Indus Valley Times

ବହୁତ ହୋଇଗଲା, ଇସ୍କନ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ’

 Breaking News

ବହୁତ ହୋଇଗଲା, ଇସ୍କନ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ’

ବହୁତ ହୋଇଗଲା, ଇସ୍କନ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ’
November 05
14:52 2024

ପୁରୀ,୫/୧୧:ଆସନ୍ତା ୯ରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଙ୍ଗଳବାର ପ୍ରେସମିଟ କରିଛନ୍ତି। ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ବୋଲି କହିଛନ୍ତି ଗଜପତି।
ପୁରୀ ଗଜପତି ମହାରାଜା କହିଛନ୍ତି, ଚିଠି ଲେଖିବା ସତ୍ତ୍ବେ ଇସ୍କନ ନ ମାନି ରଥ ଆୟୋଜନ କରୁଛି। ୩ ତାରିଖର ସ୍ନାନଯାତ୍ରାକୁ ବାତିଲ କଲେ କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି। ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ ନୁହେଁ।୧୯୬୯ରୁ ଇସ୍କନ ଅଦିନରୁ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନିଆ ରଥଯାତ୍ରା ହେଉନି।
କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନିଆ ରଥଯାତ୍ରା କରୁଛି। ଏଭଳି ହେଲେ ଆଗକୁ ଆମେ ଆଇନର ରାସ୍ତା ନେବୁ। ମାର୍ଚ୍ଚ ଯାଏ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାର୍ଚ୍ଚରେ ଇସ୍କନର ଗଭର୍ନିଂ କାଉନସିଲ ବୈଠକ ଅଛି।
ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ନଚେତ୍ ଏଥର ଆମେ ଛାଡ଼ିବାନି, ବହୁତ ହୋଇଗଲା। ବହୁତ ବୁଝେଇଲୁ, ବହୁତ ଅପେକ୍ଷା କଲୁ କିନ୍ତୁ କିନ୍ତୁ ସମାଧାନ ହେଲାନି। ଏଇଟା ଖେଳଘର ନୁହେଁ। ଏଣିକି ନ ମାନିଲେ ଆଇନଗତ ହେବ। ପ୍ରଚାର ଯାତ୍ରା କର କିନ୍ତୁ ରଥଯାତ୍ରା କରନି ବୋଲି ଗଜପତି ମହାରାଜ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930