Indus Valley Times

ଭୁବନେଶ୍ବର ପରେ କଟକରେ ମେଡିସିନ ଦୋକାନରେ ଚଢ଼ାଉ, ଛାନଭିନ୍ କରୁଛି ଡ୍ରଗ୍ସ କଣ୍ଟ୍ରୋଲ

 Breaking News

ଭୁବନେଶ୍ବର ପରେ କଟକରେ ମେଡିସିନ ଦୋକାନରେ ଚଢ଼ାଉ, ଛାନଭିନ୍ କରୁଛି ଡ୍ରଗ୍ସ କଣ୍ଟ୍ରୋଲ

ଭୁବନେଶ୍ବର ପରେ କଟକରେ ମେଡିସିନ ଦୋକାନରେ ଚଢ଼ାଉ, ଛାନଭିନ୍ କରୁଛି ଡ୍ରଗ୍ସ କଣ୍ଟ୍ରୋଲ
June 10
17:24 2025

କଟକ, ୧୦/୬ : ରାଣୀହାଟ ଅଂଚଳରେ ଥିବା ଏକାଧିକ ମେଡିସିନ ଷ୍ଟୋର ଉପରେ ମଙ୍ଗଳବାର ଡ୍ରଗସ୍ ବିଭାଗ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଛନ୍ତି।
ରାଜ୍ୟର ବିଭିନ୍ନ ସହରରେ ମେଡିସିନ ଦୋକାନ ଗୁଡିକରେ ବହୁଳ ଭାବେ ଗର୍ଭ ନଷ୍ଟ ପାଇଁ ଉଦ୍ଧିଷ୍ଟ ଏମଟିପି କିଟ୍ ମିଳୁଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ଅଭିଯୋଗ ପହଂଚିବା ପରେ ଆଜି ଏହି ଚଢାଉ ହୋଇଛି । ମେଡିସିନ ଦୋକାନରେ ଗର୍ଭ ନଷ୍ଟ ପାଇଁ ଉଦ୍ଦିଷ୍ଟ କିଟ୍ ଏମଟିପି ବହୁଳ ଭାବେ ଥିବା ଓ ବିନା ଡାକ୍ତରଙ୍କ ପ୍ରେସକ୍ରିପସନରେ ଦିଆ ଯାଉଥିବା ନେଇ ଅଭିଯୋଗ ହୋଇଥିଲା ।
ତେଣୁ କେଉଁ ଦୋକାନରେ ଏମଟିପି କିଟ ଅଛିକି ? କେତେ ପରିମାଣରେ ଅଛି। ତାକୁ ସେମାନେ ବିନା ଗାଇନୋକୋଲୋଜିଷ୍ଟ ପ୍ରେସକ୍ରିପସନ ରେ ଦେଉଛନ୍ତି କି ? ସେ ସବୁ ର ତନତନ କରି ଯାଞ୍ଚ କରିଥିଲେ।
କେବଳ ସେତିକି ନୁହେଁ ଅବକାରୀ ବିଭାଗ ଟିମ ମଧ୍ୟ ଏହି ଚଢାଉରେ ସାମଲ ହୋଇ ନିଶାଯୁକ୍ତ କଫ୍ ସିରଫ୍ ଓ ଅନ୍ୟ ନିଶାଯୁକ୍ତ ଟାବଲେଟ୍ କେହି ରଖି ବିକ୍ରୀ କରୁଛନ୍ତି କି ସେ ନେଇ ତନାଘନା କରିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଏହି ସବୁ ଟିମ ବିଭିନ୍ନ ଦୋକାନ ର ଷ୍ଟକ ଭେରିଫିକେସନ କରିବା ସହିତ ସେମାନଙ୍କୁ ତାଗିଦ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930