Indus Valley Times

ବୌଦ୍ଧରେ ପାଳିତ ହେବ ଜନଜାତୀୟ ଗାରିମା ଉତ୍ସବ ଅବସରରେ “ଜନ ଭାଗିଦାରୀ ଅଭିଯାନ

 Breaking News

ବୌଦ୍ଧରେ ପାଳିତ ହେବ ଜନଜାତୀୟ ଗାରିମା ଉତ୍ସବ ଅବସରରେ “ଜନ ଭାଗିଦାରୀ ଅଭିଯାନ

May 19
10:48 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯ /୫ : ଜନଜାତୀୟ ଗାରିମା ଉତ୍ସବ ୨୦୨୬ ଅବସରରେ “ଜନ ଭାଗିଦାରୀ ଅଭିଯାନ – ସବୁଠାରୁ ଦୂର, ସବୁଠାରୁ ପ୍ରଥମେ” କାର୍ଯ୍ୟକ୍ରମ ଆଜିଠାରୁ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି। ଏହି ସୂଚନା ଆଜି ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ପ୍ରଦାନ କରିଛନ୍ତି ।
ଆଦିମ ଜନଜାତି, ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ଏହି ଅଭିଯାନ ୧୮ ମଇରୁ ୨୫ ମଇ ପର୍ଯ୍ୟନ୍ତ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ପର୍ଯ୍ୟାୟକ୍ରମେ ଆୟୋଜିତ ହେବ।
ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ, ସେମାନଙ୍କ ଐତିହ୍ୟର ସୁରକ୍ଷା ଏବଂ ଅଧିକାର ସୁନିଶ୍ଚିତ କରିବା। ତୃଣମୂଳ ସ୍ତରରେ ଲୋକଙ୍କ ସକ୍ରିୟ ଭାଗିଦାରୀ ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି।
ଟିକରପଡା, ନୂଆପାଲି, ସିଲେଇମାଲ, ଦେଢ଼ାନମାଲ, ଗୋଛାଗୋରା, ମାଧପୁର ଓ ଲାଣ୍ଡିବନ୍ଧ ଗ୍ରାମରେ ମୋଟ ୮ଟି କ୍ୟାମ୍ପ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି।
ପ୍ରତିଦିନ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଗ୍ରାମସଭା, ଜନଶୁଣାଣି ଓ ସଚେତନତା ଶିବିର ଆୟୋଜନ କରାଯିବ।
ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସୂଚନା ଦେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା କହିଲେଯେ ଏଥିରେ ଲୋକମାନଙ୍କ ସମସ୍ୟା ଶୁଣାଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଜନଶୁଣାଣି ପାଇଁ ୭ଟି ଆଦି ସେବା କେନ୍ଦ୍ର (ASK) ଓ GP କାର୍ଯ୍ୟାଳୟ ଚିହ୍ନଟ ହୋଇଛି।
ଏହି କାର୍ଯ୍ୟକ୍ରମରେ GPDO, WEO, PEO, BSSO, RWSS ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ସମନ୍ୱୟରେ କାମ କରୁଛନ୍ତି। ସମସ୍ତ ବିଭାଗ ଦ୍ୱାରା ସଚେତନତା ଶିବିର ଆୟୋଜନ କରି ସରକାରୀ ଯୋଜନା ସମ୍ବନ୍ଧୀୟ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇ ଦିଆଯିବ।
ଏହାସହ ଗ୍ରାମରେ ରହି ଜନଜାତି ସମୁଦାୟ ସହିତ ସମ୍ପର୍କ ସୃଷ୍ଟି କରି ସେମାନଙ୍କ ଆବଶ୍ୟକତା ବୁଝିବାକୁ ଗୁରୁତ୍ୱ ଦିଆଯାଉଛି। IEC କାର୍ଯ୍ୟକ୍ରମ, ଗଣମାଧ୍ୟମ ପ୍ରଚାର, ଡକୁମେଣ୍ଟେସନ ଓ ଫଟୋ/ଭିଡିଓ ଅପଲୋଡ୍ ମାଧ୍ୟମରେ ଅଭିଯାନକୁ ବ୍ୟାପକ କରାଯିବ।
ଜନଶୁଣାଣିରେ ମିଳୁଥିବା ଅଭିଯୋଗଗୁଡିକୁ ତୁରନ୍ତ ସମ୍ପୃକ୍ତ ବିଭାଗକୁ ପଠାଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ନିୟମିତ ନିରୀକ୍ଷଣ କରାଯାଉଛି।ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ଅଭିଯାନକୁ ସଫଳ କରିବା ପାଇଁ ସମନ୍ୱୟ, ସକ୍ରିୟ ଭାଗିଦାରୀ ଓ ସମୟୋପଯୁକ୍ତ ଅଂଶଗ୍ରହଣ କରିବାକୁ ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା ଅନୁରୋଧ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31