Indus Valley Times

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

 Breaking News

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ

ନୁଆଁ ବସଷ୍ଟାଣ୍ଡ ନିର୍ମାଣ ଓ ବଜାର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ
May 24
20:00 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୪/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକର ହାଟପଦା ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ତତ କାଳୀନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଶିଳାନ୍ୟାସ କରିଥିଲେ ।
ହେଲେ ଅଦ୍ୟାବଧି ସୁଦ୍ଧା ଏକ ସୁଲଭ ବସଷ୍ଟାଣ୍ଡ ପାଇଁ ଜମି ଅଧିଗ୍ରହଣ ହୋଇ ନ ଥିବାରୁ ପ୍ରାୟ ୧ ବର୍ଷ ରୁ ଅଧିକ ହବ ଠିକାସଂସ୍ଥା ବସଷ୍ଟାଣ୍ଡ ନିର୍ମାଣ କାମ କରିପାରୁ ନ ଥିବା ଅଭିଯୋଗ କରି ଆସୁଥିଲେ ।
ବାରମ୍ବାର ପ୍ରଶାସନିକ ନୋଟିସ ସତ୍ୱେ ପଞ୍ଚାୟତ ଗୃହରେ ଦୋକାନ ଖୋଲି ବ୍ୟବସାୟ ଚାଲୁରଖିବା ସହ କିଛି ନିରୀହ ଜନସାଧାରଣ କୋଡିଏ ରୁ ଉର୍ଦ୍ଧ ବର୍ଷ ହେବ ଘର କରି ରହି ଆସୁଥିଲେ ।
ଏଣୁ ବାଧ୍ୟ ହୋଇ କୋଟଗଡ ତହସିଲଦାର ଜିତେନ୍ଦ୍ର କୁମାର ନାୟକ ଙ୍କ ନେତୃତ୍ୱରେ ଏକ ପ୍ଲାଟୁନ ପୁଲିସ ଫୋର୍ସ,ବିଜୁଳି କର୍ମଚାରୀ, ମୋବାଇଲ ସ୍ୱାସ୍ଥ୍ୟ ଟିମ ଏବଂ ଅନୁସଙ୍ଗିକ ବ୍ୟବସ୍ଥା କରାଯାଇ ୨ଟି ବୁଲଡୋଜର ସହାୟତାରେ ଜବରଦଖଲ ଉଛେଦ କରାଯାଉଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଜଣେ ନିରୀହ ବୃଦ୍ଧା ଦୀର୍ଘ ବର୍ଷ ହବ ଘରକରି ରହିଆସୁଥିବା ରୁ ଭିଟା ମାଟି ଛାଡି ଯିବାପାଇଁ ଇଛା ପ୍ରକଶ ନ କରି ନିଜ ଛୋଟ କୁଡ଼ିଆ ଖଣ୍ଡିକୁ ଚାହିଁ କାନ୍ଦୁଥିବା ର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।
କୋଟଗଡରେ ବାରମ୍ବାର ଦୁର୍ଘଟଣା ଘଟୁ ଥିବାରୁ ଯାନ ବାହନ ଦୁର୍ଘଟଣା ରୋକିବାକୁ ତହସିଲଦାର ଏବଂ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର କୋଟଗଡ ବଜାର ରେ ଥିବା ଦୋକାନଗୃହ ସମ୍ମୁଖ ରାସ୍ତାକୁ କବ୍ଜା କରିବାକୁ ମନା କରିବା ସହ ରାସ୍ତା ସମ୍ପ୍ରସାରଣ ପାଇଁ ବଜାର ଛକ ଠାରୁ ସୁବର୍ଣ୍ଣଗିରି ଯିବା ରାସ୍ତା ଓ ପୁରା ବଜାର କଡ଼ ରେ ମାଡ଼ି ବସିଥିବା ଉଠାଦୋକାନୀଙ୍କୁ ଉଠାଉଥିବା ଦେଖିବାକୁ ମିଳିଛି ।
ଏହି ସମୟରେ ତୁମୁଡିବନ୍ଧ ତହସିଲଦାର ଦୋଳଗୋବିନ୍ଦ ସାହୁ, ସୁପରଭାଇଜର ଗୋଲକ ବିହାରୀ ସାମନ୍ତସିଂହାର କର, ରାଜସ୍ବ ନିରୀକ୍ଷକ ରଂଜିତ ସାହୁ ସମେତ ବହୁ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
୧୯ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ପ୍ରବଳ ଗହଳି ସାଙ୍ଗକୁ ବ୍ୟାପକ ପଟୁଆର ରେ ଦୁଲୁକୁଛି
ବାଲିଗୁଡା, ୨୪/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶନିବାର ୧୯ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୪ ଦିନରେ ପହଞ୍ଚିଛି ।
ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି କ୍ଷ ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି । ପଞ୍ଚ ଦେବୀ ସହ ମା’ଦକ୍ଷିଣ କାଳୀ ଙ୍କୁ ଦର୍ଶନ କରିବାକୁ ଅଞ୍ଚଳର ପ୍ରତ୍ୟେକ ପରିବାର ର ଦୂର ଦୁରାନ୍ତରେ ଥିବା ବନ୍ଧୁ ବାନ୍ଧବ ଙ୍କ ସୁଅ ଛୁଟିବାରେ ଲାଗିଲାଣି, ବର୍ତ୍ତମାନ ଖରାଛୁଟି ଥିବାରୁ ସ୍କୁଲ କଲେଜ ବନ୍ଦ ଅଛି ।
ଏଣୁ ସପରିବାରେ ଆସି ମା’ଙ୍କ ଯାତ୍ରା ସହ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଶନିବାର ୧୯ ଦିନରେ ଜାମପଦା ସାହି ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ । ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, କଲ୍ୟାଣ ମଣ୍ଡପ ଛକ, ଇଲେକ୍ଟ୍ରି ସାହି, ଫରେଷ୍ଟ୍ର କଲୋନୀ, ମହାମାୟୀ ମନ୍ଦିର, ଭଗାମୁଣ୍ଡା ଛକ ଦେଇ ଜାମପଦା ସାହିରେ ପ୍ରବେଶ କରି ସାହି ସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ କ୍ଷ ସାହିର ପୂଜା ମଣ୍ଡପ ରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।
ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ରବିବାର ଦିନ ବସଷ୍ଟାଣ୍ଡ ଅଞ୍ଚଳ କୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ଥିବା ବେଳେ ସୋମବାର ଦିନ ସାବିତ୍ରୀ ବ୍ରତ ପାଇଁ ବିଶ୍ରାମ ଦିବସ ରହିଛି ।
ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି ।
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଅକାଳ ବିୟୋଗ
ବାଲିଗୁଡା, ୨୪/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସଦର କଞ୍ଜାମେଣ୍ଡି ଗ୍ରାମର ଅବସରପ୍ରାପ୍ତ ୨୨ ରେଜିମେଣ୍ଟ ସେନା କର୍ମଚାରୀ ସରୋଜ କୁମାର ପାଣିଗ୍ରାହୀଙ୍କ ୪୫ ବର୍ଷ ବୟସରେ ପରଲୋକ ହୋଇ ଯାଇ ଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସେ ଗତ କାଲି ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ଏଠାରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ସ୍ଥାନାନ୍ତର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ।
ସେ ଅବିବାହିତ ଥିବା ବେଳେ ମା, ଭାଇ,ଭାଉଜ ଓ ନାନୀ,ଜ୍ବାଇଁ ପରିବାର ବର୍ଗ ଅଛନ୍ତି। ସେ ସେନାରେ ୨୦୦୧ ମସିହାରେ କାର୍ଯ୍ୟ ଆରମ୍ଭ କରି ବେଶ ସୁନାମ ଅର୍ଜନ କରି ଥିବା ବେଳେ ବନ୍ଧୁ ବତ୍ସଳ,ଶାନ୍ତ,ସରଳ ଓ ଅମାୟିକ ବ୍ୟବହାରରେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ୨୦୧୮ ରେ ଅବସର ନେଇଥିଲେ।
ସଂପ୍ରତି ଅଞ୍ଚଳର ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟି ଥିବାରୁ ଶନିବାର ଅନ୍ତିମ ସଂସ୍କାରରେ ଅଞ୍ଚଳର ପୂର୍ବତନ ସେନା କର୍ମଚାରୀ ରଲି ମଲ୍ଲିକ,ଧନେଶ୍ଵର ମଲ୍ଲିକ,ହିମାଂଶୁ କୁମାର ମଲ୍ଲିକ, ସରୋଜ ବଳିୟାର ସିଂ,ଗଦାଧର ପ୍ରଧାନ,ସିପ୍ରୀୟାନ ଦିଗାଲ, ଲିଙ୍ଗରାଜ ଦଳବେହେରା ଓ ଶିବାନନ୍ଦ ପାତ୍ରଙ୍କ ସମେତ ବିଜେପି ଜିଲ୍ଲା ସଭାପତି ତଥା ସାଂସଦ ପ୍ରତିନିଧି ପଣ୍ଡିତ କୁମାର ବିଶି ମାଝୀ,ମଣ୍ଡଳ ସଭାପତି ନିଗମାନନ୍ଦ ପୂଜାରୀ, ଦିଗାମ୍ବର ପାଣିଗ୍ରାହୀ, ଅଶୋକ କୁମାର ଦାସଙ୍କ ସହ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ସମସ୍ତ ବନ୍ଧୁ ବାନ୍ଧବ, ସାଙ୍ଗସାଥୀ ଓ ଅଞ୍ଚଳବାସୀ କଞ୍ଜାମେଣ୍ଡି ସ୍ଥିତ ଶ୍ମଶାନଘାଟ ରେ ଉପସ୍ଥିତ ରହି ଗଭୀର ଶୋକ ପ୍ରକଟ କରିବା ସହ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031