Indus Valley Times

ଦିନେ ସେଠି ଅ, ଆ ଶିଖିଥିଲେ, ଆଜି ରାଷ୍ଟ୍ରପତି ଭାବେ ପାଦ ଦେଲେ ଦ୍ରୌପଦୀ ମୁର୍ମୁ

 Breaking News

ଦିନେ ସେଠି ଅ, ଆ ଶିଖିଥିଲେ, ଆଜି ରାଷ୍ଟ୍ରପତି ଭାବେ ପାଦ ଦେଲେ ଦ୍ରୌପଦୀ ମୁର୍ମୁ

December 06
17:56 2024

ରାଇରଙ୍ଗପୁର, ୬/୧୨ : ଆଜି ପ୍ରଥମ ଥର ନିଜ ଜନ୍ମମାଟି ରାଇରଙ୍ଗପୁରର ଉପରବେଡା ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁ୍‌ର୍ମୁ । ମୟୂରଭଞ୍ଜକୁ ଚତୁର୍ଥ ଥର ଗସ୍ତ କରିଥିବା ରାଷ୍ଟ୍ରପତି ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାଇଛନ୍ତି ।
ସେଠାରେ ନିଜ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ ।
ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ସମାଜରେ ବଡ ହେବାକୁ ହେଲେ ନାଁକୁ ବଢାଇବାକୁ ପଡିବ । ଏବେ ପାଠପଢା ପାଇଁ ବହୁତ ସୁବିଧା ହେଲାଣି । ସହଯୋଗ ବି ମିଳୁଛି । ଏକତ୍ରିତ ହୋଇ ରହିଲେ ସବୁ ସମସ୍ୟାର ସମାଧାନ ମିଳେ । ସେ ଏହା ମଧ୍ୟ କହିଛନ୍ତି ଯେ, ପିଲା ସ୍କୁଲ ନ ଆସିଲେ ଏହାର କାରଣ ବୁଝିବାକୁ ଶିକ୍ଷକମାନେ ଯାଆନ୍ତୁ ।
ଏହା ସହିତ ବିଦ୍ୟାଳୟରେ ରାଷ୍ଟ୍ରପତି ପିଲାମାନଙ୍କ ସହ ବେଶ ହସଖୁସିରେ ମିଶି କଥା ହୋଇଥିଲେ । ଏହା ସହିତ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କୁ ଭେଟିଛନ୍ତି ।
ଏହା ପୂର୍ବରୁ ଆଜି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ରଙ୍ଗାମାଟିଆ ଅସ୍ଥାୟୀ ହେଲିପାଡରେ ଓହ୍ଲାଇଥିଲେ ରାଷ୍ଟ୍ରପତି। ସେଠାରୁ କଡ଼ା ସୁରକ୍ଷାରେ ଯାଇ ଉପରବେଡା ଯାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।
ପରେ ନିଜ ଘରେ ପରିବାର ଲୋକଙ୍କୁ ଭେଟି ରାଇରଙ୍ଗପୁର ଅଭିମୁଖେ ବାହାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31