Indus Valley Times

ବାଣପୁର ଏନଏସିର ବହୁ ବିଜେଡି କାଉନ୍ ସିଲର ଓ ସଂଗଠକ ଆଇନ ମନ୍ତ୍ରୀଙ୍କ ଉପସ୍ଥିତରେ ବିଜେପିରେ ସାମିଲ

 Breaking News

ବାଣପୁର ଏନଏସିର ବହୁ ବିଜେଡି କାଉନ୍ ସିଲର ଓ ସଂଗଠକ ଆଇନ ମନ୍ତ୍ରୀଙ୍କ ଉପସ୍ଥିତରେ ବିଜେପିରେ ସାମିଲ

ବାଣପୁର ଏନଏସିର ବହୁ ବିଜେଡି କାଉନ୍ ସିଲର ଓ ସଂଗଠକ ଆଇନ ମନ୍ତ୍ରୀଙ୍କ ଉପସ୍ଥିତରେ ବିଜେପିରେ ସାମିଲ
June 10
20:48 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୦/୬ : ଆଜି ଭୁବନେଶ୍ୱର ସ୍ଥିତ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନ ଠାରେ ଚ଼ିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।
ବିଜୁ ଜନତା ଦଳର ଯୁବ ସଂଗଠକ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର‌ ୩ ନଂ ୱାର୍ଡ଼ର କାଉନସିଲର ଅଭିମନ୍ୟୁ ପ୍ରଧାନ, ୧୫ ନଂ ୱାର୍ଡ଼ର କାଉନସିଲର ଅଞ୍ଜଳୀ ପ୍ରଭା ତ୍ରିପାଠୀ, ୭ ନଂ ୱାର୍ଡ଼ର କାଉନସିଲର ଅଞ୍ଜନା ପ୍ରଧାନ, ୧୨ ନଂ ୱାର୍ଡ଼ର ପୂର୍ବତନ କାଉନସିଲର ହୃଷିକେଶ ନାୟକ, ୧୦ ନଂ ୱାର୍ଡ଼ର ପୂର୍ବତନ କାଉନସିଲର ସୁଧାକର ଭୋପାଙ୍କ ସମେତ ୨୫ରୁ ଉର୍ଦ୍ଧ୍ବ ଆଗଧାଡ଼ିର କର୍ମକର୍ତ୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ, ଯସ୍ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଓ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି, ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ବିକାଶ ମୂଳକ କାର‌୍ୟ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି।
ଦଳରେ ଯୋଗଦାନ କରିଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ଭା.ଜ.ପା ପରିବାରକୁ ସ୍ବାଗତ କରିବା ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଆପଣମାନଙ୍କର ଏହି ଯୋଗଦାନ ଆଗାମୀ ଦିନରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିକାଶ ଓ ଦଳୀୟ ସଂଗଠନ ଆହୁରି ସୁଦୃଢ଼, ସକ୍ରିୟ ଏବଂ ଗତିଶୀଳ କରିବ ବୋଲି ମତବ୍ୟକ୍ତ କରିଛନ୍ତି।
ଏହି ମିଶ୍ରଣ ପର୍ବରେ ରାଜ୍ୟ ଭାଜପା ପ୍ରବକ୍ତା ସୁଦୀପ୍ତ ରାୟ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ଭାଜପା ନଗର ମଣ୍ଡଳ ସଭାପତି ସଚ଼ିନ୍ ଷଡ଼ଙ୍ଗୀ, ବରିଷ୍ଠ ବିଜେପି ନେତା ନନ୍ଦକିଶୋର ମିଶ୍ର, ଭଗବାନ ପ୍ରଧାନ, ବାଣପୁର ନଗର ମଣ୍ଡଳ ଭାଜପା ପ୍ରଭାରୀ ରାଜକିଶୋର ପଣ୍ଡା ଓ ମହିଳା ମୋର୍ଚ୍ଚା ସଭାପତି ବନଜା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031