Indus Valley Times

ଟୁଟୁସିଙ୍ଗା ପଞ୍ଚାୟତ ହାଇସ୍କୁଲ ଠାରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ପାଳିତ

 Breaking News

ଟୁଟୁସିଙ୍ଗା ପଞ୍ଚାୟତ ହାଇସ୍କୁଲ ଠାରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ପାଳିତ

July 04
20:18 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୭: ଗୁରୁବାର ଦିନ ୧୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଟୁଟୁସିଙ୍ଗା ପଞ୍ଚାୟତ ହାଇସ୍କୁଲ ଠାରେ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିକ୍ରମ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଓ ସଚିବ ଶ୍ରୀମତୀ ଶାଶ୍ୱତି ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଦଣ୍ଡାଧୀଶ ବିଶ୍ୱେଶ୍ୱର ବିଶ୍ବ ପ୍ରକାଶ ରାୟ, ବରିଷ୍ଠ ଦେୱାନୀ ବିଚାରପତି ସୀତାକାନ୍ତ ପ୍ରଧାନ, ବରିଷ୍ଠ ଦେୱାନୀ ମହିଳା ବିଚାରପତି ଦୀପା ଦାସ, ରେଜିଷ୍ଟ୍ରକ୍ଷର ଜୟ ପ୍ରକାଶ ନାଏକ, ଉପଖଣ୍ଡିୟ ନ୍ୟାୟିକ ବିଚାରପତି ସୁଶ୍ରୀ ସଙ୍ଗୀତା ଦାଶ, ପ୍ରଥମ ଶ୍ରେଣୀ ନ୍ୟାୟିକ ବିଚାରପତି ଦୁର୍ଗା ପ୍ରସାଦ ପଣ୍ଡା ଓ ପ୍ରୋବେସନ୍ ଅଧିକାରୀ ଯୋଗ ଦେଇଥିଲେ ।
ବନ ବିଭାଗ ପକ୍ଷରୁ ସହକାରୀ ବନ ସଂରକ୍ଷକ ମୀନାକ୍ଷୀ କୁମୁରା, ରେଞ୍ଜ ଅଫିସର ଅର୍ଚ୍ଚନା ଗମାଙ୍ଗୋ, ହାଇସ୍କୁଲ ପ୍ରଧାନ ଶିକ୍ଷକ ରାଧାମୋହନ ମହାନା, ଜିଲ୍ଲା ଇକୋ କ୍ଲବ୍ ସଂଯୋଜକ ସ୍ୱରାଜ କହଁର ଉପସ୍ଥିତ ଥିଲେ ।
ବୃକ୍ଷରୋପଣର ଆବଶ୍ୟକତା ଓ ମହତ୍ୱ ସମ୍ପର୍କରେ ଅତିଥି ମାନେ ଆଲୋଚନା କରିବା ସହ ସାମୁହିକ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930