Indus Valley Times

ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର,ଛାତ୍ରୀ ମାନଙ୍କ ପାଇଁ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର,ଛାତ୍ରୀ ମାନଙ୍କ ପାଇଁ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର,ଛାତ୍ରୀ ମାନଙ୍କ ପାଇଁ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
July 01
09:24 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧/୭: ରାଜେନ୍ଦ୍ର ୟୁନିଭରସିଟି ର ବାଣିଜ୍ୟ ବିଭାଗର ନୂତନ କ୍ଲାସ ରୁମ୍ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ସ୍କୁଲ୍ ଓ ମହାବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ରାଜେନ୍ଦ୍ର କଲେଜ ର ଅଧକ୍ଷ ଏ କେ ମଙ୍ଗରାଜ ସମସ୍ତଙ୍କୁ ସ୍ବାଗତ ଜଣାଇ ଶିଶୁ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବାରୁ ଶିଶୁ ସୁରକ୍ଷା ଉପରେ ନିଜର ମତାମତ ପ୍ରଦାନ କରିଥିଲେ।
ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ କୁମାର ଖୁଅସ କିଶୋର ନ୍ୟାୟ ଆଇନ୍ ୨୦୧୫, ପୋସ୍କୋ ଆଇନ୍,ବାଲ୍ୟ ବିବାହ ନିରୋଧ ଆଇନ୍ ୨୦୦୬,ପୋଷ୍ୟ ସନ୍ତାନ ଗ୍ରହଣ ଆଇନ୍ ୨୦୨୨ ଓ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ୨୦୨୨ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ବେଟି ବଚାଓ ବେଟି ପଢାଓ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ଜଣାଇଥିଲେ।
ଆଶୀର୍ବାଦ ଯୋଜନା,ପୃଷ୍ଟ ପୋଷକତ। ରାଶି ଯୋଜନା,ଗ୍ରୀନ ପାସେଜ ପ୍ରମାଣ ପତ୍ର,ଯଶୋଦା ଯୋଜନା ଓ ଅସୁରକ୍ଷିତ,ଅସହାୟ,ପିତୃ ମାତୃ ହୀନ ଘେରରେ ଥିବା ଶିଶୁ ଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ଉପରେ ଜଣାଇବା ସହ ଦେୟ ମୁକ୍ତ ଫୋନ୍ ନମ୍ୱର୍ ୧୦୯୮ ରେ ଜଣାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।
ଅନୁରୂପ ଭାବେ ମହିଳା ମହାବିଦ୍ୟାଳୟର ଅଧକ୍ଷ କେ କେ ଓଝା, ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା ଶିଶୁ ମାନଙ୍କ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଝିଅ ବି ପଢ଼ିବେ,ଝିଅ ବି ବଢିବ ବୋଲି କହିଥିଲେ।ଏହି ଅବସରରେ ଏସ ମାରାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବସନ୍ତ ହରପାଲ୍,ସୁଦାନ ଖମାରୀ,ଡଲି ସାହୁ,ଡଲି ବେହେରା,ସାମାଜିକ କର୍ମୀ ହରିବନ୍ଧୁ ରାଉତ୍,ଶୁଭମ୍ ଜେନା ବାଳମୁକୁନ୍ଦ ଭିତିରିଆ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31