Indus Valley Times

ପଠାଣି ସମାନ୍ତ ଜୟନ୍ତୀ ସମାରୋହ,ସଂସ୍କୃତି ଗବେଷକ ପ୍ରବୀର ପଟ୍ଟନାୟକଙ୍କୁ ନୟାଗଡ଼ ଗୌରବ ସମ୍ମାନ

 Breaking News

ପଠାଣି ସମାନ୍ତ ଜୟନ୍ତୀ ସମାରୋହ,ସଂସ୍କୃତି ଗବେଷକ ପ୍ରବୀର ପଟ୍ଟନାୟକଙ୍କୁ ନୟାଗଡ଼ ଗୌରବ ସମ୍ମାନ

December 14
23:00 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୪/୧୨ : ବିଶ୍ୱବିଶ୍ରୁତ ନଭବିଜ୍ଞାନୀ ମହାମହୋପଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୧ତମ ଜନ୍ମସ୍ମାରକୀ ମହା ସମାରୋହରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଯଦୁମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।
ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିବା ବେଳେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡ.ଗଣେଶ୍ୱର ସ୍ୱାଇଁ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ।
ଏହି ଅବସରରେ ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ବୌଦ୍ଧ ଓ ସଂସ୍କୃତି ଗବେଷକ ପ୍ରବୀର କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା ।
ସେହିଭଳି ଅନୁଷ୍ଠାନ ପକ୍ଷରୁ ବିଜ୍ଞାନସ୍ରଷ୍ଟା ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ‘ପଠାଣି ସାମନ୍ତ ପ୍ରତିଭା ସମ୍ମାନ’, ସାରସ୍ଵତ ସାଧକ ଭାରତୀ ଭୂଷଣ ମିଶ୍ର‘ପଠାଣି ସାମନ୍ତ ସାହିତ୍ୟ ସମ୍ମାନ’, ସମାଜସେବୀ ପ୍ରଫୁଲ୍ଲ କୁମାର ନାୟକ ‘ପଠାଣି ସାମନ୍ତ ସେବା ସମ୍ମାନ’, ପୂଜ୍ୟ ଗୁରୁଜୀ ଶ୍ରୀଧର ସାହୁ ‘ପଠାଣି ସାମନ୍ତ
ଶିକ୍ଷ୍ୟାଜ୍ୟୋତି ସମ୍ମାନ’, ସଙ୍ଗୀତ ସାଧକ ଶିବନାରାୟଣ ପଟ୍ଟନାୟକ ‘ପଠାଣି ସାମନ୍ତ ସଙ୍ଗୀତ ପ୍ରତିଭା ସମ୍ମାନ’,କ୍ରୀଡ଼ାବିତ୍ ତଥା ଫୁଟବଲ ପ୍ରେମୀ ହଜରତ୍ ଅଲ୍ଲୀ ଖାଁ ‘ପଠାଣି ସାମନ୍ତ କ୍ରୀଡ଼ା ସମ୍ମାନ’, କଣ୍ଠଶିଳ୍ପୀ, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶଙ୍କୁ ‘ପଠାଣି ସାମନ୍ତ ସ୍ଵରସୁଧା ସମ୍ମାନ’ ଏବଂ କବି ଡ.ନିର୍ମଳ ଚନ୍ଦ୍ର ଶୂରଦେଓଙ୍କୁ ‘ଦାସିଆ ଅଜା ସାହିତ୍ୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଚନ୍ଦ୍ରବିଜୟୀ ମିଶ୍ର ଅତିଥି ପରିଚୟ ପ୍ରଦାନ, ଉପ ସଭାପତି ରଣଜିତ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ କୁଇଜ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ରଙ୍କ ଦ୍ୱାରା କୁଇଜ ପ୍ରତିଯୋଗିତା ଏବଂ ଓଡ଼ିଶାର ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ନିତ୍ୟାନନ୍ଦ ଦାସଙ୍କ ଦ୍ୱାରା ଏକପାଦି ଓଡ଼ିଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।
ଶେଷରେ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ଜୟଶ୍ରୀ ଦେବୀଙ୍କ ସଂଯୋଜନାରେ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ଭଜନ ଗାୟକ ଶିବ ନାରାୟଣ ପଟ୍ଟନାୟକ ଏବଂ ତାଙ୍କ ସାଥୀଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।
ନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୮୫ ଟି ମାମଲା ଫଏସଲା
ନୟାଗଡ଼, ୧୪/୧୨ : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।
ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୪୭୩୫୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା ।
ସେହିପରି ୧୦୧ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୫ ଟି ଫଇସଲା କରାଯାଇ ୧୪୯୬୦୦୦ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହଜନିତ ୧୯ ଟି ମାମଲା ଫଇସଲା କରାଯାଇ ୮୪୦୦୦ ଟଙ୍କା ଆଦାୟ କରଯାଇଥିଲା।
ସେଥି ମଧ୍ୟରୁ ଦୁଇଟି ବିବାହ ଜନିତ ସ୍ବାମୀ ସ୍ତ୍ରୀ କେସରେ ପରିବାର ଅଦାଲତ ବିଚାରପତିଙ୍କ ଦୃଢ ପ୍ରଚେଷ୍ଟାରେ ସ୍ବାମୀ ସ୍ତ୍ରୀ ଏକାଠି ହୋଇ ପାରିଛନ୍ତି ।
ଅନ୍ୟାନ୍ୟ ଫୌଜଦାରୀ ୧୯୧ ଟି ମାମଲା ଫଇସଲା କରଯାଇଥିଲା । ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୪୦ ଜଣ ଋଣ ଗ୍ରହିତାଙ୍କଠାରୁ ୨୫୪୭୧୩୧.୦୦ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ସେହିପରି ୪୦୭୭ ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୧୦୫୪୫୩୮ ଟଙ୍କା ଆଦାୟ କରଯାଇଥିଲା ଏବଂ ରଫାଯୋଗ୍ୟ ଫଉଜଦାରି ମାମଲା ୩ ଟି ଫଇସଲା କରାଯାଇଥିଲା । ବିଦ୍ୟୁତ ସମ୍ବନ୍ଧୀୟ ୪୪ ଟି ମାମଲା ଫଇସଲା ହୋଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଶ୍ରୀଯୁକ୍ତ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ଡଃ ଇନ୍ଦୁ ଶର୍ମା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ରିଜା ରାୟ , ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଶ୍ରୀ ସତ୍ୟବ୍ରତ ରଣା , ବରିଷ୍ଠ ଦେୱାନି ଅଦାଲତ ବିଚାରପତି(ଏଲ ଆର ଆଣ୍ଡ ଏଲ ଟିଭି ) ଶ୍ରୀ ରବି ନାରାୟଣ ବେହେରା, ଉପଖଣ୍ଡ ଫୌଜଦାରୀ ବିଚାରପତି ସମାପିକା ସମଦର୍ଶିନୀ,ଜେ।ଏମ ଏଫ ସି ଲଲିତା ପାତ୍ର ଏବଂ ଶୁଶ୍ରିତା ମିଶ୍ର ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଶୃତିସ୍ନିଗ୍ଧା ଦାସ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଅଞ୍ଜଳି ମଚ୍ଛଖଣ୍ଡ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ସ୍ଵୟଂ ପ୍ରଭା ଆଚାର‌୍ୟ ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ସୋନାଲୀ ସରିତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତକୁ ସଫଳ କରିବା ପାଇଁ ସମସ୍ତ ନ୍ୟାୟ ଅଧିକାର ମିତ୍ର, ଅଧିବକ୍ତା ଦଣ୍ଡପାଣି ସ୍ଵାଇଁ, ରମେଶ ଚନ୍ଦ୍ର ମହାରଣା, କନସିଏଲେଟର କ୍ଷଣପ୍ରଭା କର ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31