Indus Valley Times

ଦକ୍ଷିଣାଞ୍ଚଳ ଆଇଜିଙ୍କ ବଡ଼ ବୟାନ, ପୀତବାସ ପଣ୍ଡା ହତ୍ୟା ମାମଲାର ଖୁଲାସା ଖୁବଶୀଘ୍ର

 Breaking News

ଦକ୍ଷିଣାଞ୍ଚଳ ଆଇଜିଙ୍କ ବଡ଼ ବୟାନ, ପୀତବାସ ପଣ୍ଡା ହତ୍ୟା ମାମଲାର ଖୁଲାସା ଖୁବଶୀଘ୍ର

ଦକ୍ଷିଣାଞ୍ଚଳ ଆଇଜିଙ୍କ ବଡ଼ ବୟାନ, ପୀତବାସ ପଣ୍ଡା ହତ୍ୟା ମାମଲାର ଖୁଲାସା ଖୁବଶୀଘ୍ର
October 21
12:16 2025

ବ୍ରହ୍ମପୁର, ୨୧/୧୦ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଖୁବ ଶୀଘ୍ର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ତଦନ୍ତ । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବ । ପୀତବାସଙ୍କ ହତ୍ୟା ମାମଲାରେ ବଡ଼ ପ୍ରତିକ୍ରିୟା ରଖିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ।
ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ହତ୍ୟାକାଣ୍ଡ ଘଟଣାକୁ ଦୀର୍ଘ ୧୬ ଦିନ ବିତିଗଲାଣି । ପ୍ରାୟ ୫୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପୋଲିସ ଜେରା କରିସାରିଲାଣି । ଏହା ସହିତ ରାଜ୍ୟ ବାହାରକୁ ଟିମ୍ ଯାଇଥିବାବେଳେ ସହରଠୁ ନେଇ ରାଜପଥ ଉପରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଛି ।
ତଥାପି ପୋଲିସ ଶେଷ ନିଷ୍ପତ୍ତିରେ ପହଁଚି ପାରୁନାହିଁ । ଗତକାଲି ଏବଂ ପୂର୍ବରୁ କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବ ବୋଲି ଦକ୍ଷିଣାଞ୍ଚଳ ଆଇଜିଙ୍କ ପ୍ରତିକ୍ରିୟା ପରେ ତଦନ୍ତ ଶେଷ ଅନ୍ତିମ ପର୍ଯ୍ୟାୟରେ ପହଁଚିଥିବା ଅନୁମାନ କରାଯାଉଛି ।
ପ୍ରକାଶ ଯୋଗ୍ୟ, ଚଳିତ ମାସ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ମାତ୍ର କେତେ ମିଟର୍ ଦୂରରେ ଗୁଳି କରି ହତ୍ୟା କରାଯାଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ପଏଣ୍ଟ ବ୍ଲାଙ୍କରୁ ଛାତିକୁ ଗୁଳି କରିଥିଲେ । ଫଳରେ ପୀତବାସଙ୍କର ମୃତ୍ୟୁ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930