Indus Valley Times

ଯେତେବେଳେ ମହିଳା ନେତୃତ୍ୱ ନିଅନ୍ତି, କେବଳ ସେ ନିଜେ ସଶକ୍ତ ହୁଅନ୍ତି ନାହିଁ ରାଷ୍ଟ୍ରକୁ ସଶକ୍ତ କରନ୍ତି

 Breaking News

ଯେତେବେଳେ ମହିଳା ନେତୃତ୍ୱ ନିଅନ୍ତି, କେବଳ ସେ ନିଜେ ସଶକ୍ତ ହୁଅନ୍ତି ନାହିଁ ରାଷ୍ଟ୍ରକୁ ସଶକ୍ତ କରନ୍ତି

ଯେତେବେଳେ ମହିଳା ନେତୃତ୍ୱ ନିଅନ୍ତି, କେବଳ ସେ ନିଜେ ସଶକ୍ତ ହୁଅନ୍ତି ନାହିଁ ରାଷ୍ଟ୍ରକୁ ସଶକ୍ତ କରନ୍ତି
April 15
17:48 2026

ଭୁବନେଶ୍ୱର, ୧୫/୪ : ଯେତେବେଳେ ଜଣେ ମହିଳା ନେତୃତ୍ୱ ନିଅନ୍ତି, ସେତେବେଳେ କେବଳ ସିଏ ସଶକ୍ତ ହୁଅନ୍ତି ନାହିଁ ବରଂ ସାରା ସମାଜକୁ ସଶକ୍ତ କରିଥାଆନ୍ତି । ବିଗତ ୧୦ ବର୍ଷରେ ମୋଦୀଙ୍କ ନେତୃତ୍ୱରେ ମହିଳାଙ୍କ ଜୀବନଧାରଣ ମାନରେ ବ୍ୟାପକ ପରିବର୍ତ୍ତନ ଆସିଛି । ଆଜି ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ‘ନାରୀଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ମୋଦୀ ସରକାର ମହିଳାଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ବୈପ୍ଳବିକ ପଦକ୍ଷେପ ହେଉଛି ‘ନାରୀଶକ୍ତି ବନ୍ଦନ’ ଅଧିନିୟମର କାର୍ଯ୍ୟକାରିତା । ଭାରତର ଇତିହାସରେ ୨୦୨୩ ଲିପିବଦ୍ଧ ହୋଇ ରହିବ । କାରଣ ସେହି ମସିହାରେ ନାରୀଶକ୍ତି ବନ୍ଦନ ଅଧିନିୟମ ପାରିତ କରିଥିଲେ । ନିର୍ବାଚନ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ରଖାଯିବ ।
ଯେତେବେଳେ ଜଣେ ମହିଳା ନେତୃତ୍ୱ ନିଅନ୍ତି, ସେତେବେଳେ କେବଳ ସିଏ ଶସକ୍ତ ହୁଅନ୍ତି ନାହିଁ ବରଂ ସାରା ସମାଜକୁ ସଶକ୍ତ କରିଥାଆନ୍ତି । ‘ନାରୀଶକ୍ତି ବନ୍ଦନ’ ଅଧିନିୟମର କାର୍ଯ୍ୟକାରିତା ପାଇଁ ଆସନ୍ତା ୧୬, ୧୭ ଏବଂ ୧୮ରେ ସଂସଦରେ ସ୍ୱତନ୍ତ୍ର ଅଧିବେଶନ ବସିବ ।
ଏହି ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହେବ । ଲୋକସଭା ଏବଂ ବିଧାନସଭାରେ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବ । ୨୦୨୯ ସାଧାରଣ ନିର୍ବାଚନରେ ସ୍ୱତନ୍ତ୍ର ଭାବେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ରଖାଯିବ । ‘ନାରୀଶକ୍ତି ବନ୍ଦନ’ ଅଧିନିୟମ ଧୂଆଁବାଣ ନ ଥିଲା ବରଂ ମୋଦୀଙ୍କ ପାଇଁ ଥିଲା ପ୍ରତିବଦ୍ଧତା । ଭାରତୀୟ ଗଣତନ୍ତ୍ରରେ ମହିଳା କେବଳ ଭୋଟର୍ ନୁହଁନ୍ତି ବରଂ ଭାଗୀଦାରୀ ଅଟନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଗତ ୧୦ ବର୍ଷରେ ମୋଦୀଙ୍କ ନେତୃତ୍ୱରେ ମହିଳାଙ୍କ ଜୀବନଧାରଣ ମାନରେ ବ୍ୟାପକ ପରିବର୍ତ୍ତନ ଆସିଛି । ପିଏମ୍ ମୁଦ୍ରାରେ ୬୯%, ଷ୍ଟାଟ୍ ଅପ୍ ଇଣ୍ଡିଆରେ ୮୪% ଓ ପିଏମ୍ ଆୱାସରେ ୭୨% ମହିଳା ହିତାଧିକାରୀ ରହିଛନ୍ତି । ଭାରତରେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତରେ ୪୩% ଗ୍ରାଜୁଏଟ ଶିକ୍ଷା ହାସଲ କରିଛନ୍ତି । ପ୍ରାଥମିକ ଶିକ୍ଷାରେ ୫୫%ରୁ ୬୫% ହେଉଛନ୍ତି ଶିକ୍ଷକ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ୪୫% ହେଉଛନ୍ତି ମହିଳା ଶିକ୍ଷକ ।
ବିକଶିତ ଭାରତ ପାଇଁ ସମୃଦ୍ଧ ଓଡ଼ିଶା ହେଉଛି ମୂଳ ଲକ୍ଷ୍ୟ । ସେଥିପାଇଁ ମହିଳାଙ୍କ ବିକାଶ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା । ଏହା ଏକ ସହାୟତା ରାଶି ନୁହେଁ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାର ଏକ ପ୍ରୟାସ । ପ୍ରତ୍ୟେକଟି ଘରେ ଆଜି ସମୃଦ୍ଧି ଆଣି ଦେଇଛି ।
ସେହିପରି ମୁଖ୍ୟମନ୍ତ୍ରୀ ଗର୍ବର ସହ କହିଥିଲେ ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ ହୋଇଛି । ମୋର ଦୁର୍ଭାଗ୍ୟ ମୋର କନ୍ୟା ନାହିଁ, କିନ୍ତୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୨୦୧ କନ୍ୟାଙ୍କୁ କନ୍ୟା ଦାନ କରିବାର ସୁଯୋଗ ମିଳିଲା । ସେହିପରି ମାତୃବନ୍ଦନ ଯୋଜନା କାର୍ଯ୍ୟକାରୀ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,ମହିଳା କମିଶନ ଅଧ୍ୟକ୍ଷା ସୋଭନା ମହାନ୍ତି ଓ ଲେଖିକା ପ୍ରତିଭା ରାୟ ପ୍ରମୁଖ୍ୟ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930