Indus Valley Times

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଗଜପତି ମହାରାଜା

 Breaking News

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଗଜପତି ମହାରାଜା

July 01
20:14 2024

ଭୁବନେଶ୍ୱର,୧/୭: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆଜି ସାକ୍ଷାତ କରିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ।
ଆଗାମୀ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୃଙ୍ଖଳିତ ରଥଯାତ୍ରା ନୀତିକାନ୍ତିଠୁ ଆରମ୍ଭ କରି ରତ୍ନଭଣ୍ଡାର ଖୋଲାଯିବା ନେଇ ଆଲୋଚନା କରିଛନ୍ତି ଗଜପତି। ଗଜପତି ମହାରାଜା ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ ଥିଲେ।
ଆଲୋଚନା ପରେ ଗଜପତି ମହାରାଜା କହିଛନ୍ତି, ଏଥର ରଥଯାତ୍ରା ୧୯୭୧ ମସିହା ଭଳି ପଡୁଛି। ଗୋଟିଏ ଦିନରେ ଦୁଇ ଦିନର ନୀତିକାନ୍ତି ହେବ। ତେଣୁ ରଥଯାତ୍ରା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ସେ ନେଇ ଆଲୋଚନା ହେଲା। ଅପରାହ୍ନ ୫ଟାରେ ରଥଟଣା ଯିବାକୁ ନୀତି ନିର୍ଘଣ୍ଟ ହୋଇଥିବାରୁ ସେଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ।
ଗଜପତିଙ୍କ ସାକ୍ଷାତ ସମ୍ପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଗଜପତି ଶୃଙ୍ଖଳିତ ନୀତିକାନ୍ତି ନେଇ ପରାମର୍ଶ ଦେଇଛନ୍ତି। ତାହା ସରକାର ପାଳନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ଓ ରତ୍ନଭଣ୍ଡାର ଖୋଲିବା ନେଇ ବି ଆଲୋଚନା ହୋଇଛି। ରତ୍ନଭଣ୍ଡାର କେବେ ଖୋଲାଯିବ ସେ ନେଇ ସରକାର ଶୀଘ୍ର ସୂଚନା ଦେବେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031