ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୩/୮ : କନ୍ଧମାଳ ପୋଲିସ୍ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।
ବ୍ରାଉନ୍ ସୁଗାର କାରବାରର ମୁଖ୍ୟ କିଙ୍ଗ ପିନ ବାଲିଗୁଡ଼ା କଟାରୀ ସାହିର ରାଧେଶ୍ୟାମ କାର୍ଜି କୁ ୫୯ ନଂ ଜାତୀୟ ରାଜପଥ ଗୋଇବନ୍ଧା ପୋଲ ନିକଟରୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି ।
ଅଭିଯୁକ୍ତ ନିକଟରୁ ୬.୭ ଗ୍ରାମ୍ ବ୍ରାଉନ୍ ସୁଗାର, ୨୧ କେଜି ୧୦୦ ଗ୍ରାମ ଗଞ୍ଜେଇ ସମେତ ନଗଦ ୧୨ ହଜାର ଟଙ୍କା ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ୍। ଜବତ ବ୍ରାଉନ ସୁଗାର ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି ।
ସେପଟେ ବାଲିଗୁଡ଼ା ଅଞ୍ଚଳରେ ଦୀର୍ଘ ଦିନ ଧରି ରାଧେଶ୍ୟାମ ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନ୍ ସୁଗାର ଆଣି ବାଲିଗୁଡ଼ା ଅଞ୍ଚଳରେ କାରବାର ଚଳାଇଥିବା ବେଳେ ବେଆଇନ୍ ଗଞ୍ଜେଇ କାରବାର ମଧ୍ୟ କରୁଥିଲା ।
ପୂର୍ବରୁ ରାଧେଶ୍ୟାମ ଦୁଇଥର ଗିରଫ ହୋଇ ଜେଲ୍ ଯାଇ ଫେରିଥିବା ବେଳେ କିଛି ସହଯୋଗୀଙ୍କୁ ଧରି ଏବେ ମଧ୍ୟ ନିଶା କାରବାର କୁ ଜୋରଦାର କରି ଚଳାଇଥିବା ଘଟଣା ବାଲିଗୁଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସମିର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପୋଲିସ୍ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଅଭିଯୁକ୍ତକୁ ଗିରଫ କରାଯାଇ କେଶ ନଂ. ୨୧୫/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ଘଟଣାରେ ବର୍ତ୍ତମାନ ସୁଦ୍ଧା ଆହୁରି ୫/୬ ଜଣ ସମ୍ପୃକ୍ତ ଥିବା ଘଟଣା ସାମ୍ନାକୁ ଆସିଛି, ଏନେଇ ପୋଲିସ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବିଷୟ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେ ସୂଚନା ଦେଇଛନ୍ତି ।
ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ
ବାଲିଗୁଡା, ୨୩/୮: ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ ।
ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ନୂତନ ଭବିଷ୍ୟତ ନିର୍ମାଣର ସୁତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫୋଟ ଗ୍ରାଫି ଦିବସ ଉପଲକ୍ଷେ ୫ମ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ – ୨୦୨୬ ଆୟୋଜନ ହୋଇଥିଲା ।
ଦୀର୍ଘ ୪ ଦିନ ଧରି ଆୟୋଜିତ ଏହି ଉତ୍ସବରେ ପ୍ରତିଦିନ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଫୋଟୋ ଗ୍ରାଫର ମାନେ ନିଜ ନିଜର ଆକର୍ଷଣୀୟ ଫୋଟୋ ଗୁଡିକୁ ପ୍ରଦର୍ଶନ କରିଥିଲେ ।
ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଉଦୀୟମାନ ଫୋଟ ଗ୍ରାଫର ବୁଲୁ ଏଥିରେ ଅଂଶ ଗ୍ରହଣ କରି ନିଜ କ୍ୟାମେରା ଲେନସ ରେ ଅଞ୍ଚଳ ର ବିଭିନ୍ନ ସ୍ଥାନରୁ ଉଠାଇଥିବା ଫଟୋ ସ୍ଥାନ ପାଇ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି ।
ସମଗ୍ର କନ୍ଧମାଳ ଜିଲାରୁ ଦ୍ୱିତୀୟ ଥର ପାଇଁ ବୁଲୁ ଜଣେ ମାତ୍ର ସମ୍ମାନିତ ହୋଇଥୁବାରୁ ଜିଲ୍ଲା ପାଇଁ ଗୌରବ ଆଣି ପାରିଛନ୍ତି । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଚତୁର୍ଥ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ମଧ୍ୟ ସମ୍ମାନିତ ହେବା ସହ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଉପ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଶାସନ ର ସଠିକ ଫୋଟ ଉତ୍ତୋଳନ କରି ସମ୍ମାନିତ ହୋଇଥିଲେ । ଏ ନେଇ ସବୁ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି ।
ଆଗକୁ ରାକ୍ଷୀପୂର୍ଣ୍ଣିମା: ଡିଜାଟାଲ୍ ଯୁଗରେ ବି ଲୋକଙ୍କ ଭରସା ପାଲଟିଛି ଭାରତୀୟ ଡାକସେବା : ଫେନସି ରାକ୍ଷୀ ର ଚାହିଦା ବେଶୀ
ବାଲିଗୁଡା, ୨୩/୮ : ଚଳିତ ମାସ ୨୭ ତାରିଖ ଗୁରବାର ଦିନ ହେଉଛି ରାକ୍ଷୀପୂର୍ଣ୍ଣିମା। ଭଉଣୀଟିଏ ଯେତେ ଦୂରରେ ଥିଲେ ବି ରାକ୍ଷୀପୂର୍ଣ୍ଣିମାରେ ନିଜ ଭାଇ ପାଇଁ ରାକ୍ଷୀ ପଠାଇବାକୁ ଭୁଲି ନ ଥାଏ। ଭାଇ ଦେଶ ଭିତରେ ଥାଉ କି ଦେଶ ବାହାରେ ଥାଉ ରାକ୍ଷୀ ପଠାଇବା ପାଇଁଭଉଣୀ ଖୋଜେ ମାଧ୍ୟ୦୦୦ମ। କହିବାକୁ ଗଲେ ରାକ୍ଷୀପୂର୍ଣ୍ଣିମା ହେଉଛି ଗୋଟିଏ ପର୍ବ ଯେଉଁଠି ଭାଇଭଉଣୀର ପବିତ୍ର ସମ୍ପର୍କ କୁ ଦୁରେଇ ପାରି ନଥାଏ ଦୂରତା।
ରାକ୍ଷୀପୂର୍ଣ୍ଣିମା ପାଇଁ କିଛି ଦିନ ଆଗରୁ ଭାଇ ଭଉଣୀଙ୍କ ମନରେ ଦେଖା ଦେଇଥାଏ ଉତ୍ସାହ। ଏ ନେଇ ବାଲିଗୁଡା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ରାକ୍ଷୀପୂର୍ଣ୍ଣିମାକୁ ନେଇ ସବୁସ୍ତରର ଲୋକେ ଚଳାଇଛନ୍ତି ବ୍ୟାପକ ପ୍ରସ୍ତୁତି।
ବାଲିଗୁଡା ସହରର ବିଭିନ୍ନ ସାହି ବସ୍ତିରେ ଖୋଲିଥିବା ରାକ୍ଷୀ ଦୋକାନ ଗୁଡିକରେ ରାକ୍ଷୀ କିଣିବା ପାଇଁ ଦିନକୁ ଦିନ ପ୍ରବଳ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି। ଭଉଣୀ ମାନେ ନିଜ ଭାଇ ପାଇଁ ରାକ୍ଷୀ କିଣି ସାଇତି କରି ରଖୁଥିଲା ବେଳେ ଭାଇ ମାନେ ନିଜ ଭଉଣୀ ପାଇଁ ମନ ପସନ୍ଦର ଉପହାର କିଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।
ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଘରକୁ ଆସିବ ବୋଲି କିଏ ସ୍ବତନ୍ତ୍ର ପ୍ରସ୍ତୁତି କରିଥିବା ବେଳେ ଆଉ କିଏ ଆସନ୍ତା ୨୭ ତାରିଖ ଗୁରବାର ଦିନ ଭଉଣୀ ଘରକୁ ଯିବା ପାଇଁ ସଜବାଜ ହେଉଛି।
ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରୁ ଭାରତୀୟ ଡାକବିଭାଗ ଜରିଆରେ ବହୁ ରାକ୍ଷୀ ଆସି ପହଞ୍ଚି ସାରିଥିବା ବେଳେ ବାଲିଗୁଡା ରୁ ମଧ୍ୟ ଡାକ ବିଭାଗ ମାଧ୍ୟମରେ ଶହ ଶହ ରାକ୍ଷୀ ରାଜ୍ୟ ଓ ରାଜ୍ୟ ବାହାରକୁ ପଠା ଯାଇଥିବା ଜଣାପଡିଛି।
ଭାଇ ଓ ଭଉଣୀ ମଧ୍ୟରେ ସ୍ନେହର ପର୍ବ ରାକ୍ଷୀ ପୂର୍ଣ୍ଣିମାକୁ ଆଉମାତ୍ର କେଇଟା ଦିନ ବାକି ଥିଲା ବେଳେ ଦୂରରେ ରହୁଥିବା ଭାଇମାନଙ୍କ ପାଖରେ ରାକ୍ଷୀ ଯେପରି ସଠିକ୍ ସମୟରେ ପହଞ୍ଚିପାରିବ ସେଥି ପାଇଁ ଭଉଣୀ ବ୍ୟାକୁଳ ହୋଇପଡୁଥିବା ଦେଖିବାକୁ ମିଳୁଛି ।
ଏଭଳି ସମୟରେ ବାଲିଗୁଡା ସହର ତଥା ଏହାର ଆଖପାଖ ଅଞ୍ଚଳର ସଚେତନ ନାଗରିକଙ୍କ ଏକମାତ୍ର ସର୍ବୋତ୍ତମ ଭରସା ପାଲଟିଛି ଭାରତୀୟ ଡାକସେବା ।
ବାଲିଗୁଡା ଡାକମଣ୍ଡଳ ଅଧୀନସ୍ଥ ବାଲିଗୁଡା ପ୍ରଧାନ ଡାକଘର ସମେତ, ଉପ ଡାକଘର, ଗ୍ରାମୀଣ ଶାଖା ଡାକଘର ଗୁଡିକରେ ରାକ୍ଷୀ ପଠାଇବାକୁ ପ୍ରବଳ ଗହଳି ଲାଗି ରହୁଥିବା ଦେଖୁବାକୁ ମିଳୁଛି ।
ସାଧାରଣ ଦିବସ ଅପେକ୍ଷା ରାକ୍ଷୀ ପୂର୍ଣ୍ଣିମା ପାଇଁ ଡାକଘର ଗୁଡିକରେ ଗ୍ରାହକଙ୍କ ଭିଡ ଜମୁଛି । କିଏ ଜିଲ୍ଲା ଜିଲ୍ଲା ଭିତରେ ତ ଓ କିଏ ତ ଓ କିଏ ବିଦେଶକୁ ରାକ୍ଷୀ ପଠାଉଛନ୍ତି ଠିକ୍ ସମୟରେ ରାକ୍ଷୀ କିଭଳି ଭାଇଙ୍କ ପାଖ ପହଞ୍ଚିବ ସେଥିପାଇଁ ଭଉଣୀ ଆଗୁଆ ସ୍ପିଡ଼ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି । ବର୍ଷ ବର୍ଷ ଧରି ରାକ୍ଷୀ ପଠାଇବା ପାଇଁ ଭରସା ପାଲଟିଛି ଭଛି ଭାରତୀୟ ଡାକସେବା ।
ବାଲିଗୁଡା ଡାକମଣ୍ଡଳ ତରଫରୁ ବାଲିଗୁଡା ତଥା ଏହାର ଆଖପାଖ ପ୍ରଧାନ ଡାକଘର ସମେତ ସମସ୍ତ ଉପ ଡାକଘର ଏବଂ ଗ୍ରାମୀଣ ଶାଖା ଡାକଘର ଗୁଡିକରେ ଗ୍ରାହକମାନେ ଯେପରି ସୁବିଧାରେ ରାକ୍ଷୀ ପଠାଇପାରିବେ ତାହାକୁ ଦୃଷ୍ଟିରେ ରଖି ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି ।
ହିନ୍ଦୁ ସଂସ୍କୃତି ଅନୁସାରେ ଗହ୍ମାପୂର୍ଣ୍ଣିମାରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଥା ଥାଏ ଓ ଭାଇ ଯେତେ ଦୂରରେ ଥୂଲେ ବି ଭଉଣୀ ନିଜର ଭାଇ ନିକଟକୁ ସ୍ନେହର ସେହି ପ୍ରତୀକକୁ ପଠାଇଥାଏ ।
ଡିଜିଟାଲ୍ ତଥା ଅନ୍ଲାଇନ୍ ଯୁଗରେ ବି ଭାରତୀୟ ଡାକ କସେବା ଶହ ଶହ ଜନତାଙ୍କ ତାଙ୍କ ପାଇଁ ରାକ୍ଷୀ ପଠାଇ ପଠାଇବା ସକାଶେ ସର୍ବୋତ୍ତମ ଭରସା ପାଲଟିଥିବା ଦେଖିବାକୁ ମିଳୁଛି । ରାକ୍ଷୀପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବାଲିଗୁଡା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳର ମିଠା ବ୍ୟବସାୟୀ ମାନେ ରଙ୍ଗ ବେରଙ୍ଗ ର ନୂତନ ଡିଜାଇନ୍ର ସ୍ବାଦିଷ୍ଟ ମିଠା ପ୍ରସ୍ତୁତ କରିବା ଲାଗି ଏବେଠୁ ଯୋଜନା କରୁଥିବା ଜଣାପଡିଛି।






