Indus Valley Times

ପୁରୀରେ କଂସ ମହାରାଜ, ପାପମୋଚନ ପାଇଁ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ

 Breaking News

ପୁରୀରେ କଂସ ମହାରାଜ, ପାପମୋଚନ ପାଇଁ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ

ପୁରୀରେ କଂସ ମହାରାଜ, ପାପମୋଚନ ପାଇଁ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ
January 14
18:49 2025

ପୁରୀ, ୧୪/୧: ପୁରୀରେ ବରଗଡର କଂସ ମହାରାଜ । ପାପମୋଚନ ପାଇଁ ପୁରୀ ମହୋଦଧିରେ ବୁଡ଼ ପକାଇଲେ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଭୁବନେଶ୍ୱର ପ୍ରଧାନ । ଧନୁଯାତ୍ରାରେ ଅଭିନୟ ବେଳେ ଭଗବାନ କୃଷ୍ଣ-ବଳରାମଙ୍କ ପ୍ରତି କଟୁକ୍ତି କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି।
ଏଗାର ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରାର ଗତରାତିରେ ଯବନିକା ପଡ଼ିବା ପରେ ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଭୁବନେଶ୍ୱର ପ୍ରଧାନ ।ମହୋଦଧିରେ ସ୍ନାନ କରି ନିଜର ପଇତା ବିସର୍ଜନ କରିବା ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି । ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଛନ୍ତି। ଏହା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ।
ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ସମୟରେ ପ୍ରଭୁ କୃଷ୍ଣ -ବଳରାମଙ୍କ ପ୍ରତି ଉଚ୍ଚାରଣ କରିଥିବା କଟୁ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବା ପାଇଁ ଶ୍ରୀକ୍ଷେତ୍ର ରେ ପହଞ୍ଚିଛନ୍ତି । ସେହିପରି ମୁନିଋଷିଙ୍କ ପ୍ରତି ଅତ୍ୟାଚାର କରିଥିବାରୁ କ୍ଷମା ମାଗିଛନ୍ତି ବୋଲି କହିଛନ୍ତି କଂସ ଭୂମିକାରେ ଅଭିନୟ କରିଥିବା କଳାକାର ଭୁବନେଶ୍ୱର ପ୍ରଧାନ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31