Indus Valley Times

ଫେରିପାରେ ହାଲୁକା ଥଣ୍ଡା, ଆଗକୁ ରାତି ତାପମାତ୍ରା ପୁଣି ସାମାନ୍ୟ ବଢ଼ିବ

 Breaking News

ଫେରିପାରେ ହାଲୁକା ଥଣ୍ଡା, ଆଗକୁ ରାତି ତାପମାତ୍ରା ପୁଣି ସାମାନ୍ୟ ବଢ଼ିବ

ଫେରିପାରେ ହାଲୁକା ଥଣ୍ଡା, ଆଗକୁ ରାତି ତାପମାତ୍ରା ପୁଣି ସାମାନ୍ୟ ବଢ଼ିବ
February 06
09:20 2026

ଭୁବନେଶ୍ୱର,୬/୨: ରାଜ୍ୟରେ ଶୀତର ପ୍ରକୋପ ପୁଣି ଥରେ ଅନୁଭୂତ ହେବାକୁ ଲାଗିଛି। ଗତ ଦୁଇ ଦିନ ହେଲା ରାତିର ତାପମାତ୍ରା ହ୍ରାସ ପାଇବା ଫଳରେ ଶୀତ ବଢ଼ିଥିବା ଲକ୍ଷ୍ୟ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି।
ଘୁ. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଏଠାରେ ପାରଦ ୭.୮ ଡିଗ୍ରିକୁ ଖସିଛି। ସେମିଳିଗୁଡ଼ାରେ ମଧ୍ୟ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ୯.୧ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ରାତିର ତାପମାତ୍ରା ୧୪.୫ ଡିଗ୍ରି ଏବଂ କଟକରେ ୧୪.୬ ଡିଗ୍ରି ରହିଛି। ସେହିଭଳି ଫୁଲବାଣୀରେ ୧୧.୪ ଡିଗ୍ରି ଏବଂ ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ତାପମାତ୍ରା ହ୍ରାସ ପାଇବା ସହ ଆସନ୍ତା ୩ ଦିନ ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ପାଖାପାଖି ରହିବାର ଅନୁମାନ କରାଯାଉଛି। ୩-୪ ଦିନର ଏହି ଶୀତ ଲହରୀ ପରେ ପୁଣି ଧୀରେ ଧୀରେ ପାରଦ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930