Indus Valley Times

ପାଳନ ପ୍ରତିପୋଷଣ ପାଇଁ ଦୁଇ ଯାଆଁଳା ଶିଶୁ କନ୍ୟା ମଧ୍ୟରୁ ଜଣକୁ ଅନ୍ୟ ହାତରେ ଟେକିଦେଲେ ବାପା ମାଆ

 Breaking News

ପାଳନ ପ୍ରତିପୋଷଣ ପାଇଁ ଦୁଇ ଯାଆଁଳା ଶିଶୁ କନ୍ୟା ମଧ୍ୟରୁ ଜଣକୁ ଅନ୍ୟ ହାତରେ ଟେକିଦେଲେ ବାପା ମାଆ

ପାଳନ ପ୍ରତିପୋଷଣ ପାଇଁ ଦୁଇ ଯାଆଁଳା ଶିଶୁ କନ୍ୟା ମଧ୍ୟରୁ ଜଣକୁ ଅନ୍ୟ ହାତରେ ଟେକିଦେଲେ ବାପା ମାଆ
April 17
09:32 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୭/୪ : ବଲାଙ୍ଗିର ଜିଲ୍ଲାରେ ପୁଣି ଏକ ଶିଶୁ ବିକ୍ରି ଚାଞ୍ଚଲ୍ୟ ସୃଷ୍ଟି କରିଛି।ନବଜାତ ଶିଶୁ କୁ ଅନ୍ୟ ହାତରେ ଟେକି ଦେଇଥିବା ଘଟଣା ସାରା ଅଂଚଳରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।
ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଲକି ପଞ୍ଚାୟତ ଅନ୍ତର୍ଗତ କର୍ଲା ଗ୍ରାମର କଳାକର ଭୋଇ ଙ୍କ ସ୍ତ୍ରୀ କୁମୁଦିନୀ ଭୋଇ ଗତ ୯ ତାରିଖ ଦିନ ବଲାଙ୍ଗିର ଜିଲା ଭୀମଭୋଇ ମେଡ଼ିକାଲ ରେ ଦୁଇ ଜାଆଁଲା ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ।
ସେଠାରେ ୩ଦିନ ପରେ ଜଣେ ବ୍ୟକ୍ତି ଙ୍କୁ ନବଜାତକ ଶିଶୁ କୁ ପାଳନ ପ୍ରତିପୋଷଣ ପାଇଁ ଅନ୍ୟ ଜଣକୁ ଟେକିଦେଇଥିଲେ।ପୂର୍ବରୁ କଳାକର ଙ୍କ ୨ ଶିଶୁ ପୁତ୍ର ରହିଥିବା ବେଳେ ଏବେ ୨ ଶିଶୁ କନ୍ୟା ଜନ୍ମ ପରେ ତୁରେକେଲା ଥାନା ରଜାମରା ଗ୍ରାମର ପରିଚିତ ବ୍ୟକ୍ତି ଙ୍କ ମାଧ୍ୟମରେ ବଲାଙ୍ଗିର ରେ ଛତିଶଗଡ଼ ଅଂଚଳର ଜଣେ ବ୍ୟକ୍ତି ଙ୍କୁ ନବଜାତକ ଶିଶୁ କୁ ଟେକି ଦେଇଥିବା କହିଛନ୍ତି।
ବଲାଙ୍ଗିର ପୋଲିସ ନବଜାତକ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଅଭାବ ଯୋଗୁଁ ୨ ଶିଶୁ କନ୍ୟାକୁ ପାଳନ ପ୍ରତିପୋଷଣ କରିପାରିବନି ବୋଲି ଜଣକୁ ଅନ୍ୟ ହାତରେ ଟେକି ଦେଇଛି ବୋଲି ଶିଶୁ ଙ୍କୁ ବିକ୍ରି କରିଥିବା ଶିଶୁ ର ବାପା କହିଛନ୍ତି।ତେବେ ଏହା ଶିଶୁ ବିକ୍ରି ନା ଦରିଦ୍ରତା ଯୋଗୁ ନିଜ ଜନ୍ମ କରିଥିବା ଶିଶୁ ଅନ୍ୟ ହାତରେ ଟେକି ଦେଇଛନ୍ତି ତାହା ଅଧିକ ତଦନ୍ତ ପରେ ଜଣାପଡିବ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31