Indus Valley Times

ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ

 Breaking News

ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ

ରାସ୍ତା ଓ କୋଠାବାଡ଼ିର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ବାନ୍ଧିଲା ଭିଜିଲାନ୍ସ
August 13
14:32 2024

ଭୁବନେଶ୍ବର, ୧୩/୮ : ବେଆଇନ୍ ଭାବେ ଅମାପ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଶେଷରେ ବନ୍ଧା ହେଲେ ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ଜଌଈ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଛି।
ଚଢ଼ାଉ ବେଳେ ତାରାପ୍ରସାଦଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇ ଯାଇଥିଲା। ଚଢ଼ାଉ ସମୟରେ ତାରା ପ୍ରସାଦଙ୍କର ୧୦ଟି ଫ୍ଲାଟ୍, ୭ଟି ପ୍ଲଟ୍ ଏବଂ ତାଙ୍କ ଘରୁ ଅଢେଇ କେଜି ସୁନା ମିଳିଥିଲା। ସେହିପରି ୩୭୦ ଗ୍ରାମ ହୀରା, ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଥିଲା। ନଗଦ ୬ ଲକ୍ଷ ଟଙ୍କା, ୨ଟି ଦାମୀ କାର୍ ମଧ୍ୟ ଠାବ କରିଥିଲା ଭିଜିଲାନ୍ସ।
ଭିଜିଲାନ୍ସ ଗତକାଲି ଜାରି କରିଥିବା ପ୍ରେସ୍‌ନୋଟ୍ ଅନୁସାରେ ତାରା ପ୍ରସାଦ ମିଶ୍ରଙ୍କ ନାଁରେ ରାଜଧାନୀ ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ରହିଛି ୧୦ଟି ଫ୍ଲାଟ୍‌। ଏହାଛଡ଼ା ପ୍ଲଟ୍ ମଧ୍ୟ ରହିଛି।
ପ୍ଲଟଗୁଡ଼ିକ ଭୁବନେଶ୍ୱର, କଟକ ଓ ଜଟଣୀରେ ରହିଛି। ତାରା ପ୍ରସାଦଙ୍କ ଘରୁ ୨.୭ କୋଟି ଟଙ୍କାର ବ୍ୟାଙ୍କ ଜମା, ୧.୫ କେଜି ସୁନା, ନଗଦ ୬ ଲକ୍ଷ ଟଙ୍କା, ଗୋଟିଏ ମରସିଡିଜ୍ ବେଞ୍ଜ କାର୍‌, ଗୋଟିଏ କିଆ କାର୍ ଓ ଗୋଟିଏ ଦାମୀ ଘଣ୍ଟା ଜବତ ହୋଇଛି। ଯେଉଁ ଘଣ୍ଟାର ଦାମ ୧୩ ଲକ୍ଷ ଟଙ୍କା ରହିଛି। ଏହାଛଡ଼ା ବହୁ ବିଦେଶୀ ମୁଦ୍ର ମଧ୍ୟ ଜବତ କରିଛି ଭିଜିଲାନ୍ସ। ଯେଉଁଥିରେ ରହିଛି- ଟଝଇ, ଞଷବସକ୍ଷବଦ୍ଭୟ, ଠସରଗ୍ଧଦ୍ଭବଜ୍ଞ, ଟଇଋ, ଉବଦ୍ଭବୟବ, ଗରଙ୍ଘସମକ୍ଟ, ଗବକ୍ଷବଚ୍ଚଗ୍ଦସବ ଌ ଝସଦ୍ଭଶବକ୍ଟ୍ରକ୍ଟକ୍ସର ମୁଦ୍ରା ରହିଛି। ଶ୍ରୀ ମିଶ୍ର ନିୟମିତ ବିଦେଶ ଗସ୍ତ କରୁଥିବା ବି ଜଣାଯାଇଛି
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ମିଶ୍ରଙ୍କ ଘରୁ ବହୁ ହିରା ଅଳଙ୍କର ଜବତ ହୋଇଛି। ଯାହାର ଅନୁମାନ ମୂଲ୍ୟ କୋଟି କୋଟି ଟଙ୍କା ହେବ। ଘରର ସାଜସଜା ବି କୌଣସି ରାଜମହଲଠୁ କମ୍ ନୁହେଁ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୯ଟି ଟିମ୍ ଗତକାଲି ସକାଳେ ଶ୍ରୀ ମିଶ୍ରଙ୍କ ପୈତୃକ ଘର ସମେତ ଭୁବନେଶ୍ୱର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ଭୁବନେଶ୍ୱର ନୟାପଲ୍ଲୀର ଅର୍ପଣ ଆପାର୍ଟମେଣ୍ଟରେ ଥିବା ଘର, ଖଣ୍ଡଗିରି କସମୋପଲିସରେ ଥିବା ଫ୍ଲାଟ୍, ଝାରସୁଗୁଡ଼ା ଆସିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ୍, କଟକ ଆଠଗଡ଼ରେ ଥିବା ପୈତୃକ ଘର ଓ ତିଗିରିଆରେ ରହୁଥିବା ସମ୍ପର୍କୀୟଙ୍କ ଘରେ ଚଢଉ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ଯାଜପୁରରେ ନିର୍ମିତ ହୋଇଥିବା ମାମୁ- ଭଣଜା କେନାଲ ମାତ୍ର ୬ ମାସ ପୁରୁଣୁ ଭାଙ୍ଗି ଯାଇଥିଲା। ଉକ୍ତ ସମୟରେ ତାରା ପ୍ରସାଦ ପାଣିକୋଇଲି ଡିଭିଜନର ମୁଖ୍ୟ ଯନ୍ତ୍ରୀ ଭାବ ଦାୟିତ୍ୱ ନିର୍ବାହ କରୁଥିଲେ। ଏହି ଘଟଣାକୁ ନେଇ ତମ୍ବିତୋଫାନ ହୋଇଥିବା ବେଳେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ମାତ୍ର କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଏହାପରେ ସେ ଜଌଈ ବିଭାଗର ମୁଖ୍ୟଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେଣୁ ରାଜନୈତିକ ଛତ୍ରଛାୟା ତଳେ ରହି ତାରା ପ୍ରସାଦ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଏହି ଚଢ଼ାଉରୁ ସ୍ପଷ୍ଟ ହେଉଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930