Indus Valley Times

ବିସ୍କୁଟ ଲୋଭ ଦେଖାଇ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ; ଅଭିଯୁକ୍ତ ଅଜା ଗିରଫ

 Breaking News

ବିସ୍କୁଟ ଲୋଭ ଦେଖାଇ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ; ଅଭିଯୁକ୍ତ ଅଜା ଗିରଫ

ବିସ୍କୁଟ ଲୋଭ ଦେଖାଇ ୫ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ; ଅଭିଯୁକ୍ତ ଅଜା ଗିରଫ
December 17
13:55 2025

ବାରିପଦା,୧୭/୧୨: ବାରିପଦାରେ ପୁଣି ଲଜ୍ଜା । ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ବାରିପଦା ସଦର ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ ।
ନାତୁଣୀ ସହ ଗାଁର ପଡ଼ୋଶୀ ସମ୍ପର୍କୀୟ ଅଜା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆସିଛି । ଅଭିଯୁକ୍ତ ଅଜା ଦିଲ୍ଲୀପ ହେମ୍ବ୍ରମ ବୋଲି ଜଣାପଡିଛି ।
ଘଟଣା ଅନୁଯାୟୀ, ଶିଶୁ କନ୍ୟାକୁ ବିସ୍କୁଟ୍ ଦେବାର ଲୋଭ ଦେଖାଇ ଅଭିଯୁକ୍ତ ଜଣକ ବଳାତ୍କାର କରିଥିଲେ।
ଏହି ଘଟଣା ପରେ ଶିଶୁଟି ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମେଡିକାଲରେ ଶିଶୁ କନ୍ୟାଟିର ଚିକିତ୍ସା ଚାଲିଛି।
ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା ଜାରି ରଖିଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031