Indus Valley Times

ବିବାହ କରିବାକୁ ପୁଅର ଜିଦ୍, ବିରୋଧ କରିବାରୁ ବାପାର ନେଇଗଲା ଜୀବନ

 Breaking News

ବିବାହ କରିବାକୁ ପୁଅର ଜିଦ୍, ବିରୋଧ କରିବାରୁ ବାପାର ନେଇଗଲା ଜୀବନ

ବିବାହ କରିବାକୁ ପୁଅର ଜିଦ୍, ବିରୋଧ କରିବାରୁ ବାପାର ନେଇଗଲା ଜୀବନ
February 10
13:41 2025

ଯୋଡ଼ା, ୧୦/୨ : କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ ବସ୍ତିରେ ଗତକାଲି ରାତ୍ରିରେ ପୁଅର କାଠଫାଳିଆ ମାଡ଼ରେ ବାପାର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଉଛି ଅଜୟ ସେଠୀ (୫୦)। ପୁଲିସ ଏହି ଘଟଣାରେ ପୁଅ ବିକାଶ ସେଠୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ଘଟଣାରୁ ପ୍ରକାଶ ଯେ, ପୁଅ ବିକାଶ ଜଣେ ଯୁବତୀକୁ ବିବାହ କରିବାକୁ ସବୁବେଳେ ଜିଦ୍ ଧରି ବସୁଥିଲେ। କାମଧନ୍ଦା କରିବା ପରେ ବାହା ହେବା ପାଇଁ ବାପା ତାଙ୍କୁ ପରାମର୍ଶ ଦେଉଥିଲେ। ଏହି ଘଟଣାକୁ ନେଇ ବାପା ପୁଅଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଗତକାଲି ଏପରି ଝଗଡ଼ା ହେବା ପରେ ବିକାଶ ଉତ୍ତ୍ୟକ୍ତ ହୋଇ ବାପାଙ୍କୁ କାଠ ଫାଳିଆରେ ମାଡ଼ ମାରିଥିଲା। ପୁଅର ମାଡ଼ରେ ବାପା ଅଜୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଟାଟାଷ୍ଟିଲ ଡାକ୍ତରଖାନାକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତକ ଅଜୟ ସେଠୀଙ୍କ ପତ୍ନୀ ଗୁରୁବାରି ସେଠୀ ଯୋଡ଼ା ଥାନାରେ ଅଭିଯୋଗ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031