Indus Valley Times

ନିର୍ମାଣଧୀନ ଓଭରବ୍ରିଜ ତଳେ ଆବର୍ଜନା ଜଳ, ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ବାସିନ୍ଦା

 Breaking News

ନିର୍ମାଣଧୀନ ଓଭରବ୍ରିଜ ତଳେ ଆବର୍ଜନା ଜଳ, ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ବାସିନ୍ଦା

ନିର୍ମାଣଧୀନ ଓଭରବ୍ରିଜ ତଳେ ଆବର୍ଜନା ଜଳ, ଜିଲ୍ଲାପାଳଙ୍କୁ ଭେଟିଲେ ସ୍ଥାନୀୟ ବାସିନ୍ଦା
April 24
11:13 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୪/୪ : ଗୁରୁଜଙ୍ଗ-ଉଇଲକିଶନ ନଗର ନୂତନ ନିର୍ମାଣଧୀନ ଓଭରବ୍ରିଜ ତଳ ପାଲଟିଛି ନର୍କକୁଣ୍ଡ । ଗୁରୁଜଙ୍ଗର ଦୁଇଟି ୱାର୍ଡର ଶୌଚାଳୟ ଓ ଡ୍ରେନ୍ ପାଣି ଏଠାରେ ଭାସିବା ଯୋଗୁଁ ପ୍ରାୟ ୨୦ ଖଣ୍ଡ ଗାଁ ଲୋକଙ୍କ ଲାଗି ସମସ୍ୟା ପାଲଟିଛି ଏହି ରାସ୍ତା ।
ତେଣୁ ଏହି ରାସ୍ତାର ଏକ ସ୍ଥାୟୀ ସମାଧାନ ଦାବିରେ ଆଜି ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଅଭିଯୋଗ ଅନୁସାରେ, ଗୁରୁଜଙ୍ଗ-ଉଇଇକିଶନ ନଗର ରାସ୍ତାର ଗୁରୁଜଙ୍ଗ ଉପକଣ୍ଠରେ ନୂତନ ଓଭରବ୍ରିଜ୍ କାମ ନିର୍ମାଣ ଚାଲିଛି।
ଏହି ଓଭର ବ୍ରିଜ୍ ତଳ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି। ପୌରାଞ୍ଚଳ ଅନ୍ତର୍ଗତ ଗୁରୁଜଙ୍ଗ ୧୭ ନଂ ଓ ୧୮ନଂ ୱାର୍ଡର ଆବର୍ଜନା ଜଳ ଏହି ବ୍ରିଜ୍ ତଳେ ଆଣ୍ଠୁଏ ଉଚ୍ଚରେ ଜମା ହୋଇ ରହୁଛି। ଫଳରେ ଉକ୍ତ ବ୍ରିଜ ତଳ ଦେଇ ଯାଉଥିବା ଉଇଲକିଶନ ନଗର, କୁମାରବସ୍ତ, ଅରାଙ୍ଗ, ମହୁଲ, ମଧୁପୁର, ମାଜଣା, ବିଞ୍ଚଗିରି, ପିତାପଲ୍ଲୀ, ଅଙ୍ଗାରପଡା, ମିନସିନପାଟଣା,
ପଳାସପୁର, ଛତାବର, ମେଣ୍ଢାଶାଳ, ମଦନପୁର, ଅରିସଲ, ଏମିତିକି କଟକ ବାରଙ୍ଗ ପର‌୍ୟ୍ୟନ୍ତ ଯାଉଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବ୍ରିଜ ତଳଦେଇ ସାଧାରଣ ଲୋକ ଚାଲିକି ଯିବା ସମ୍ଭବ ହେଉନି । ଏପରିକି ଆମ୍ବୁଲାନ୍ସ ଗାଡି ଆସିଲେ କିଛି ସମୟ ଅପେକ୍ଷା କରିବାକୁ ପଡୁଛି । ଫଳରେ ଉକ୍ତ ବ୍ରିଜତଳ ଆବର୍ଜନା ପାଣିରେ ପ୍ରତିଦିନ ଅନେକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ପଢ଼ି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।
ମାତ୍ର ଭକ୍ତ ରାସ୍ତାରୁ ଏହି ନର୍ଦମା ପାଣି କିଭଳି ନିଷ୍କାସନ କରାଯିବ ଏହାର ସ୍ଥାୟୀ ଡ୍ରେନେଜ୍ କିପରି ବ୍ୟବସ୍ଥା କରାଯିବ ଏନେଇ ପୌରକରୂପକ୍ଷ କିମ୍ବା ପୂର୍ବ ବିଭାଗ ଆଡ ଆଖିରେ ଦେଖୁନଥିବାରୁ ଲୋକେ ହିନସ୍ତା ହେଉଛନ୍ତି ।
ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଦୀର୍ଘ ମାସେ ହେବ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ।
ତେଣୁ ଆଜି ପୁନର୍ବାର ସ୍ଥାନୀୟ ବାସିନ୍ଦା ଖୋରଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇ ଏହାର ସ୍ଥାୟୀ ସମାଧାନ ଲାଗି ଅନୁରୋଧ କରିଛନ୍ତି । ସ୍ଥାନୀୟ ଅଂଚଳର ଯୁବ ସମାଜସେବୀ ଗୋପାଳକୃଷ୍ଣ ପ୍ରଧାନଙ୍କ ନେତୃତ୍ବରେ ଆକାଶ କୁମାର ବିଶ୍ୱାଳ, ପ୍ରକାଶ କୁମାର ହାତୀ, ଅକ୍ଷୟ କୁମାର ସାହୁ, ମନୂଆ ପ୍ରଧାନ, ଧାଡୁ ବଳିୟାରସିଂହ, ବିଭୂତିଭୂଷଣ ଦାସ ପ୍ରମୁଖ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ବେଉରାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।
ଅଭିଯୋଗକୁ ଗ୍ରହଣ କରି ଶ୍ରୀ ବେଉରା କାର‌୍ୟ୍ୟ କରୁଥିବା ସମ୍ପୃକ୍ତ ଠିକାଦାର କୁ ଏହାର ସ୍ଥାୟୀ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930