Indus Valley Times

ଧାନ ରୋଇବା ବେଳେ ବଜ୍ରପାତ; ବାପ-ପୁଅଙ୍କ ମୃତ୍ୟୁ, ବାଲିପଡ଼ାରେ ଶୋକର ଛାୟା

 Breaking News

ଧାନ ରୋଇବା ବେଳେ ବଜ୍ରପାତ; ବାପ-ପୁଅଙ୍କ ମୃତ୍ୟୁ, ବାଲିପଡ଼ାରେ ଶୋକର ଛାୟା

ଧାନ ରୋଇବା ବେଳେ ବଜ୍ରପାତ; ବାପ-ପୁଅଙ୍କ ମୃତ୍ୟୁ, ବାଲିପଡ଼ାରେ ଶୋକର ଛାୟା
July 26
17:58 2026

କାମାକ୍ଷାନଗର/ ଢେଙ୍କାନାଳ, ୨୬/୭ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଗୁନେଇବିଲି ପଞ୍ଚାୟତର ବାଲିପଡା ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଚାଷ ଜମିରେ ଧାନ ତଳି ରୋଉଥିବା ବେଳେ ବଜ୍ରାପାତରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।ମୃତକମାନେ ହେଲେ ବାପ ସନ୍ତୋଷ ଦେହୁରୀ ଓ ତାଙ୍କ ପୁଅ ସତ୍ୟ ନାରାୟଣ ଦେହୁରୀ।
ସୂଚନା ଅନୁସାରେ ବାପ ପୁଅ ମିଶି ଠିକାରେ ଅନ୍ୟ ଜଣଙ୍କ ବିଲରେ ତଳି ରୋଇବାକୁ ଯାଇଥିଲେ। ଉଭୟେ ମିଶି ଚାଷ ଜମିରେ ଧାନ ତଳି ଲଗାଉଥିବା ସମୟରେ ହଠାତ୍ ବଜ୍ରାଘାତ ଘଟିଥିଲା।
ଉଭୟେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ।
କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ଏହି ଅକାଳ ବିୟୋଗକୁ ନେଇ ବାଲିପଡା ଗାଁରେ ଶୋକର ଛାୟା ଖେଳିଯାଇଛି। ସନ୍ତୋଷ ଦେହୁରୀଙ୍କ ପରିବାର ଉଜୁଡ଼ି ଯାଇଛି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30