Indus Valley Times

ଟିଭି ଆଙ୍କରଙ୍କୁ ବୟକଟ୍ କରିବାକୁ ‘ଇଣ୍ଡିଆ’ ମେଣ୍ଟର ନିଷ୍ପତ୍ତି, ତାଲିକାରେ ୧୪ ଜଣଙ୍କ ନାଁ

 Breaking News

ଟିଭି ଆଙ୍କରଙ୍କୁ ବୟକଟ୍ କରିବାକୁ ‘ଇଣ୍ଡିଆ’ ମେଣ୍ଟର ନିଷ୍ପତ୍ତି, ତାଲିକାରେ ୧୪ ଜଣଙ୍କ ନାଁ

ଟିଭି ଆଙ୍କରଙ୍କୁ ବୟକଟ୍ କରିବାକୁ ‘ଇଣ୍ଡିଆ’ ମେଣ୍ଟର ନିଷ୍ପତ୍ତି, ତାଲିକାରେ ୧୪ ଜଣଙ୍କ ନାଁ
September 14
20:26 2023

ନୂଆଦିଲ୍ଲୀ,୧୪/୯: ବିଜେପି ବିରୋଧରେ ଲଢ଼ିବାକୁ ଏକାଠି ହୋଇଥିବା ବିରୋଧୀ ଦଳଗୁଡ଼ିକର ମେଣ୍ଟ ଇଣ୍ଡିଆ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି।
ବିଜେପି ସହ ରାଜନୀତିକ ଲଢ଼େଇ ପୂର୍ବରୁ ମେଣ୍ଟ ପ୍ରଥମେ ବିଭିନ୍ନ ଟିଭି ଚ୍ୟାନେଲର ତଥାକଥିତ ବଡ଼ବଡ଼ ଆଙ୍କରମାନଙ୍କ ବିରୋଧରେ ବୟକଟ ଭଳି ପଦକ୍ଷେପ ନେଇଛି।
ନିର୍ଦ୍ଦିଷ୍ଟ ଆଙ୍କରମାନେ ନିଜ ବିତର୍କ ଶୋ’ରେ ବିରୋଧୀ ଦଳର ନେତାମାନଙ୍କୁ ଡାକି ସେମାନଙ୍କୁ କହିବାକୁ ସୁଯୋଗ ଦେଉ ନାହାନ୍ତି। ସେମାନେ ସରକାରଙ୍କ ବଦଳରେ ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି। ସେହିପରି ଦେଶରେ ସାଂପ୍ରଦିୟକ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ତେଣୁ ଏପରି ନ୍ୟୁଜ ଆଙ୍କରମାନଙ୍କ ଶୋ’କୁ ଇଣ୍ଡିଆ ମେଣ୍ଟର କୌଣସି ପ୍ରତିନିଧି ଯିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ବୁଧବାର ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟି ବୈଠକ ବସିଥିଲା। ଏହି ବୈଠକରେ ହିଁ ଇଣ୍ଡିଆ ମେଣ୍ଟର ମିଡିଆ ସବ ଗ୍ରୁପକୁ ଆଙ୍କରମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଥିଲା।
ଇଣ୍ଡିଆ ମେଣ୍ଟର ମିଡିଆ କମିଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ୧୪ ଜଣ ଏମିତି ଆଙ୍କରଙ୍କୁ ଚିହ୍ନଟ କରିଛି, ଯେଉଁମାନଙ୍କ ଶୋ’କୁ ନେତାମାନେ ଆଦୌ ଯିବେ ନାହିଁ।
ଏହି ତାଲିକାରେ ମୁକେଶ ଅମ୍ବାନୀଙ୍କ ନ୍ୟୁଜ ଚ୍ୟାନେଲ ନ୍ୟୁଜ ୧୮ର ସର୍ବାଧିକ ଆଙ୍କର ରହିଛନ୍ତି। ସେହିପରି ରିପବ୍ଲିକ ନେଟୱର୍କର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଓ ଆଜତକର ସୁଧୀର ଚୌଧୁରୀଙ୍କ ନାଁ ମଧ୍ୟ ରହିଛି।
କଂଗ୍ରେସର ବରିଷ୍ଠ ନେତା ପବନ ଖେରା ଉକ୍ତ ତାଲିକା ଜାରି କରି ଇଣ୍ଡିଆର ମିଡିଆ କମିଟି ୧୪ ଜଣ ଆଙ୍କରଙ୍କ ତାଲିକା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି।
ଆଉ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଇଣ୍ଡିଆ ମେଣ୍ଟ ଟାଇମ୍ସ ନାଓଁ, ରିପବ୍ଲିକ ଭାରତ, ସୁଦର୍ଶନ ନ୍ୟୁଜ ଓ ଦୂରଦର୍ଶନ ଭଳି ୪ଟି ଚ୍ୟାନେଲକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛି। ହେଲେ ଏ ସମ୍ପର୍କରେ ଇଣ୍ଡିଆ ମେଣ୍ଟର କୌଣସି ନେତା ପ୍ରତିକ୍ରିୟା ଦେଇ ନାହାନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031