Indus Valley Times

ପ୍ରବଳ ବର୍ଷାକୁ ନେଇ ବୌଦ୍ଧ ଜିଲ୍ଲାରେ ସତର୍କତା : ଜିଲ୍ଲାପାଳଙ୍କ ଜରୁରୀକାଳୀନ ଆଭାସୀ ବୈଠକ

 Breaking News

ପ୍ରବଳ ବର୍ଷାକୁ ନେଇ ବୌଦ୍ଧ ଜିଲ୍ଲାରେ ସତର୍କତା : ଜିଲ୍ଲାପାଳଙ୍କ ଜରୁରୀକାଳୀନ ଆଭାସୀ ବୈଠକ

ପ୍ରବଳ ବର୍ଷାକୁ ନେଇ ବୌଦ୍ଧ ଜିଲ୍ଲାରେ ସତର୍କତା : ଜିଲ୍ଲାପାଳଙ୍କ ଜରୁରୀକାଳୀନ ଆଭାସୀ ବୈଠକ
July 04
20:49 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୪/୭ : ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲା ପାଇଁ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଦର୍ଶାଇ ରେଡ୍ ୱାର୍ନିଂ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଆଜି ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଏକ ଜରୁରୀକାଳୀନ ଆଭାସୀ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଥିଲେ।
ବୈଠକରେ ଜିଲ୍ଲାପାଳ ସମସ୍ତ ବିଭାଗକୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବା ସହ ଯେକୌଣସି ଜରୁରୀ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ନଡ଼ାଛପର ଓ ଦୁର୍ବଳ କଚ୍ଚା ଘରରେ ବସବାସ କରୁଥିବା ଲୋକଙ୍କୁ ପୂର୍ବରୁ ସୁରକ୍ଷିତ ସ୍ଥାନ ଯଥା ବିଦ୍ୟାଳୟ, ସରକାରୀ କୋଠା କିମ୍ବା ଅନ୍ୟାନ୍ୟ ପକ୍କା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ସହ ସେମାନଙ୍କୁ ଆବଶ୍ୟକୀୟ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ କହିଥିଲେ।
ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବିଡିଓ ଓ ତହସିଲଦାରମାନଙ୍କୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବା ସହ କ୍ଷେତ୍ରସ୍ତରରେ ନିରନ୍ତର ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ରାସ୍ତା ଉପରେ ବର୍ଷାଜଳ ଜମି ଯାତାୟାତରେ ବାଧା ସୃଷ୍ଟି ନକରିବା ପାଇଁ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ଜଳସମ୍ପଦ ବିଭାଗକୁ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଥିଲେ।
ବର୍ଷା ଋତୁରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ସମସ୍ତ ସରକାରୀ ଚିକିତ୍ସାଳୟରେ ପର‌୍ୟ୍ୟାପ୍ତ ପରିମାଣରେ ଆଣ୍ଟିଭେନମ୍ ଇଞ୍ଜେକ୍ସନ୍, ଓଆରଏସ୍, କ୍ଲୋରିନ୍ ଟାବଲେଟ୍, ଆବଶ୍ୟକ ଔଷଧ ଏବଂ ସ୍ୱଚ୍ଛତା ସାମଗ୍ରୀ ମହଜୁଦ ରଖିବାକୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ପ୍ରାଣୀସମ୍ପଦ ବିଭାଗକୁ ପଶୁପକ୍ଷୀଙ୍କ ସୁରକ୍ଷା ଓ ଯତ୍ନ ନେବା ସହ କୌଣସି ପଶୁ ଜୀବନହାନି ଘଟିଲେ ତୁରନ୍ତ ରିପୋର୍ଟ କରିବାକୁ କୁହାଯାଇଥିଲା।
ସେହିପରି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ସମସ୍ତ ବିଭାଗ ପରସ୍ପର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା, ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ ସ୍ତରରେ ଆଲର୍ଟ ଗ୍ରୁପ୍ ଗଠନ କରି ନିୟମିତ ଭାବେ ସ୍ଥିତି ପର‌୍ୟ୍ୟବେକ୍ଷଣ କରିବା ଏବଂ ଏହି କାର୍ଯ୍ୟରେ ଜନପ୍ରତିନିଧି ମାନଙ୍କ ସହଯୋଗ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ କହିଥିଲେ ଯେ, ଓଡ୍ରାଫ୍, ଅଗ୍ନିଶମ ବାହିନୀ ଏବଂ ବିଦ୍ୟୁତ ବିଭାଗ ସମ୍ପୂର୍ଣ୍ଣ ସତର୍କ ରହିବେ। କେଉଁଠି ରାସ୍ତା କିମ୍ବା ଘର ଉପରେ ଗଛ ପଡ଼ିଲେ ତାହାକୁ ତୁରନ୍ତ ଅପସାରଣ କରାଯିବ। ସେହିପରି କ୍ଷତିଗ୍ରସ୍ତ ପରିବାରଙ୍କୁ ଆବଶ୍ୟକତା ଅନୁଯାୟୀ ପଲିଥିନ୍ ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଏହା ମହଜୁଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଶେଷରେ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଦାୟିତ୍ୱବୋଧ ସହ କ୍ଷେତ୍ରସ୍ତରରେ ସକ୍ରିୟ ରହି ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031