Indus Valley Times

ଦିନ ଦିପ୍ରହରରେ ବ୍ୟାଙ୍କ ଲୁଟ୍‌: ମାରଣାସ୍ତ୍ର ଦେଖାଇ ଟଙ୍କା ବ୍ୟାଗ୍ ନେଇ ଦୁର୍ବୃତ୍ତ ଫେରାର

 Breaking News

ଦିନ ଦିପ୍ରହରରେ ବ୍ୟାଙ୍କ ଲୁଟ୍‌: ମାରଣାସ୍ତ୍ର ଦେଖାଇ ଟଙ୍କା ବ୍ୟାଗ୍ ନେଇ ଦୁର୍ବୃତ୍ତ ଫେରାର

ଦିନ ଦିପ୍ରହରରେ ବ୍ୟାଙ୍କ ଲୁଟ୍‌: ମାରଣାସ୍ତ୍ର ଦେଖାଇ ଟଙ୍କା ବ୍ୟାଗ୍ ନେଇ ଦୁର୍ବୃତ୍ତ ଫେରାର
June 24
17:26 2025

ବାରିପଦା,୨୪/୬: ମୟୁରଭଞ୍ଜ ଜିଲା କୁଳିଅଣା ଥାନା କୁଚେଇ ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଦିନ ଦ୍ୱି ପ୍ରହରରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ସହ ହାର୍ଡଡିସ୍ ଲୁଟି ନେଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ମୁତାବକ, ୨ଟି ବାଇକ୍‌ରେ ୫ଜଣ ଦୁର୍ବୃତ୍ତ ଆସି ବ୍ୟାଙ୍କ ସମ୍ମୁଖରେ ପହଞ୍ଚି ଥିଲେ। ପରେ ସେମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ସହ ଭୁଜାଲି ଦେଖାଇ ଭୟଭିତ କରିବା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।
ଏପରିକି ଦୁର୍ବୃତ୍ତମାନେ ଲାଗିଥିବା ସିସି ଟିଭିର ହାର୍ଡଡିସ ନେଇଯାଇଛନ୍ତି। ଦୁର୍ବୃତ୍ତମାନେ ଯିବା ବେଳେ ବ୍ୟାଙ୍କ ଗେଟ୍‌ରେ ତାଲା ପକାଇ ଚମ୍ପଟ ମାରିଥିବା ଜଣାପଡଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରିକି ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଲାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031