Indus Valley Times

ଦିବଙ୍ଗତ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ଦିବସ ରେ ଶ୍ରଦ୍ଧାଞ୍ଜଳି ଦେବା ସହ ମନେ ପକେଇଲେ ଯାଜପୁର ବାସୀ

 Breaking News

ଦିବଙ୍ଗତ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ଦିବସ ରେ ଶ୍ରଦ୍ଧାଞ୍ଜଳି ଦେବା ସହ ମନେ ପକେଇଲେ ଯାଜପୁର ବାସୀ

December 30
11:59 2023

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୩୦/୧୨: ପୂର୍ବତନ ବିରୋଧୀ ଦଳ ନେତା ତଥା ଜନତା ଦଳର ଟାଣୁଆ ନେତା ଦିବଙ୍ଗତ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଛି । ଯାଜପୁର ବିରଜା ପାନ୍ଥଶାଳା ପରିସରରେ ବରିଷ୍ଠ ବିଜେଡି ନେତା ବିଷ୍ଣୁବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମୁଖ୍ୟବକ୍ତା ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟ ମିଶ୍ର, ସମ୍ମାନିତ ଅତିଥି ସମାଜବାଦୀ ପାର୍ଟି ନେତା ରବି ବେହେରା, କୋରେଇ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ବରାଳ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସବିତା ରାଉତ, ବ୍ୟାସନଗର ପୂର୍ବତନ ଅଧ୍ୟକ୍ଷ ରସାନନ୍ଦ ମହାନ୍ତି, ଯାଜପୁର ପୌରାଧ୍ୟକ୍ଷ ରଞ୍ଜୁଲତା ହୋତା, ଶିକ୍ଷାବିତ୍ ବଟ୍ଟକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗଦେଇ ଦିବଙ୍ଗତ ନେତା ଅଶୋକ ଦାସଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ ।
ଅଶୋକ ଦାସ ଜଣେ ସାଲିସବିହୀନ ରାଜନେତା ଥିଲେ ବୋଲି ଅତିଥିଗଣ ମତବ୍ୟକ୍ତ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସହିତ ତାଙ୍କର ସୁସମ୍ପର୍କ ଥିଲା ବୋଲି ବୈଠକରେ ମତବ୍ୟକ୍ତ କରିଥିଲେ । ପୌର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ସକାଳେ ମା’ ବିରଜା ମନ୍ଦିର ନିକଟରେ ସମୂହ ଦୀପ ଦାନ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଶ୍ରାଦ୍ଧ ଦିବସ ଅବସରରେ କୁଆଁସ ମଙ୍ଗଳାପୀଠରେ ରକ୍ତଦାନ ଶିବିର ଓ ସୁଜନପୁର କଲେଜରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।
ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତ ପାଟପାରୀ ଠାରେ ଅଶୋକ ଦାସ ଶ୍ରଦ୍ଧାଳୁ ସମିତି ଆନୁକୂଲ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଅନ୍ୟ ପକ୍ଷରେ ବରୁଆଁ ଛକରେ ସ୍ୱର୍ଗତ ଅଶୋକ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031