Indus Valley Times

ନୟାଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅନୁଷ୍ଠିତ

 Breaking News

ନୟାଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅନୁଷ୍ଠିତ

October 30
19:00 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ

ନୟାଗଡ଼, ୩୦/୧୦ : ଆଜି ନୟାଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ସମ୍ମାନନୀୟା ଆରକ୍ଷୀ ଅଧ୍ୟକ୍ଷକ ଏସ.ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର ନିକଟସ୍ଥ ପ୍ରାଙ୍ଗଣରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସମ୍ମାନନୀୟ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ,ସମ୍ମାନନୀୟା ଅଧ୍ୟକ୍ଷା ନୟାଗଡ଼ ପୌର ପରିଷଦ ନିରୁପମା ଖଟେଇ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର,ଆଇ.ସି.ଆଇ.ସି.ଆଇ ବ୍ୟାଙ୍କର ଷ୍ଟେଟ୍ କୋର୍ଡିନେଟର ସୁଶାନ୍ତ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ଦାସ ଏଥିରେ ଯୋଗଦେଇଥିଲେ ।
ପ୍ରଥମେ ଆମର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭାକାର୍ଯ୍ୟର ଉଦଘାଟନ କରାଯାଇଥିଲା ।
ଏହାପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା ।
ସଭାକାର୍ଯ୍ୟର ପ୍ରାରମ୍ଭରେ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ ରଖିଥିଲେ ଉପ ଆରକ୍ଷୀ ଅଧ୍ୟକ୍ଷକ(ହେଡକ୍ୱାର୍ଟର) ସୁକାନ୍ତ ପାତ୍ର ।
ପ୍ରାରମ୍ଭରେ ଜିଲ୍ଲାପାଳ ତାଙ୍କର ଉଦବୋଧନ ପ୍ରଦାନ ପୂର୍ବକ କହିଲେ ଯେ, Internet ଆମକୁ ଦୈନନ୍ଦିନ ଜୀବନରେ ସାହାଯ୍ୟ କରେ ।
ସେହିପରି Internet ଜରିଆରେ ଆମ ବ୍ୟାଙ୍କ ଖାତାରୁ ଟଙ୍କା ନେଇ କିଏ ପଳାଇପାରେ , ଆମ ସମସ୍ତଙ୍କୁ unknown linkକୁ କ୍ଲିକ୍ ନ କରିବାକୁ ବା କ୍ଟ୍ରବଗ୍ଦଗ୍ଦ ଙ୍ଗକ୍ଟକ୍ସୟ ନ ଦେବାକୁ ପରାମର୍ଶ ଦେଇଥିଲେ ।
ଟେକନୋଲୋଜିର ଇକ୍ଷ ଲବଳର କାର୍ଯ୍ୟ କରି ଲୋକମାନଙ୍କୁ ଠକେଇ କରାଯାଉଛି । ଏହା ପରେ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ।
ସାଇବର ସୁରକ୍ଷା କାର୍ଯ୍ୟକ୍ରମ ୧୮ ଅକ୍ଟୋବରରୁ ଆରମ୍ଭ ହୋଇ ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ । ଆମ ଜିଲ୍ଲାକୁ ସାଇବର ଅପରାଧ ପ୍ରବଣତାରୁ ମୁକ୍ତ କରିବାକୁ ସଂକଳ୍ପ ବଦ୍ଧ ଥିଆବା ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷୀକ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଏହି ଅଭିଯାନର ଉଦ୍ଦେଶ୍ୟ ହେଲା ଜନଜୀବନକୁ ସୁରକ୍ଷିତ ରଖିବା । ଟେକନୋଲୋଜି ଆମର ଜୀବନକୁ ସହଜ କରିଦେଇଛି ।
କିନ୍ତୁ ଅପରାଧୀମାନଙ୍କ ପାଇଁ ନୂତନ ଦ୍ଵାର ମଧ୍ୟ ଖୋଲିଦେଇଛି । ଏବେ ଅପରାଧୀମାନଙ୍କ ଅସ୍ତ୍ର ହେଲା କମ୍ପୁଟର, ମୋବାଇଲ, Internet ।
ଆମର ସନ୍ଦେଶ ହେଲା କୌଣସି ଲିଙ୍କୁ କ୍ଲିକ୍ କରିବା ପୂର୍ବରୁ ଏହାକୁ ଭଲଭାବରେ ପାଂଚ୍ କରନ୍ତୁ । ବ୍ୟାଙ୍କମାନେ କାହାକୁ OTP ମାଗନ୍ତିନାହିଁ ।
ସେହିପରି ମୁଖ୍ୟ ଉନ୍ନୟନ ଅଧିକାରୀ ତାଙ୍କ ଜୀବନରେ ଘଟିଥି ବା ଅନୁଭୁତିକୁ ପ୍ରକାଶ କରିଥିଲେ ଏବଂ ସଚେତନ ରହିବାକୁ ଅନୁରୋଧ କରିଥିଲେ ।
ଉପଜିଲ୍ଲାପାଳ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ଉପଦେଶ ଦେବା ସଙ୍ଗେ ପୋଲିସ ବାହିନୀଙ୍କ ସହଯୋଗ ନେବାକୁ କହିଥିଲେ । ଆଇ.ସି.ଆଇ.ସି ବ୍ୟାଙ୍କର ଷ୍ଟେଟ୍ କୋର୍ଡିନେଟର କହିଲେ ଯେ,କୌଣସି apk file/ unknown linkକୁ
କ୍ଲିକ୍ ନ କରିବାକୁ, ଫ୍ରିଜ୍ ହୋଇଥିଲେ ୧୯୩୦ଆକ୍ଟରେକ୍‌ସ ରେଜିଷ୍ଟର କରିବାକୁ ପରାମର୍ଶ ଦେଇଥିଲେ ।
ସେହିପରି ଅଧ୍ୟକ୍ଷା ପୌର ପରିଷଦ ତାଙ୍କ ଭାଷଣରେ କହିଲେ ଯେ, ଡିଜିଟାଲ ଯେତକି ଭଲ ସେତିକି ଖରାପ । ସତର୍କ ନ ରହିଲେ କ୍ଷତିକାରକ ।
ଏଥି୍ପ୍ରତି ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ । ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।
ଏହାପରେ ଏସ.ଡି.ପି.ଓ. ଜ୍ୟୋତିରଂଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ବ୍ୟଙ୍ଗ କବିତା ପାଠ କରାଯାଇଥିଲା । ଏଥିସହ ନିଜ ଦସ୍ତଖତ ମାଧ୍ୟମରେ wall boardରେ ମତାମତ ପ୍ରଦାନ କରିଥିଲେ ।
ସକାଳ ୯ଘଟିକା ସମୟରେ ଏକ ପଦଯାତ୍ରା ନୟାଗଡ଼ ଟ୍ରାଫିକ୍ ଛକରୁ ଆରମ୍ଭ ହୋଇ ଜଗନ୍ନାଥ ମନ୍ଦି ନିକଟରେ ଶେଷ ହୋଇଥିଲା ।
ଏଥିରେ ପୋଲିସ ବିଭାଗର ଅଧୁକାରୀ, କର୍ମଚାରୀ, ସ୍ଵେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930