Indus Valley Times

ଭୁଶୁଡିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ଟନେଲ୍ , ଶ୍ରମିକ ଫସି ନଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା

 Breaking News

ଭୁଶୁଡିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ଟନେଲ୍ , ଶ୍ରମିକ ଫସି ନଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା

ଭୁଶୁଡିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ଟନେଲ୍ , ଶ୍ରମିକ ଫସି ନଥିବା ପୂର୍ବତଟ ରେଳ ପକ୍ଷରୁ ସୂଚନା
May 26
20:20 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ, ୨୬/୫ : ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍‌। ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ ନିକଟରେ ଏହି ଘଟଣା ଘଟିଛି। କୌଣସି କାରଣରୁ ନିର୍ମାଣାଧୀନ ଟନେଲ ଭୁଶୁଡ଼ିଛି। ଫଳରେ ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ସୂଚନା ମିଳିଛି।
ଏହି ଘଟଣାରେ ନିର୍ମାଣାଧୀନ ଟନେଲରେ କେହି ଶ୍ରମିକ ଫସି ନାହାନ୍ତି। ପୂର୍ବତଟ ରେଳବାଇ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଗର୍ତ୍ତ ସୃଷ୍ଟି ହୋଇଥିଲେ ବି କେହି ଆହତ ହୋଇ ନାହାନ୍ତି ବୋଲି ପୂର୍ବତଟ ରେଳବାଇ କହିଛି।
ସୂଚନାଯୋଗ୍ୟ, ପ୍ରାୟ ୪ କିମି ଦୀର୍ଘ ବିଶିଷ୍ଟ ଏହି ଟନେଲ ନିର୍ମାଣାଧୀନ ଅବସ୍ଥାରେ ରହିଛି। କିଛି ଦିନ ତଳେ ବ୍ରେକ୍‌ଥ୍ରୋ ହୋଇଥିଲା ଟନେଲ୍‌।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031