Indus Valley Times

ନଦୀ ପଠାରେ ପଡ଼ିଛି ମହିଳାଙ୍କ ରକ୍ତାକ୍ତ ମୃତଦେହ; ହତ୍ୟା ସନ୍ଦେହ

 Breaking News

ନଦୀ ପଠାରେ ପଡ଼ିଛି ମହିଳାଙ୍କ ରକ୍ତାକ୍ତ ମୃତଦେହ; ହତ୍ୟା ସନ୍ଦେହ

December 13
18:33 2024

କଟକ,୧୩/୧୨: କଟକ କନ୍ଦରପୁର ଅଞ୍ଚଳରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନଦୀପଠାରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରାଯାଇଛି। ମହିଳାଙ୍କ ପରିଚୟ ମିଳି ନ ଥିବା ବେ ଳେ ବାମ ହାତରେ ଏକ ଟାଟୁ ରହିଛି। ଟାଟୁରେ ‘ଓମ୍ ବାବା ବଳିଆ’ଲେଖାଯାଇଛି। ଅନ୍ୟପକ୍ଷେ ମହିଳାଙ୍କ ମୁହଁ ଏବଂ ବେକରେ ଗଭୀର ଆଘାତ ଲାଗିଛି। ଏକ ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ପୋଲିସ ଘଟଣାସ୍ଥଳରୁ ଏକ ଧାରୁଆ ଅସ୍ତ୍ର ଜବତ କରିଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। କଟକ ଡିସିପି ଜଗମୋହନ ମୀନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଡିସିପି ମୀନା କହିଛନ୍ତି, ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରିକି ସ୍ଥାନୀୟ ଥାନାରେ କୌଣସି ନିଖୋଜ ସମ୍ପର୍କିତ ଅଭିଯୋଗ ହୋଇଛି କି ସେନେଇ ମଧ୍ୟ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031