Indus Valley Times

ବୌଦ୍ଧ : ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ

 Breaking News

ବୌଦ୍ଧ : ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ

January 28
10:35 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୮/୧ : ନାରାୟଣନଗର ଯୁଗ୍ମ ମନ୍ଦିର ପ୍ରତିଷ୍ଠା ଉତ୍ସବ, ହରିନାମରେ କମ୍ପୁଛି ସାରା ନାରାୟଣନଗର, ଦ୍ୱିତୀୟ ଦିନରେ କୃଷ୍ଣ ଜନ୍ମ, କୃଷ୍ଣବଳରାମଙ୍କ ନାମ କରଣ ଓ ପୁତୁନାକୁ ଗୋପପୁର ପ୍ରେରଣ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ପ୍ରତିଷ୍ଠା ଦିବସର ଚତୁର୍ଥ ଦିବସରେ କୃଷ୍ଣ ଜନ୍ମ ଓ ପୁତନାକୁ ଗୋପପୁର ପ୍ରେରଣ ମଞ୍ଚସ୍ଥ ହୋଇଛି । ନାରାୟଣନଗର ପାଲଟିଛି ମଥୁରା ନଗରୀ । ରବିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବକୀ ଓ ବାସୁଦେବଙ୍କ ଏକ ପୁତ୍ର ବନ୍ଦୀଶଳରେ ଜନ୍ମ ହୋଇଥିଲା ।
ବାସୁଦେବ ଶିଶୁ ପୁତ୍ରକୁ ମଥୁରାରୁ ଗୋପପୁର ନେଇ ସେଠାରେ ଜନ୍ମିଥିବା କନ୍ୟାରତ୍ନକୁ ପାଲଟାଇ ଆଣିଥିଲେ । ଏହି କନ୍ୟାକୁ ଦର୍ପଣ ଶୀଳରେ କଂସ କଚାଡି ମାରିଥିଲା ।
ହେଲେ ଶୂନ୍ୟ ବାଣୀ ହେଲା “କଂସ ତୋତେ ବଧିବ ଯିଏ, ଗୋପରେ ବଢୁଛି ସିଏ । ଅଷ୍ଟବର୍ଷେ ବିନସିବ ଆସି ମଥୁରାରେ । ସେହିପରି ସୋମବାର ଗୋପପୁରରେ କୃଷ୍ଣ ବଳରାମଙ୍କ ନାମକରଣ, ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ପୁତୁନାଙ୍କ ଆମତ୍ରଣ, ଭଦ୍ରବ କୃଷ୍ଣପକ୍ଷରେ ଅଷ୍ଟମୀ ତିଥିରେ ଜନ୍ମିଥିବା ଗୋପାଳ ଙ୍କୁ ହତ୍ୟା କରିବା ପାଇଁ ତାର ସ୍ତନ ଯୁଗଳରେ ଉତ୍କଟ ବିଷ ଭରି ମଥୁରାରୁ ଗୋପପୁର ପ୍ରେରଣ ମଞ୍ଚସ୍ଥ ହୋଇଥିଲା ।
ଏହାପରେ ଓଡିଶା ଷ୍ଟେଟ ବ୍ରିଗେଡ଼ ସ୍କୁଲ, ଜହ୍ନାପଙ୍କ ସରକାରୀ ଉଛ ବିଦ୍ୟାଳୟର, କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶିଶୁ ମନ୍ଦିର, ଜଗତି ହାଇସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ କଳାକାର ମାନଙ୍କ ଦ୍ଵାରା ସାଂକୃତିକ ନୃତ୍ୟ ପରିବେଷଣ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930