Indus Valley Times

ବାଲାଜୀ କଲେଜ ଅଫ ନର୍ସିଂରେ ପୋଷ୍ ଦିନ ପାଳିତ

 Breaking News

ବାଲାଜୀ କଲେଜ ଅଫ ନର୍ସିଂରେ ପୋଷ୍ ଦିନ ପାଳିତ

ବାଲାଜୀ କଲେଜ ଅଫ ନର୍ସିଂରେ ପୋଷ୍ ଦିନ ପାଳିତ
August 03
12:09 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୩/୮ : ଜାତୀୟ ରାଜପଥ ଏନ ଚ୍ ରାସ୍ତା କଡ଼ରେ ଥିବା ବାଲାଜୀ କଲେଜ ଅଫ ନର୍ସିଂ ତରଫରୁ ପୋଷ୍ ଦିନ ପାଳିତ ହୋଇଯାଇଛି।
କର୍ମକ୍ଷେତ୍ର ରେ ମହିଳା ମାନେ କିଭଳି ନିର୍ଯ୍ୟାତନା ନ ହେବେ ଏବଂ ସୁରକ୍ଷିତ ରେ କାର୍ଯ୍ୟ କରି ପାରିବେ ସେ ଦିଗରେPOSH( Prevention of Sexual Harrasment) କାର୍ଯ୍ୟକ୍ରମ କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ନର୍ସିଂ ବିଭାଗୀୟ ମୁଖ୍ୟ ଦେବାଶିଷ ପାଣ୍ଡିଆ ଙ୍କ ସଂଯୋଜନା ରେ ମୁଖ୍ୟଅତିଥି ଭାବେ ଜିଲ୍ଲାବିଧି ସମ୍ପାଦକ ଶ୍ରୀଯୁକ୍ତ ପବିତ୍ର ନନ୍ଦ ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ DSP IUCAW କୋମଳ କୁମାର ପଣ୍ଡା,DSP IUCAW ଶ୍ରୀମତୀ ତାରାବତି ପ୍ରଧାନ,ରିଡର୍ ଅଫ ସଂସ୍କୃତ Dr. ସୁରେଶ ଷଡ଼ଙ୍ଗୀ ଏବଂ ସମାଜସେବୀ ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ କେଡ଼ିଆ ଯୋଗଦେଇଥିଲେ।ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ କଲେଜ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭିଳାଷ ଅଗ୍ରୱାଲ ସମ୍ମାନିତ କରିଥିଲେ।
ଅତିଥି ଗ୍ରହଣ ରେ କଲେଜ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ କୈଳାସ ଅଗ୍ରୱାଲ ଏବଂ ଦ କ୍ୱିନ୍ ଇଣ୍ଟର ନେସନାଲ ସ୍କୁଲ ର ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା ଅଗ୍ରୱାଲା,ସାଇବର ଇନ୍ସପେକ୍ଟର ଭାରତୀ ନାୟକ ଉପସ୍ଥିତ ଥିଲେ।ବର୍ତ୍ତମାନ ସମୟ ରେ ଅନେକ ମହିଳା କର୍ମକ୍ଷେତ୍ର ରେ ନିଯୁକ୍ତି ପାଇ କାର୍ଯ୍ୟ କରୁଛନ୍ତି।
ମହିଳା ସଶକ୍ତିକରଣ ହେବା ସହ ସ୍ବାବଲମ୍ବୀ ହୋଇପାରିଛନ୍ତି।କର୍ମକ୍ଷେତ୍ର ରେ କିଭଳି ସୁରକ୍ଷିତ ରେ କାର୍ଯ୍ୟ କରିପାରିବେ ଏବଂ ନିର୍ଯ୍ୟାତିତ ନ ହେବେ ସେ ଦିଗ ରେ ଅତିଥିଗଣ ପ୍ରାଞ୍ଜଳ ଭାବରେ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରିଥିଲେ।
କାର୍ଯ୍ୟରତ ନାରୀ ମାନେ କିଭଳି ସୁରକ୍ଷିତ ରେ କାର୍ଯ୍ୟ କରି ପାରିବେ ସେଥିପାଇଁ ବାଲାଜୀ କଲେଜ ଅଫ ନର୍ସିଂ ପୋଷ ଆକ୍ଟ କମିଟି ଗଠନ କରିଥିବା ସୂଚନା ନିର୍ଦେଶକ ଶ୍ରୀଯୁକ୍ତ ଅଭିଳାଷ ଅଗ୍ରୱାଲ ଘୋଷଣା କରିଥିଲେ।
ପରେ ବାଲାଜୀ କଲେଜ ଅଫ ନର୍ସିଂ ର ଝିଅ ମାନେ ନିର୍ଯ୍ୟାତନା ସମ୍ପର୍କୀୟ ଡ୍ରାମା ପରିବେଷଣ କରିଥିଲେ।
ପୋଷ ଦିନ କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ନିଜର ବହୁମୂଲ୍ୟ ସମୟ ଦେଇ ପୋଷ କାର୍ଯ୍ୟକ୍ରମ ରେ ଯୋଗଦାନ ଦେଇଥିବା ସମସ୍ତ ଅତିଥି ତଥା ଅନ୍ୟମାନଙ୍କୁ କଲେଜ ର ଅଧ୍ୟାପିକା ସୁଶ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଧନ୍ୟବାଦ୍ ଜ୍ଞାପନ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930