Indus Valley Times

ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ

 Breaking News

ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ

ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ
February 06
19:37 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୨ : ବୌଦ୍ଧ ସଦର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ ହୋଇଯାଇଛି ।
ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିରିକ୍ତ ଜିଲ୍ଲା ପାଳ ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପିଏମ ଶ୍ରୀ ଉତ୍ସବକୁ ରାଜ୍ୟସ୍ତରରୁ ଆସିଥିବା ଜିଲ୍ଲା ସହଯୋଗୀ ଅଧିକାରୀ ଦିପ୍ତିମୟୀ ମହନ୍ତ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, କଣ୍ଟାମାଳ ଗୋଷ୍ଠୀଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଲି, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ଅମରେଶ ସାହୁ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ସାମଲ, ଜିଲ୍ଲା ଯୋଜନା ସଂଯୋଜକ ଦେବାଶିଷ ଦ୍ଵାରୀ ପ୍ରମୁଖ ମଞ୍ଚାସୀନ ଥିଲେ ।
ବିକାଶ ନାମରେ ପ୍ରକୃତି ଧ୍ବଂସ ହେବାକୁ ଯାଉଛି ତାକୁ କିପରି ରକ୍ଷା କରାଯାଇପାରିବ ତାହା ପ୍ରଦର୍ଶନୀରେ ପ୍ରକଳ୍ପ ପ୍ରଦର୍ଶନ ହୋଇଥିବାରୁ ଖୁସି ବ୍ୟକ୍ତ କରିବା ସହିତ ବସ୍ତୁବାଦୀ ମାନସିକତା ଯୋଗୁଁ ସମ୍ପର୍କ ତୁଟିଯାଉଛି, ଦେଶଭିତରେ ପଢନ୍ତୁ କିମ୍ବା ବିଦେଶରେ ପଢନ୍ତୁ ନୈତିକଶିକ୍ଷା ଗ୍ରହଣ କରିବାକୁ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିବା ଏକକ ଅଭିନୟ, ନାଟକ, ଗଳ୍ପ କଥନ, ସଂଗୀତ,ପ୍ରବନ୍ଧ ଲିଖନ, ସୃଜନଶୀଳ ଲିଖନ, ଡ୍ରାମା ଅଭିନୟ ଓ କୁଇଜ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଭାଗୀ ଛାତ୍ର ଛାତ୍ରୀ ତଥା ପ୍ରଦର୍ଶିତ ପ୍ରକଳ୍ପ ଯାହା ଶ୍ରେଷ୍ଠ ବିବେଚିତ ହୋଇଥିଲା ସେମାନଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା ।
ଶିକ୍ଷକ ସନ୍ତୋଷ କର୍ଣ୍ଣ ଅତିଥି ପରିଚୟ ସହିତ ମଞ୍ଚପରିଚାଳନା କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବାରିକ ଧନ୍ୟବାଦ ଦେଇଥିଲେ । ସହଗୋଷ୍ଟି ଶିକ୍ଷା ଅଧିକାରୀ କମଳ କାନ୍ତ ଦଳବେହେରା,ସିଆର ସିସି ନିରଞ୍ଜନ ମେହେର, ଶିକ୍ଷକ ସମ୍ବିତ କୁମାର ମିଶ୍ର, ଲକ୍ଷ୍ମଣ କୁମାର ନାୟକ, ହରମୋହନ ଦାନାୟକ, ଲୋକନାଥ ମେହେର, ରାଜକୁମାର ପ୍ରଧାନ ଏବଂ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ କର୍ମକର୍ତ୍ତା ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031