Indus Valley Times

ଜେଲ ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ ଘଟଣା, ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି

 Breaking News

ଜେଲ ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ ଘଟଣା, ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି

ଜେଲ ଭିତରୁ କଏଦୀଙ୍କ ଝୁଲନ୍ତା ମୃତଦେହ ଜବତ ଘଟଣା, ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି
March 15
17:41 2026

ବଲାଙ୍ଗିର, ୧୫/୩ : ବଲାଙ୍ଗିର ଜେଲରେ ସମ୍ବଲପୁର ଡିଆଇଜି ଗରିବ ସାହୁ। ଗତକାଲି ବଲାଙ୍ଗିର ଜେଲରେ କଏଦୀ ଆତ୍ମହତ୍ୟା ପରେ ତଦନ୍ତ କରିବାକୁ ବଲାଙ୍ଗିର ଆସିଲେ ସମ୍ବଲପୁର ଜେଲ ଡିଆଇଜି।
ଗତକାଲି ସକାଳେ ସ୍ତ୍ରୀକୁ ହତ୍ୟା କରିବା ନେଇ ଆଜୀବନ ସଜା କାଟୁଥିବା କୁଶଙ୍ଗ ଗାଁ ର କଏଦୀ ଭିଷ୍ମଦେବ ସାହୁ ଜେଲ ଭିତରେ ଆତ୍ମହତ୍ୟା କରିଥିଲେ। ଅପରାହ୍ନରେ ଜିଲ୍ଲାପାଳ ଅଫିସ ଆଗରେ ପରିବାର ଲୋକେ ଶବ ରଖି ଜେଲ ଭିତରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ।
ଏନେଇ ଆଜି ବଲାଙ୍ଗିର ଜେଲରେ ତଦନ୍ତ କରୁଛନ୍ତି ସମ୍ବଲପୁର ଜେଲ ଡିଆଇଜି। ସବୁ ଦିଗକୁ ନେଇ ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ଜେଲ ଡିଆଇଜି ଗରିବ ସାହୁ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031