Indus Valley Times

ରାୟଗଡା : ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

 Breaking News

ରାୟଗଡା : ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

August 06
22:58 2024

ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟ
ରାୟଗଡା, ୬/୮ : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ସାରକିମା ପଞ୍ଚାୟତ ସଭାଗୃହ ରେ ଗୋଷ୍ଠି ଉନ୍ନୟନ୍ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକ୍ରମରେ ସାରକିମା ସରପଞ୍ଚ ଫକୀର ମୋହନ ଗୋମିଡାଙ୍ଗା ସଭାପତିତ୍ଵ କଲାବେଳେ ନାଏବ ସରପଞ୍ଚ ମେକ ଡୁବୁରୁକା,ନିର୍ବାହୀ ଯନ୍ତ୍ରୀ ବିଶ୍ୱଜିତ୍ ମିଶ୍ର, ଭାର ପ୍ରାପ୍ତ ଜିପିଓ ରାଜେନ୍ଦ୍ର ନାରାୟଣ ପାଳ,ଯୋଗାଣ ନିରୀକ୍ଷକ ମାନସ ଜେନା, ଏବି ଇ ଓ ଉମାକାନ୍ତ୍ ମିଶାଲ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୀତା ରାଣୀ ସାହୁ, କୃଷି ଅଧିକାରୀ ଅର୍ପିତା ବେହେରା ମାଝୀ,ଗୋଷ୍ଠି ପଶୁ ଚିକିତ୍ସା ଅଧିକାରୀ ପ୍ରିୟବ୍ରତ ପାତ୍ର, ଗ୍ରାମ୍ୟ ବିଭାଗ ଯନ୍ତ୍ରୀ ଅନିଲ କୁମାର ମଲ୍ଲିକ,ଯନ୍ତ୍ରୀ ଦୁଷ୍ମନ୍ତ କିଷ। ନ, ଯନ୍ତ୍ରୀ ଅରୁଣ କୁମାର ସାହୁ, ଓଡ଼ିଶା ଜୀବିକା ମିଶନ ବିପିମ୍ ଶ୍ରବଣ ସିଂ, ମିଶନ ଶକ୍ତି ବିପିସି ଗଜେନ୍ଦ୍ର ନିଶିକା, ସୁପର ଭାଇଜର ଅରୁଣା ମହାନନ୍ଦିଆ,ଉଦ୍ୟାନ ବିଭାଗ ଅଧିକାରୀ ପ୍ରତୀକ ସେନାପତି , ତପନ କୁମାର ଦଣ୍ଡସେନା ଓ ଅନ୍ୟାନ୍ୟ ଲାଇନ୍ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।
ଜନସାଧାରଣ ଦ୍ବାରା ୧୪ ଟି ଅଭି ଯୋଗ ପଞ୍ଜିକରଣ କରା ଯାଇ ଥିଲା। ୪ ଗୋଟି ସାମୁହିକ ଥିବା ବେଳେ ୧୦ ଗୋଟି ବ୍ୟକ୍ତିଗତ ଅଭି ଯୋଗ କରି ଥିଲେ। ୪ ଗୋଟି ସାମୁହିକ ଅଭି ଯୋଗ ମଧ୍ୟରେ ସାରକିମା ଗ୍ରାମ ପଞ୍ଚାୟତରେ ମୋବାଇଲ ଟାୱାର ଛାଡ଼ିବା , ବନ୍ଦ ରହି ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ତୁରନ୍ତ ନିର୍ମାଣ, ବ୍ୟାଙ୍କିଙ୍ଗ ସେବା, ତୁରନ୍ତ ଏ ଏନ ମ ଗୃହ ନିର୍ମାଣ କରିବା ପାଇଁ ଅଭି ଯୋଗ ହୋଇ ଥିଲା।
ପ୍ରତ୍ୟେକ ପଞ୍ଚାୟତର ଲୋକ ମାନଙ୍କ ସହ ଯୋଗାଯୋଗ କରି ନିଜ ନିଜ ବିଭାଗ ବିଷୟରେ ଅବଗତ କରାଇ ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲାଇନ ବିଭାଗର ଅଧିକାରୀ ମାନଙ୍କୁ କହି ଥିଲେ।ଏହି କାର୍ଯ୍ୟ କ୍ରମକୁ ସା ର କିମା କର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ପାଣିଗ୍ରାହି ଓ ଏଡିଇଓ ବିକ୍ରମ କନ୍ଧପାଣି ପରି ଚାଳନା କରି ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930