Indus Valley Times

ଜିଲ୍ଲା ସ୍ତରୀୟ ଦାୟିତ୍ୱ ନିର୍ବାହ କମିଟି ଡେଙ୍ଗୁ ଓ ମ୍ୟାଲେରିୟା ରୋଗ ନିୟନ୍ତ୍ରଣ ବୈଠକ ଅନୁଷ୍ଠିତ : ଜିଲ୍ଲାପାଳ

 Breaking News

ଜିଲ୍ଲା ସ୍ତରୀୟ ଦାୟିତ୍ୱ ନିର୍ବାହ କମିଟି ଡେଙ୍ଗୁ ଓ ମ୍ୟାଲେରିୟା ରୋଗ ନିୟନ୍ତ୍ରଣ ବୈଠକ ଅନୁଷ୍ଠିତ : ଜିଲ୍ଲାପାଳ

ଜିଲ୍ଲା ସ୍ତରୀୟ ଦାୟିତ୍ୱ ନିର୍ବାହ କମିଟି ଡେଙ୍ଗୁ ଓ ମ୍ୟାଲେରିୟା ରୋଗ ନିୟନ୍ତ୍ରଣ ବୈଠକ ଅନୁଷ୍ଠିତ : ଜିଲ୍ଲାପାଳ
May 26
17:53 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୬/୫ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ଓ ମ୍ୟାଲେରିଆ(ଭି ବି ଡି) ରୋଗ ନିୟନ୍ତ୍ରଣ ଓ ପ୍ରତିକାର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଯୋଗଦେଇଥିଲେ। ମଶା ବଂଶ ଦମନ, ନାଳନର୍ଦ୍ଦମା ସଫେଇ, ମଶା ଧୁଆଁ ପ୍ରୟୋଗ, ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଗାଁ କଲ୍ୟାଣ ସମିତି ମାନଙ୍କ ଦ୍ୱାରା ବ୍ୟାପକ ଜନ ସଚେତନତା, ସ୍ଥାନୀୟ ଶିଳ୍ପାଞ୍ଚଳ ଗୁଡିକରେ ଜନ ସଚେତନତା କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିବା ସହ ପ୍ରାକ୍ ମୌସୁମୀ (ଜୁନ୍) ଠାରୁ ପ୍ରତ୍ୟେକ ଶୁକ୍ରବାର (ଡ୍ରାଏ ଡେ) ପାଳନ ନିମନ୍ତେ ପ୍ରତ୍ୟେକ ଅଧିକାରୀ ନିଜନିଜ ଅଧୀନରେ ଥିବା କାର୍ଯ୍ୟାଳୟ ଏବଂ କ୍ଷେତ୍ରରେ ସଫେଇ କାର‌୍ୟ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଅଣୁ ଯୋଜନା ପ୍ରସ୍ତୁତ କରି ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ, ହାଟ, ମନ୍ଦିର ଆଦି ସ୍ଥାନ ମାନଙ୍କରେ ଗ୍ରାମୀଣ କ୍ଷେତ୍ରରେ ଜିଲ୍ଲା ପରିଷଦ ଏବଂ ସହରାଞ୍ଚଳ କ୍ଷେତ୍ରରେ (ଡୁ ଡ଼ା) ବିଶେଷ ଯତ୍ନବାନ ହୋଇ ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ଓ ଜିରୋ କାଜୁଆଲ୍ଟୀ (ଶୂନ୍ୟ ମୃତ୍ୟୁ)ପାଇଁ କାର୍ଯ୍ୟ କରିବେ ।
ଗ୍ରାମୀଣ କ୍ଷେତ୍ରରେ ଆଶା କର୍ମୀ ମାନେ ଜୁନ୍ ମାସ ଠାରୁ ଘରକୁ ଘର ବୁଲି ସଚେତନତାକୁ ବ୍ୟାପକ କରିବେ।
ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ଲକ୍ଷଣ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ବାଡ଼ି ବଗିଚାରେ କେଉଁଠି ହେଲେବି ବର୍ଷା ଜଳ ଜମିବାର ପାତ୍ର ଯେପରି ନ ରୁହେ ସେ ଦିଗରେ ସଚେତନତା ବାର୍ତ୍ତା ପହଂଚାଇବେ ।
ଏହିକ୍ରମେ ଜ୍ୱର ହେଲେ ରକ୍ତ ପରୀକ୍ଷା କରାଇ ତଦନୁଯାୟୀ ଚିକିତ୍ସା ନେବା ପାଇଁ ଜିଲ୍ଲାପାଳ ସମସ୍ତ ଜିଲ୍ଲା ବାସୀଙ୍କୁ ପରାମର୍ଶ ଦେଇଛନ୍ତି ।
ଡେଙ୍ଗୁ ରୋଗ ପରୀକ୍ଷା ପାଇଁ ଜିଲ୍ଲାରେ ୪ଟି ଡେଙ୍ଗୁ ସେଣ୍ଟିନୋଲ ପରୀକ୍ଷା ଗାର ରହିଛି ଯେଉଁଠି ସଂପୂର୍ଣ୍ଣ ମାଗଣାରେ ସେବା ଉପଲବ୍ଧ କରାଯାଇଛି।
ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ,ଭୁବନେଶ୍ୱରରେ ଡେଙ୍ଗୁ ୱାର୍ଡ ର ବ୍ୟବସ୍ଥା କରାଯାଇଛି।
ଗତ ୨୫.୦୫. ୨୦୨୬ ସୁଦ୍ଧା ୮୨୯୦ ରୋଗୀଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୫ ଡେଙ୍ଗୁ ରୋଗୀ ଅଦ୍ୟାବଧି ଚିହ୍ନଟ ହୋଇଛନ୍ତି ।
୨୦୨୪ ବର୍ଷ ତୁଳନାରେ ଗତ ବର୍ଷ ୨୦୨୫ ରେ ଜିଲ୍ଲା ରେ ୭୦% ଡେଙ୍ଗୁ ରୋଗୀ ସଂଖ୍ୟାରେ ହ୍ରାସ ହୋଇଥିଲା, ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କ ଡେଙ୍ଗୁ ନିୟନ୍ତ୍ରଣ ପାଇଁ (ଏଚ୍ ଓ ପି ସି ଆଇ) ୧ ଓ ୨ ମଡେଲ HOPCI (I &II) ମଡେଲ ବିଶେଷ ଭୂମିକା ଥିଲା ବୋଲି ବୈଠକରୁ ସୂଚନା ମିଳିଛି।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ (ଭିବିଡି) ଡାକ୍ତର ଶୁଭାଶିଷ ମହାନ୍ତି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡାକ୍ତର ଜୀବନ୍ତ କୁମାର ଆଚାର୍ଯ୍ୟ , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ ମିତ୍ର ,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର ମଙ୍ଗଳ) ଡାକ୍ତର ପ୍ରଦୀପ୍ତ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଭେଷଜ, ଡି ପି ଏମ (ଜାତୀୟ ସ୍ୱାସ୍ଥ୍ୟ ମିଶନ) ଖୋରଧା ଶ୍ରୀ ଶୁଭକାନ୍ତ ଗନ୍ତାୟତ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ . ଗୀତାଂଶୁ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ଶିକ୍ଷା, ପୌର ସଂସ୍ଥା,ମିଶନ ଶକ୍ତି, ବିଜ୍ଞାପିତ ପରିଷଦ, କୃଷି, ମତ୍ସ୍ୟ, ଜଙ୍ଗଲ ଓ ପରିବେଶ, ଶିଳ୍ପ ଆଦି ବିଭାଗର ଅଧିକାରୀ, ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ଅସିତ୍ କୁମାର ଦାଶ ପାୱାର ପଏଂଟ ପ୍ରଦର୍ଶନରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ଲକ୍ଷଣ ଓ ନିରାକରଣ ଉପରେ ବିସ୍ତୃତ ଉପସ୍ଥାପନ ସହ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31