Indus Valley Times

ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ

 Breaking News

ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ

ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଉଦଘାଟିତ
June 14
19:14 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୪/୬ : ରଜ ପୂର୍ବରୁ ଦେଖିବାକୁ ମିଳୁଛି ରଜ ଉତ୍ସବ।ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଆଜି ଠୁ ଆରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା।
ସ୍ଥାନୀୟ ପୃଥୀରାଜ ହାଇସ୍କୁଲ ଷ୍ଟାଡିୟମ ରେ ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇଶାଲୱାର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।ଏହି ବିକାଶ ମେଳାରେ ମିଳୁଛି ଭିନ୍ନ ଭିନ୍ନ ସ୍ଵାଦର ପିଠା।ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ହୋଇଥିବା ଏହି ଷ୍ଟଲରୁ ଲୋକମାନେ ଧାଡ଼ି ଲଗାଇ ପିଠା ଖାଇଥିଲେ।
ଅପରପକ୍ଷେ ଏଠାରେ ଥିବା ଫୁଡ୍ କୋର୍ଟରେ ହଜି ଯାଉଥିବା ଖାଦ୍ୟ ପସରା ଖୋଲାଯାଇଛି।ଆରିସା,ପୋଡ଼ପିଠା,ଛେନାପୋଡ଼,ମଣ୍ଡା, କାକରା,ଚନ୍ଦ୍ରକାନ୍ତି ଆଦି ଭଳିକି ଭଳି ଖାଦ୍ୟ ରହିଛି।
ମେଳାରେ ଜିଲ୍ଲାର ସମସ୍ତ ବ୍ଲକର ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା ମାନଙ୍କ ଦ୍ଵାରା ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ଏଥିରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଗୁଡ଼ିକ ଉପଲବ୍ଧ ହେଉଛି।
ଜିଲ୍ଲା ପ୍ରଶାସନ ତରଫରୁ ବିକାଶ ମେଳାରେ ୨୫ଟି ଷ୍ଟଲରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବିକାଶ ଓ ସଫଳତା ପ୍ରଦର୍ଶିତ ହୋଇଛି । ସେହିଭଳି ସନ୍ଧ୍ୟାରେ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ସେହି ଭଳି ପୂର୍ବାହ୍ନରେ ପୌରପରିଷଦ ଅଫିସ ରୁ ବିକଶିତ ବାହନ ଯାତ୍ରାର ଶୁଭାରମ୍ଭ ହୋଇଥିଲା।ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନା ପତାକା ଦେଖାଇ ଏହି ସଚେତନତା ରଥ କୁ ଶୁଭାରମ୍ଭ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031