Indus Valley Times

ମନମୁଣ୍ଡା ରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ

 Breaking News

ମନମୁଣ୍ଡା ରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ

August 20
21:44 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ମନମୁଣ୍ଡା, ୨୦/୮ : ମେହେର ( ଭୁଲିଆ ) ସମାଜ, ମନମୁଣ୍ଡା ତରଫରୁ ଆଜି ସ୍ଵଭାବକବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ମହୋତ୍ସବ ମହାସମରୋହ ରେ ପାଳିତ ହୋଇଯାଇଛି।
ସ୍ଥାନୀୟ ଶ୍ରୀ ଭାଗବତ ମନ୍ଦିର ପରିସରରେ ମନମୁଣ୍ଡା ଭୁଲିଆ ସମାଜ ସଭାପତି କୈଳାଶ ଚନ୍ଦ୍ର ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ମୁଖ୍ୟବକ୍ତା ଭାବେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ଉପ ସଭାପତି ବୈଦ୍ୟନାଥ ହୋତା ଓ ସମ୍ମାନିତ ଅତିଥିଭାବେ ପଙ୍କଜ ମେହେର, ଚନ୍ଦ୍ରଶେଖର ମେହେର, ମୃତ୍ୟୁଞ୍ଜୟ ମେହେର, ସନ୍ତୋଷ କୁମାର ମେହେର, ନରେନ୍ଦ୍ର ମେହେର, ତାରେଶ୍ୱର ମେହେର ପ୍ରମୁଖ ଯୋଗ ଦେଇଥିଲେ।
ଅତିଥିଗଣ ସ୍ଵଭାବ କବି ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ , ଧୂପ, ଦୀପ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ତତ୍ପରେ ଉପସ୍ଥିତ ସମସ୍ତ ଭଦ୍ର ମଣ୍ଡଳୀ ମଧ୍ୟ କବି ଙ୍କ ଠାରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
ଭୁଲିଆ ସମାଜ ର ଗର୍ବ ଓ ଗୌରବ ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ମହାସମାରୋହ ରେ ପାଳନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ଏବଂ ଗରିବ ଭୁଲିଆ ମାନଙ୍କ ଦୁଃଖ ଦୁର୍ଦ୍ଦିନ ରେ ସହଜ ସହଯୋଗ ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନ ପ୍ରସ୍ତାବ କୁ ସମସ୍ତେ ଗ୍ରହଣ କରିଥିଲେ।
ଅଳ୍ପ ପାଠ ପଢ଼ି ଦୁର୍ଦ୍ଦିନ ରେ କାଳାତିପାତ କରିମଧ୍ୟ ନିଜସ୍ଵ ଭାବ ରେ ଚମତ୍କାର ଓ ସୁନ୍ଦର ଓଡ଼ିଆ କବିତା ରଚନା କରି ଗଙ୍ଗାଧର ମେହେର ଅମର ହୋଇଯାଇଛନ୍ତି, ଓଡ଼ିଆ ସାହିତ୍ୟ କୁ ତାଙ୍କ ଅତୁଳନୀୟ ଅମୂଲ୍ୟ ଦାନ ଚିର ସ୍ମ୍ୱରଣିୟ ହୋଇ ରହିବ ବୋଲି ମୁଖ୍ୟବକ୍ତା ଶ୍ରୀ ହୋତା ବକ୍ତବ୍ୟ ରଖିବା ସହ କବିଙ୍କ କେତେକ କବିତା ଉପରେ ଆଲୋକପାତ କରିଥିଲେ ଏବଂ କବି ଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ଭୁଲିଆ ପଡ଼ା କୁ କବିଙ୍କ ନାମରେ ନାମିତ ପାଇଁ ପ୍ରସ୍ତାବ କୁ ସମସ୍ତେ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଙ୍କଜ ମେହେର ବକ୍ତବ୍ୟ ପ୍ରଦାନ କରିଥିଲାବେଳେ ମୃତ୍ୟୁଞ୍ଜୟ ମେହେର ସ୍ବଭାବ କବି ଙ୍କ କେତେକ କବିତା ପଠନ କରିଥିଲେ।
ଏଇ ଅବସରରେ ହରଭଙ୍ଗା ବ୍ଲକ ମଥୁରା ଗ୍ରାମ ର ବାପା ଛେଉଣ୍ଡ ଜଣେ ସପ୍ତମ ଶ୍ରେଣୀ ଛାତ୍ର ତ୍ରିନାଥ ମେହେର (ପିତା – ମୃତ ମଙ୍ଗଳୁ ମେହେର ) କୁ ରାଜ୍ୟ ବୟନିକା ସଭାପତି ପ୍ରକାଶ ମେହେର ଙ୍କ ପ୍ରସ୍ତାବ ଅନୁଯାୟୀ ମନମୁଣ୍ଡା ଭୁଲିଆ ସମାଜ ତରଫରୁ ୫ ହଜାର ଟଙ୍କା ଓ ତାଙ୍କ ପରିବାର ସମସ୍ତ ଙ୍କୁ ବସ୍ତ୍ର ପ୍ରଦାନ କରାଯିବ ବୋଲି ଆଜି ଘୋଷଣା କରାଯାଇଥିଲା।ଶେଷରେ ସରୋଜ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031