Indus Valley Times

ଗଜପତି: ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସାଂଭିଧାନିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ଉପରେ ସଚେତନତା ଶିବିର

 Breaking News

ଗଜପତି: ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସାଂଭିଧାନିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ଉପରେ ସଚେତନତା ଶିବିର

January 18
18:42 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୮/୧: ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ଓ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରାଧିକରଣ ପକ୍ଷରୁ ନାଗରିକ ମାନଙ୍କ ନିମନ୍ତେ ରହିଥିବା ସାଂଭିଧାନିକ ଅଧିକାର ଓ ସେମାନଙ୍କ ମୌଳିକ କର୍ତ୍ତବ୍ୟ ଉପରେ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡା ଯୋଗଦେଇ ନାଗରିକ ମାନଙ୍କ ଉଦ୍ଦିଷ୍ଟ ଥିବା ସାମ୍ବିଧାନିକ ଅଧିକାର ଓ ସେମାନଙ୍କ ମୌଳିକ କର୍ତ୍ତବ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ ।
ଏଥିସହିତ ପ୍ରାଧିକରଣର ସମ୍ପାଦକ ଶ୍ରୀ ରବି ନାରାୟଣ ବେହେରା ଏଥିରେ ଯୋଗଦେଇ , ନାଗରିକ ମାନେ କିଭଳି ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ନ ହେବେ ଏବଂ ନିଜର ମୌଳିକ କର୍ତ୍ତବ୍ୟ କରିବେ , ସେ ସମ୍ପର୍କରେ ସଚେତନ କରାଇଥିଲେ ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ହେମନ୍ତ କୁମାର ସେଠୀ , ବରିଷ୍ଠ ଦେବାନୀ ବିଚାରପତି ଶ୍ରୀ ଚନ୍ଦ୍ରହାସ ବେହେରା , ଜିଲ୍ଲା ସିଭିଲ-କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଏସଡିଜେଏମ ସୁଶ୍ରୀ ବର୍ଷା ଶର୍ମା ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁଶ୍ରୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ବୃନ୍ଦ ଓ ପାରା-ଲିଗାଲ ଭଲ୍ୟୁଣ୍ଟିଅର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମକର୍ତ୍ତା ମାନେ ଯୋଗଦେଇ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031