Indus Valley Times

ଫାସଡ ସୁକତେଲ ନଦୀ ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍

 Breaking News

ଫାସଡ ସୁକତେଲ ନଦୀ ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍

ଫାସଡ ସୁକତେଲ ନଦୀ ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍
April 04
22:41 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୪/୪ : ଲୋଇସିଂହା(୪।୪)ବରଗଡ ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି।ଦୁର୍ଘଟଣା ସ୍ଥଳ ରେ ଡ୍ରାଇଭର ଗଣେଶ ନାଗ(୩୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସମୀର ଖାଲକେ(୩୫)ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣା ଖବର ପାଇ ଲୋଇସିଂହା ଓ ବଲାଙ୍ଗୀର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।
ମୃତ ଓ ଗୁରୁତର ଆହତଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ ଗତ କାଲି ପ୍ରାୟ ରାତ୍ରି ୧୨ ଘଣ୍ଟା ସମୟରେ ଏକ ୧୬ ଚକ ବିଶିଷ୍ଟ ଭାରି ଯାନ ବରଗଡ ପଟରୁ ବଲାଙ୍ଗିର ଅଭିମୁଖେ ସିମେଣ୍ଟ ବୋଝେଇ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଫାସଡ଼ ଗ୍ରାମ ନିକଟରେ ଥିବା ସୁକତେଲ ନଦୀ ବ୍ରିଜ ଉପରୁ ପ୍ରାୟ ୪୦ ଫୁଟ ତଳକୁ ଖସି ଯାଇଥିଲା।ଘଟଣା ସ୍ଥଳରେ ଚାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ବ୍ୟକ୍ତି ଗୁରୁତର ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ରେ ଚିକିତ୍ସିତ ହେଉଛନ୍ତି।
ବେପରୁଆ ଗାଡ଼ି ଚାଳନା ଦ୍ୱାରା ପ୍ରତିବର୍ଷ ଶହ ଶହ ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଡ଼ି ଚାଳକ ମାନେ ଦ୍ରୁତ ଗତିରେ ଯାନ ବାହାନ ଚଳାଉଥିବା ଦେଖିବାକୁ ମିଳୁଛି।
ଏହା ଉପରେ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନର ଲଗାମ୍ ନଥିବା ପ୍ରତୀତ ହେଉଛି।
ଲୋକଙ୍କ ଜନ ଜୀବନ ସୁରକ୍ଷା ନିମନ୍ତେ ଦ୍ରୁତ ଗତିରେ ଯାନବାହନ ଚଳାଉଥିବା ଚାଳକ ମାନଙ୍କ ଉପରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜନ ସାଧାରଣରେ ଦାବି ହେଉଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31