Indus Valley Times

ଯାଜପୁର ଜିଲ୍ଲାର ଧର୍ମଶାଳାଠାରେ ଏକତା ପଦଯାତ୍ରା ଅନୁଷ୍ଠିତ

 Breaking News

ଯାଜପୁର ଜିଲ୍ଲାର ଧର୍ମଶାଳାଠାରେ ଏକତା ପଦଯାତ୍ରା ଅନୁଷ୍ଠିତ

November 25
19:04 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର , ୨୫/୧୧ : ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଯାଜପୁର ର ଧର୍ମଶାଳା ଠାରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।
ଏକତା ଏବଂ ଦେଶପ୍ରେମର ବାର୍ତ୍ତା ବାଣ୍ଟିବାକୁ ଆୟୋଜିତ ଏହି ପଦଯାତ୍ରାଟି ନାକପୋଲ ଛକ ଠାରୁ ଆରମ୍ଭ ହୋଇ କାଏମା ପଡିଆ ଠାରେ ଶେଷ ହୋଇଥିଲା।
ନାକପୋଲ ଠାରେ ଯାଜପୁର ସାଂସଦ ଡା. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦଯାତ୍ରା ର ଶୁଭାରମ୍ଭ କରିଥିଲେ।
ଏହି ଉତ୍ସବରେ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ।
କାଏମା ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ, ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ କହିଲେ ଆଜିର ଏହି ପବିତ୍ର ଦିନରେ ଏକତା ପଦଯାତ୍ରାରେ ଆପଣମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ପାରିବା ମୋ ପାଇଁ ଏକ ଗୌରବର ବିଷୟ। ଏହି ଦିନଟି ଆମକୁ ସ୍ମରଣ କରାଏ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ, ଯିଏ ଭାରତର ଏକତା, ଅଖଣ୍ଡତା ଓ ଜାତୀୟ ସମରସତାର ସବୁଠାରୁ ମଜବୁତ ଭିତ୍ତି ରଖିଥିଲେ।ଆଜିର “ଏକତା ପଦଯାତ୍ରା” ର ମୂଳ ବାର୍ତ୍ତା କେବଳ ଦୂରତା ଚାଲିବା ନୁହେଁ, ବରଂ ମନମଧ୍ୟରେ ଥିବା ଦୂରତାକୁ ଘୁଞ୍ଚାଇବା।
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କୁ ମନେ ପକାଇ ତାଙ୍କ ବାର୍ତ୍ତା ଅନୁଯାୟୀ ଆମେ ସମସ୍ତେ ଏକ ହୋଇ ରହିବା। ଏହି ରାଷ୍ଟ୍ରୀୟ ଏକତାକୁ ବହୁ ଆଗକୁ ନେଇକି ଯିବା। ସମସ୍ତଙ୍କ ସୁଖ ଦୁଃଖରେ ସାଥୀ ହୋଇ ଏକତାର ଭାବ ମନରେ ରଖିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ଉକ୍ତ ଉତ୍ସବ ରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର କହିଲେ ଆଜିର ଏହି ଅବସର ଆମ ସମସ୍ତଙ୍କ ପାଇଁ ଅସାଧାରଣ ଗର୍ବ ଓ ପ୍ରେରଣାର ଦିନ।
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକରେ ଆମେ ନେଇଥିବା ନିର୍ଣ୍ଣୟ ଯାହାକି ଯାଜପୁର ଜିଲ୍ଲାରେ ଏକତାର ସନ୍ଦେଶ ଦେବା।
ଏକ ସୂତ୍ରରେ ବାନ୍ଧି ରଖିବା ଯାହାକି ଗତ ୩୧ ଅକ୍ଟୋବର ରୁ ଆରମ୍ଭ ହୋଇ ଚାଲୁରହିଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲାର ତିନୋଟି ସ୍ଥାନରେ ଏକତା ପଦଯାତ୍ରାର ଆୟୋଜନ କରାଯାଇଛି।
ଆଜି ଧର୍ମଶାଳାରେ ନାକପୋଲ ଛକ ଠାରୁ ଆୟୋଜିତ ହୋଇ କାଏମା ପଡିଆ ପର‌୍ୟ୍ୟନ୍ତ ଆୟୋଜିତ ଏହି ପଦଯାତ୍ରରେ ଭାଗ ନେଇଥିବା କୁନି ଛାତ୍ର ଛାତ୍ରୀ ଙ୍କୁ ଦେଖିଲେ ଦେଶପ୍ରେମର ଭାବ ସ୍ପଷ୍ଟ ଜାଣି ହୁଏ।
ଏହି ପଦଯାତ୍ରା କେବଳ ଗୋଟିଏ ଶାରୀରିକ ଅଭିଯାନ ନୁହେଁ ଏହା ମନ ଓ ମାନସିକତାକୁ ଏକତାର ପଥେ ଆଗୁଆଁ କରିବାର ଶପଥ। ଆମେ ଯେତେଦିନ ମନରେ ଏକତା ଧାରଣ କରିପାରିବା ସମାଜ, ଜିଲ୍ଲା, ଓ ଦେଶର ଅଭ୍ୟୁଦୟ ହୋଇପାରିବ।
ଉକ୍ତ ଏକତା ପଦଯାତ୍ରା ଦିବସ ଅବସରରେ ସାଂସ୍କୃତିକ ଦଳ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ଷ୍ଟଲ ର ଆୟୋଜନ କରାଯାଇଥିଲା।
ବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ସ୍ଲୋଗାନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ଆଜିର ଏହି ଏକତା ଦୌଡ ପଦଯାତ୍ରା ଦିବସ ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିତିକଣ୍ଠ କାନୁନଗୋ, ଶ୍ରୀମତୀ ଦେବଯାନୀ ପ୍ରଧାନ,ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଧର୍ମଶାଳା ବ୍ଲକ ଅଧ୍ୟକ୍ଷ, ବି.ଡି.ଓ ଧର୍ମଶାଳା, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମା\’ ମାନେ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031