିକ୍ଷା କ୍ଷେତ୍ର ନୂତନ ଶିକ୍ଷା ପଲିସୀ ଦ୍ୱାରା ଅଧିକ ଉନ୍ନତ ହେବ।ଏହା ପରେ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ବିକାଶ ଓଡ଼ିଶା ର ଭବିଷ୍ୟତ ବିଷୟ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଡେପୁଟି ଡାଇରେକ୍ଟର ପ୍ଲାନିଂ ସ୍ୱାଗତ ଅଭିଭାଷଣ ଦେଇଥିଲେ।ଆସିଷ୍ଟାଣ୍ଟ ଡାଇରେକ୍ଟର ସଞ୍ଜୟ ଦୀପ କାର୍ମଶାଳା କୁ ସଂଯୋଜନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031