Indus Valley Times

ମା’କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ବିଶ୍ୱ ମାତୃ ଦିବସ

 Breaking News

ମା’କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ବିଶ୍ୱ ମାତୃ ଦିବସ

ମା’କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ବିଶ୍ୱ ମାତୃ ଦିବସ
May 11
11:10 2025

ଓଡ଼ିଶା, ୧୧/୫ : ମାଆ ହେଉଛି ସର୍ବଂସାହା । ମାଆ, ବୋଉ, ମମି, ମମ୍,….ମଣିଷ ଜଣେ କିନ୍ତୁ ସନ୍ତାନର ରୁଚି ଅନୁସାରେ ସେ ଡାକ ଶୁଣେ । ‘ମା’ ରୁ ମାଟି… ‘ଆ’ ରୁ ଆକାଶ । ମାଟିରୁ ଆକାଶ ଯାଏ ଶୁଭେ ତାର ପ୍ରତିଧ୍ଵନି । ତା ବିନା ଜନ୍ମ ନାହିଁ । ତା ବିନା ଅସ୍ତିତ୍ବ ବି ନାହିଁ । ମାଆ ଶବ୍ଦର ତୁଳନା ନାହିଁ କି ବିକଳ୍ପ ବି ନାହିଁ । ମାଆର ମୁଣ୍ଡ ଆଉଁସାରେ ପାଶୋରି ହୋଇଯାଏ ସବୁ ଦୁଃଖ କଷ୍ଟ।
ତା’ର ମନରେ ନଥାଏ ଛଳନା, ମମତାର ନାହିଁ କଳନା, ସ୍ନେହ ବିନା ସେ କିଛି ଜାଣେନା । ସମୁଦ୍ରଠୁ ଗଭୀର ତା’ ପ୍ରେମ । ଆକାଶଠାରୁ ବଡ଼ ତା’ର ହୃଦୟ । ମାଆ ଶବ୍ଦ ସିନା ଛୋଟ କିନ୍ତୁ ଓଜନ ଏହାର ଅଧିକ । ସ୍ନେହ ମମତା ସାହାସ ଧୈର୍ଯ୍ୟର ଭଣ୍ଡାର ସେ । ତ୍ୟାଗ, ତପସ୍ୟା ଓ ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ ସେ । ନିଚ୍ଛକ ପ୍ରେମର ପ୍ରତିବିମ୍ବ ମାଆ ।
ପିଲାର ଖୁସି ଆଗରେ ତା’ ପାଇଁ ସବୁ କିଛି ତୁଚ୍ଛ । ସନ୍ତାନର ଅଳି ଅର୍ଦ୍ଦଳି ସବୁ କିଛି ସହ୍ୟ କରି ଛୋଟରୁ ବଡ କରିବାରେ ତା’ର ଭୂମିକା ଅତୁଳନୀୟ ଓ ଅବର୍ଣ୍ଣନନୀୟ । ୧୦ ମାସ ୧୦ ଦିନ ଗର୍ଭରେ ରଖି ସେ ପିଲାକୁ ଜନ୍ମଦିଏ ।
ତା’ ନିଃସ୍ବାର୍ଥପର ସ୍ନେହ, ତା’ ରାତି ଅନିଦ୍ରା ଆଉ ତା’ କ୍ଷମା ଆଗରେ ଏ ସୃଷ୍ଟିର ସ୍ରଷ୍ଟା ବି ସ୍ତବ୍ଦ । ତାକୁ ମନେ ପକାଇବା ପାଇଁ ଗୋଟିଏ ଦିନ ଯଥେଷ୍ଟ ନୁହେଁ । ଆଜି ସେ ସ୍ବର୍ଗୀୟ ଦାନର ଦିନ ଅର୍ଥାତ୍ ବିଶ୍ବ ମାତୃ ଦିବସ । ପ୍ରତିବର୍ଷ ମେ’ ଦ୍ବିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଏ ।
କେବେ ଆରମ୍ଭ ହୋଇଥିଲା ମାତୃ ଦିବସ:
ପ୍ରଥମେ ପ୍ରାଚୀନ ଗ୍ରୀସରେ ଆରମ୍ଭ ହୋଇଥିଲା ମାତୃ ଦିବସ । ପରେ ଆମେରିକାରେ ମା’କୁ ସମ୍ମାନ ଦେବା ଲାଗି ଉଦ୍ଦିଷ୍ଟ ଥିବା ଏହି ଦିନଟି ଆରମ୍ଭ ହୋଇଥିଲା । ଆମେରିକାର ଆକ୍ଟିଭିଷ୍ଟ ଏନା ଜାର୍ବିସ ନିଜ ମା’ଙ୍କୁ ଖୁବ୍ ଭଲ ପାଉଥିଲେ। ଏଥିଲାଗି ସେ କେବେ ବିବାହ ମଧ୍ୟ କରିନଥିଲେ। କାରଣ ବିବାହ କଲେ ମାଆ ଙ୍କୁ ଛାଡି ଶାଶୁ ଘରେ ରହିବାକୁ ପାଇଁ ପଡ଼ିଥାନ୍ତା। ଏନା ଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ସେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କଲେ। ମାଆ ଓ ମାତୃତ୍ୱକୁ ସମ୍ମାନ ଦେଇ ବିଶ୍ୱର ପ୍ରାୟ ୪୦ରୁ ଅଧିକ ଦେଶରେ ପାଳିତ ହେଉଛି ମାତୃ ଦିବସ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31